କୁଚିଣ୍ଡା(ଓଡ଼ିଶା ରିପୋର୍ଟର): ଯୁବକଙ୍କ ଉନ୍ମକ୍ତ କାଣ୍ଡ। ଶିଶୁକନ୍ୟାକୁ ହତ୍ୟା କରିବା ପରେ କଟାମୁଣ୍ଡ ଧରି ଗାଁରେ ବୁଲିଲେ ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ କସଡ଼ା ଗାଁରେ। ପୁଲିସ ଅଭିଯୁକ୍ତ ଯୁବକ ପ୍ରଶାନ୍ତ ବଗାରଙ୍କୁ ଅଟକ ରଖି ପଚରାଉଚରା କରୁଛି। ମୃତ ଶିଶୁକନ୍ୟା ଜଣଙ୍କ ହେଲେ ନବକିଶୋର ଧରୁଆଙ୍କ ଆଠ ବର୍ଷର ଝିଅ ପ୍ରଜାଲିନ।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ପ୍ରଜାଲିନ ଘର ପାଖ ଚାଷ ଜମିକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ପ୍ରଶାନ୍ତ ସେଠାରେ ପହଞ୍ଚି ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥଲା। ଟାଙ୍ଗିଆ ଚୋଟରେ ତାଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା।
ପରେ ପ୍ରଶାନ୍ତ ଶିଶୁକନ୍ୟାର କଟା ମୁଣ୍ଡ ଧରି ଗାଁକୁ ଆସିଥିଲେ। ଲୋକେ ଏହା ଦେଖି ଭୟଭୀତ ହୋଇଯାଇଥିଲେ। ପାଟିତୁଣ୍ଡ କରିବାରୁ ପ୍ରଶାନ୍ତ ପ୍ରଜାଲିନର କଟାମୁଣ୍ଡକୁ ନଳକୂପ ପାଖରେ ପକାଇ ଦେଇଥିଲା।
ଗ୍ରାମବାସୀ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ପ୍ରଶାନ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣା ଘଟିବା ସମୟରେ ପ୍ରଜାଲିନର ପରିବାର ଲୋକେ ଘରେ ନ ଥିଲେ। ମହୁଲ ଗୋଟେଇ ବାକୁ ଜମିକୁ ଯାଇଥିଲେ। ପୁଲିସ କଟାମୁଣ୍ଡକୁ ଜବତ କରି ଘଟଣାର ତତନ୍ତ କରୁଛି। କ’ଣ ପାଇଁ ପ୍ରଶାନ୍ତ ପ୍ରଜାଲିନଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ତାର କାରଣ ଜଣାପଡ଼ିନାହିଁ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।