bus
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାରୁ ବ୍ରହ୍ମପୁର ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍ “ବରାଳଦେବୀ” ବିଚ୍ ରାସ୍ତାରେ ଓଲଟି ପଡ଼ିଛି। ଫଳରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ କୁତ୍ରା ମେଡିକାଲ୍ରେ ଭର୍ତ୍ତି କରାଯାଇଛି।
“ବରାଳଦେବୀ” ବସ୍ଟି ସନ୍ଧ୍ୟା ୫ଟା ୪୫ ମିନିଟ୍ରେ ରାଉରକେଲା ଛାଡ଼ିଥିଲେ। ବସ୍ ଭିତରେ ୪୫ ଜଣ ଯାତ୍ରୀ ଥିଲା। ତେବେ କୁତ୍ରା ବ୍ଲକ ଦେଇଯାଇଥିବା ବିଜୁ ଏକ୍ସପ୍ରେସ୍ ୱେ’ ବିରିଙ୍ଗିଟୋଲାରଠାରେ ବସ୍ ସାମ୍ନାକୁ ଏକ ବାଇକ୍ ଚାଲି ଆସିଥିଲା। ଚାଳକ ସଡ୍ନ ବ୍ରେକ୍ ମାରିବାରୁ ବସ୍ଟି ଭାରସାମ୍ୟ ହରାଇ ରାସ୍ତ ଉପରେ ଓଲଟି ପଡ଼ିଥିଲା। ଫଳରେ ୧୫ ଜଣ ଯାତ୍ରୀ ଆହତ ହୋଇଥିଲେ। ଖବର ପାଇଁ କୁତ୍ରା ଥାନା ପୁଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/09/bus-3.jpg)