/odisha-reporter/media/post_attachments/uploads/2022/05/Untitled-1-6.jpg)
kalia
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କ ପାଇଁ ଖୁସି ଖବର। କାଲି ମିଳିବ ‘କାଳିଆ’ ଟଙ୍କା। କାଲି ଅକ୍ଷୟ ତୃତୀୟାରେ ଚାଷୀଙ୍କ ଖାତାକୁ ଯିବ କାଳିଆ ଟଙ୍କା।
Advertisment
ଆସନ୍ତାକାଲି ଅକ୍ଷୟ ତୃତୀୟାରେ ଅବସରରେ ରାଜ୍ୟ ସରକାର ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ କାଳିଆ ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ପଠାଯିବ। ୪୦ ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏଥିରେ ଉପକୃତ ହେବେ। କାଳିଆ କିସ୍ତି ବାବଦରେ ୮ ଶହ କୋଟି ଟଙ୍କା ପ୍ରଦାନ କରିବେ ରାଜ୍ୟ ସରକାର।
ବର୍ଷକୁ ଦୁଇଟି କିସ୍ତିରେ କାଳିଆ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଖରିପ ଚାଷ ପାଇଁ ୨୦୦୦ ଟଙ୍କା ଓ ରବି ଚାଷ ପାଇଁ ୨୦୦୦ ଟଙ୍କା ଦିଆଯିବ ବୋଲି ଘୋଷଣା କରାଯାଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
