Advertisment

ମେଡିକାଲରେ ଫାଟିଲା ଅକ୍ସିଜେନ୍‌ ସିଲିଣ୍ଡର

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ଅକ୍ସିଜେନ ସିଲିଣ୍ଡର ଫାଟି ରୋଗୀ ଆହତ ହୋଇଛନ୍ତି। ଆଜି ସକାଳେ ଏମିତି ଘଟଣା ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି। ବିସ୍ଫୋରଣ ପରେ କର୍ମଚାରୀ ଓ ରୋଗୀମାନେ ଜୀବନ ବିକଳରେ ମେଡିକାଲରେ ଛାଡ଼ି ପଳାଇ ଯାଇଥିଲେ। ପୂରା ଘଟଣା ଏମିତି। ପଢୁଆଁପଦା ବିଦ୍ୟୁତ ମାର୍ଗର ମାନସ ରଂଜନ ମହାନ୍ତି ଗତ ତିନି ଦିନ ହେଲା ମେଡିକାଲ୍‌ର ମେଡ଼ିସିନ ୱାର୍ଡରେ ଭର୍ତ୍ତି ହୋଇଥିଲେ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ମୁହଁରେ ବିଦ୍ୟୁତ୍‌ ଅକ୍ସିଜେନ୍‌ ଲଗା […]

ଅଦ୍ୟତନ ହୋଇଛି
ମେଡିକାଲରେ ଫାଟିଲା ଅକ୍ସିଜେନ୍‌ ସିଲିଣ୍ଡର

Oxygen-Cylinder-blast-in-balasore-medical

Advertisment

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ଅକ୍ସିଜେନ ସିଲିଣ୍ଡର ଫାଟି ରୋଗୀ ଆହତ ହୋଇଛନ୍ତି। ଆଜି ସକାଳେ ଏମିତି ଘଟଣା ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି। ବିସ୍ଫୋରଣ ପରେ କର୍ମଚାରୀ ଓ ରୋଗୀମାନେ ଜୀବନ ବିକଳରେ ମେଡିକାଲରେ ଛାଡ଼ି ପଳାଇ ଯାଇଥିଲେ।

Advertisment

ପୂରା ଘଟଣା ଏମିତି। ପଢୁଆଁପଦା ବିଦ୍ୟୁତ ମାର୍ଗର ମାନସ ରଂଜନ ମହାନ୍ତି ଗତ ତିନି ଦିନ ହେଲା ମେଡିକାଲ୍‌ର ମେଡ଼ିସିନ ୱାର୍ଡରେ ଭର୍ତ୍ତି ହୋଇଥିଲେ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ମୁହଁରେ ବିଦ୍ୟୁତ୍‌ ଅକ୍ସିଜେନ୍‌ ଲଗା ଯାଇଥିଲା। ଆଜି ସକାଳେ ମେଡିକାଲ୍‌ କର୍ମଚାରୀମାନେ ବିଦ୍ୟୁତ୍‌ ଅକ୍ସିଜେନ୍‌କୁ ବଦଳାଇ ସିଲିଣ୍ଡର ଅକ୍ସିଜେନ୍‌ ଲଗାଇବା ବେଳେ ଫାଟିଯାଇଥିଲା। ଫଳରେ ମାନସ ଆହତ ହୋଇଥିଲେ। ସିଲିଣ୍ଡର ଫାଟିବା ଶବ୍ଦରେ କର୍ମଚାରୀମାନେ ଭୟଭୀତ ହୋଇ ବାହାରକୁ ପଳାଇ ଯାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe