Advertisment

ପୁଲିସ ବେଶରେ ବ୍ରାଉନସୁଗାର ମାଫିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲିସ ପୋଷାକ ପିନ୍ଧୁଥିଲେ। ଗାଡ଼ିରେ ପୁଲିସର ଲୋଗୋ ବ୍ୟବହାର କରୁଥିଲେ। ପୁଲିସ ବେଶରେ ଦୀର୍ଘଦିନ ହେବ ବ୍ରାଉନ ସୁଗାର କାରବାର ଚଳାଇଥିଲେ। ସ୍ପେଶାଲ ଟାକ୍ସ ଫୋର୍ସ(ଏସଟିଏଫ୍) ଏହି ବ୍ରାଉନ ସୁଗାର ରାକେଟର ୨ ଜଣଙ୍କୁ ଶନିବାର ବରମୁଣ୍ଡାରୁ ଗିରଫ କରିବା ପରେ ଏହି ଚିତ୍ର ପଦାକୁ ଆସିଛି। ଖାଲି ପୁଲିସ ପୋଷାକ କିମ୍ବା ଲୋଗ ନୁହେଁ, ଏହି ଦୁର୍ବୃତ୍ତମାନେ ପ୍ରତିଷ୍ଠିତ ଡାକ୍ତରଖାନା ଏଆଇଏମ୍ଏସର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ବୋଲି ନକଲି ପରିଚୟପତ୍ର ଓ […]

ପୁଲିସ ବେଶରେ ବ୍ରାଉନସୁଗାର ମାଫିଆ

STF

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲିସ ପୋଷାକ ପିନ୍ଧୁଥିଲେ। ଗାଡ଼ିରେ ପୁଲିସର ଲୋଗୋ ବ୍ୟବହାର କରୁଥିଲେ। ପୁଲିସ ବେଶରେ ଦୀର୍ଘଦିନ ହେବ ବ୍ରାଉନ ସୁଗାର କାରବାର ଚଳାଇଥିଲେ। ସ୍ପେଶାଲ ଟାକ୍ସ ଫୋର୍ସ(ଏସଟିଏଫ୍) ଏହି ବ୍ରାଉନ ସୁଗାର ରାକେଟର ୨ ଜଣଙ୍କୁ ଶନିବାର ବରମୁଣ୍ଡାରୁ ଗିରଫ କରିବା ପରେ ଏହି ଚିତ୍ର ପଦାକୁ ଆସିଛି। ଖାଲି ପୁଲିସ ପୋଷାକ କିମ୍ବା ଲୋଗ ନୁହେଁ, ଏହି ଦୁର୍ବୃତ୍ତମାନେ ପ୍ରତିଷ୍ଠିତ ଡାକ୍ତରଖାନା ଏଆଇଏମ୍ଏସର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ବୋଲି ନକଲି ପରିଚୟପତ୍ର ଓ ଡାକ୍ତରି ପୋଷାକ ମଧ୍ୟ ବ୍ୟବହାର କରୁଥିବା ତଦନ୍ତ ବେଳେ ଜଣାପଡ଼ିଛି। ଏହି ଦୁର୍ବୃତ୍ତମାନଙ୍କ ନିକଟରୁ ୧ କେଜି ୨୩୮ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଛି।

Advertisment

ଏହି ଦୁଇ ମାଫିଆ ହେଲେ ପଶ୍ଚିମବଙ୍ଗର କପିଳଦେବ ମୁଜୁମଦାର ଓ ଖୋର୍ଦ୍ଧା ଜଙ୍କିଆର ରଶ୍ମିରଞ୍ଜନ ଭୋଳ। ସେମନାଙ୍କୁ ଏସଟିଏଫ୍ ବରମୁଣ୍ଡାରୁ ବ୍ରାଉନସୁଗାର ସହ ଗିରଫ କରିଛି। ଜବତ ବ୍ରାଉନସୁଗାର ମୂଲ୍ୟ ୧ କୋଟି ୨୦ ଲକ୍ଷ ଟଙ୍କା ହେବ। ଉଭୟଙ୍କ ନିକଟରୁ ଏକାଧିକ ନକଲି ପରିଚୟ ପତ୍ର ଜବତ ହୋଇଛି। ଯାହା ଭିତରେ ରୋସନ ରାଜା ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ଜେନେରାଲ ମ୍ୟାନେଜର ବୋଲି ମଧ୍ୟ ଏକ ପରିଚୟପତ୍ର ମଧ୍ୟ ରହିଛି।

ଚୋର ଘର ସବୁବେଳେ ଅନ୍ଧାର ନ ଥିବା ଭଳି ଉଭୟ ଧରାପଡ଼ିଛନ୍ତି। ତେବେ ସେମାନଙ୍କ ସହ ଜହର ବ୍ୟବସାୟରେ ଆଉ କିଏ ସାମିଲ ଅଛି ଓ ବ୍ରାଉନସୁଗାର ରାକେଟର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାହାର ଖିଅ ଧରିବାକୁ ଏସଟିଏଫ୍ ଖୋଳତାଡ଼ ଚଲାଇଛି। ଏମାନେ ପୁଲିସ, ଡାକ୍ତର ଓ ଇଭେଣ୍ଟମ୍ୟାନଜମେଣ୍ଟ ମୁଖ୍ୟ ଭାବ ପରିଚୟ ଦେଇ ଦୀର୍ଘଦିନ ହେବ ନିବିଘ୍ନରେ ଏହି ଜହର ବ୍ୟବସାୟ କରି ଆସୁଥିବା ସ୍ପଷ୍ଟ ଅନୁମେୟ ହେଉଛି। ସୂଚନାଯୋଗ୍ୟ ଯେ, ଏସଟିଏଫ୍ ଏହି କଳା କାରବାରର ଖୋଳତାଡ଼ କରିବାକୁ ଯାଇ ଏପର୍ଯ୍ୟନ୍ତ ପ୍ରାୟ ୫୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପରିମାଣର ବ୍ରାଉନସୁଗାର ଜବତ କରିଲାଣି। ଏହି ରାକେଟରେ ଅନେକଙ୍କୁ ବାନ୍ଧିଲାଣି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe