Advertisment

ଯୁବକଙ୍କ ବୀଭତ୍ସକାଣ୍ଡ; ଶିଶୁକନ୍ୟାକୁ ହତ୍ୟା କରି କଟାମୁଣ୍ଡ ଧରି ଗାଁରେ ବୁଲିଲେ

କୁଚିଣ୍ଡା(ଓଡ଼ିଶା ରିପୋର୍ଟର): ଯୁବକଙ୍କ ଉନ୍ମକ୍ତ କାଣ୍ଡ। ଶିଶୁକନ୍ୟାକୁ ହତ୍ୟା କରିବା ପରେ କଟାମୁଣ୍ଡ ଧରି ଗାଁରେ ବୁଲିଲେ ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ କସଡ଼ା ଗାଁରେ। ପୁଲିସ ଅଭିଯୁକ୍ତ ଯୁବକ ପ୍ରଶାନ୍ତ ବଗାରଙ୍କୁ ଅଟକ ରଖି ପଚରାଉଚରା କରୁଛି। ମୃତ ଶିଶୁକନ୍ୟା ଜଣଙ୍କ ହେଲେ ନବକିଶୋର ଧରୁଆଙ୍କ ଆଠ ବର୍ଷର ଝିଅ ପ୍ରଜାଲିନ। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ପ୍ରଜାଲିନ ଘର ପାଖ ଚାଷ ଜମିକୁ ଶୌଚ […]

ଅଦ୍ୟତନ ହୋଇଛି
ଯୁବକଙ୍କ ବୀଭତ୍ସକାଣ୍ଡ; ଶିଶୁକନ୍ୟାକୁ ହତ୍ୟା କରି କଟାମୁଣ୍ଡ ଧରି ଗାଁରେ ବୁଲିଲେ

Murder

Advertisment

କୁଚିଣ୍ଡା(ଓଡ଼ିଶା ରିପୋର୍ଟର): ଯୁବକଙ୍କ ଉନ୍ମକ୍ତ କାଣ୍ଡ। ଶିଶୁକନ୍ୟାକୁ ହତ୍ୟା କରିବା ପରେ କଟାମୁଣ୍ଡ ଧରି ଗାଁରେ ବୁଲିଲେ ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁରଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ କସଡ଼ା ଗାଁରେ। ପୁଲିସ ଅଭିଯୁକ୍ତ ଯୁବକ ପ୍ରଶାନ୍ତ ବଗାରଙ୍କୁ ଅଟକ ରଖି ପଚରାଉଚରା କରୁଛି। ମୃତ ଶିଶୁକନ୍ୟା ଜଣଙ୍କ ହେଲେ ନବକିଶୋର ଧରୁଆଙ୍କ ଆଠ ବର୍ଷର ଝିଅ ପ୍ରଜାଲିନ।

Advertisment

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ପ୍ରଜାଲିନ ଘର ପାଖ ଚାଷ ଜମିକୁ ଶୌଚ ପାଇଁ  ଯାଇଥିଲେ। ଏହି ସମୟରେ ପ୍ରଶାନ୍ତ ସେଠାରେ ପହଞ୍ଚି  ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥଲା। ଟାଙ୍ଗିଆ ଚୋଟରେ ତାଙ୍କ  ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା।

ପରେ ପ୍ରଶାନ୍ତ ଶିଶୁକନ୍ୟାର କଟା ମୁଣ୍ଡ ଧରି ଗାଁକୁ ଆସିଥିଲେ। ଲୋକେ ଏହା ଦେଖି ଭୟଭୀତ ହୋଇଯାଇଥିଲେ। ପାଟିତୁଣ୍ଡ କରିବାରୁ ପ୍ରଶାନ୍ତ ପ୍ରଜାଲିନର କଟାମୁଣ୍ଡକୁ ନଳକୂପ ପାଖରେ ପକାଇ ଦେଇଥିଲା।

Advertisment

ଗ୍ରାମବାସୀ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ପ୍ରଶାନ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣା ଘଟିବା ସମୟରେ ପ୍ରଜାଲିନର ପରିବାର ଲୋକେ  ଘରେ ନ ଥିଲେ।  ମହୁଲ ଗୋଟେଇ ବାକୁ  ଜମିକୁ ଯାଇଥିଲେ। ପୁଲିସ କଟାମୁଣ୍ଡକୁ ଜବତ କରି ଘଟଣାର ତତନ୍ତ କରୁଛି। କ’ଣ ପାଇଁ ପ୍ରଶାନ୍ତ ପ୍ରଜାଲିନଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ତାର କାରଣ ଜଣାପଡ଼ିନାହିଁ।

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe