Advertisment

ରାଉରକେଲାରେ ଅଟକିଲା ୫୦ରୁ ଊର୍ଦ୍ଧ୍ୱ ନାଇଟ୍‌କୋଚ୍‌ ବସ୍

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଭୁବନେଶ୍ୱର ଯାଉଥିବା ‘ପ୍ରଭା’ ନାମକ ଘରୋଇ ବସ୍‌ର ଚାଳକକୁ ଆକ୍ରମଣ ହୋଇଛି। ଏହାକୁ ନେଇ ରାଉରକେଲା ନୂଆ ବସ୍‌ ଷ୍ଟାଣ୍ଡରେ ଉତ୍ତେଜନା ପ୍ରକାଶ ପାଇଛି। ରାଉରକେଲାରୁ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ଚାଲୁଥିବା ନାଇଟ୍‌କୋଚ୍‌ ବସ୍‌ ଚଳାଚଳ ବନ୍ଦ ରହିଛି। ଏବେ ବସ୍‌ଷ୍ଟାଣ୍ଡରେ ୫୦ରୁ ଅଧିକ ବସ୍‌ ଅଟକି ରହିଛି। ଉତ୍ତେଜନା ଲାଗି ରହିଥିବାରୁ ଘଟଣା ସ୍ଥଳରେ ପୁଲିସ ମୁତୟନ ହୋଇଛନ୍ତି। ଅଭିଯୋଗରୁ ପ୍ରକାଶ, ଅନ୍‌ଲାଇନ୍‌ ଟିକେଟ ବ୍ୟବସ୍ଥା ଓ ଏହାର କମିଶନକୁ ନେଇ କିଛି ଦିନ […]

author-image
Manoranjan Sial
ଅଦ୍ୟତନ ହୋଇଛି
ରାଉରକେଲାରେ ଅଟକିଲା ୫୦ରୁ ଊର୍ଦ୍ଧ୍ୱ ନାଇଟ୍‌କୋଚ୍‌ ବସ୍

rkl`

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଭୁବନେଶ୍ୱର ଯାଉଥିବା ‘ପ୍ରଭା’ ନାମକ ଘରୋଇ ବସ୍‌ର ଚାଳକକୁ ଆକ୍ରମଣ ହୋଇଛି। ଏହାକୁ ନେଇ ରାଉରକେଲା ନୂଆ ବସ୍‌ ଷ୍ଟାଣ୍ଡରେ ଉତ୍ତେଜନା ପ୍ରକାଶ ପାଇଛି। ରାଉରକେଲାରୁ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ଚାଲୁଥିବା ନାଇଟ୍‌କୋଚ୍‌ ବସ୍‌ ଚଳାଚଳ ବନ୍ଦ ରହିଛି। ଏବେ ବସ୍‌ଷ୍ଟାଣ୍ଡରେ ୫୦ରୁ ଅଧିକ ବସ୍‌ ଅଟକି ରହିଛି। ଉତ୍ତେଜନା ଲାଗି ରହିଥିବାରୁ ଘଟଣା ସ୍ଥଳରେ ପୁଲିସ ମୁତୟନ ହୋଇଛନ୍ତି।

Advertisment

night coach busଅଭିଯୋଗରୁ ପ୍ରକାଶ, ଅନ୍‌ଲାଇନ୍‌ ଟିକେଟ ବ୍ୟବସ୍ଥା ଓ ଏହାର କମିଶନକୁ ନେଇ କିଛି ଦିନ ହେଲା ଘରୋଇ ବସ୍‌ ମାଲିକ ସଂଘର କର୍ମକର୍ତ୍ତା ଏବଂ ବସ ମାଲିକଙ୍କ ମଧ୍ୟରେ ମନୋମାଳିନ୍ୟ ଲାଗି ରହିଥିଲା। ଏହା ଫଳ ସ୍ୱରୁପ ଶୁକ୍ରବାର ରାତିରେ ‘ପ୍ରଭା’ ବସର ଚାଳକଙ୍କ ଉପରେ ମାଡ ହୋଇଥିବା ଅଭିଯୋଗ ହୋଇଛି। ଯହାଫଳରେ ଭୁବନେଶ୍ୱର, କଟକ ସମେତ ରାଜ୍ୟର କୋଣ ଅନୁକୋଣକୁ ଯାଉଥିବା ନାଇଟ୍‌କୋଚ୍‌ ବସ ଗୁଡ଼ିକ ଅଟକ ରହିଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବସ ଡ୍ରାଇଭର ଓ କେତେକ ମାଲିକ ଅଡି ବସିଛନ୍ତି। ପ୍ଲାଣ୍ଟସାଇଟ୍‌ ଥାନା ପୁଲିସ ବସ ଷ୍ଟାଣ୍ଡରେ ପହଞ୍ଚି ବୁଝାସୁଝା କରୁଥିଲେ ମଧ୍ୟ କିଛି ଫଳ ମିଳିନାହିଁ।

ଅଧିକ ପଢ଼ନ୍ତୁ :  ୧୫ ଡିଗ୍ରୀ ତଳେ ୧୧ ସହର, ଜାଣନ୍ତୁ କେଉଁ ସହର ସବୁଠୁ ଥଣ୍ଡା

Rourkela