Advertisment

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିଲା କଂଗ୍ରେସ: ଅହିଂସା ପଦଯାତ୍ରା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଓ ଲାଲବାହାଦୂର ଶାସ୍ତ୍ରୀଙ୍କ ୧୧୫ତମ ଜୟନ୍ତୀ ପାଳନ ହୋଇଛି। ଏହାସହିତ ଦଳ ପକ୍ଷରୁ ଅହିଂସା ପଦଯାତ୍ରା ମଧ୍ୟ ଆରମ୍ଭ କରାଯାଇଛି। ଆଜି ସକାଳ ୮ଟାରେ ଭୁବନେଶ୍ୱର ନାଲକୋ ଛକସ୍ଥିତ ମହାତ୍ମା ଗାନ୍ଧୀ ପାର୍କ ଠାରେ ଗାନ୍ଧିଜୀଙ୍କ ପ୍ରିୟ ଭଜନ ରାମଧୁନ୍, ବୈଷ୍ଣବଜନ ଗାନ ପରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ କଂଗ୍ରେସ ନେତୃବୃନ୍ଦ ମାଲ୍ୟାର୍ପଣ କରିଥିଲେ। ପରେ ସେଠାରୁ “ଅହିଂସା ପଦଯାତ୍ରା”ରେ ବାହାରି […]

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିଲା କଂଗ୍ରେସ: ଅହିଂସା ପଦଯାତ୍ରା ଆରମ୍ଭ

Padayatra-by-Odisha-Congress

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଓ ଲାଲବାହାଦୂର ଶାସ୍ତ୍ରୀଙ୍କ ୧୧୫ତମ ଜୟନ୍ତୀ ପାଳନ ହୋଇଛି। ଏହାସହିତ ଦଳ ପକ୍ଷରୁ ଅହିଂସା ପଦଯାତ୍ରା ମଧ୍ୟ ଆରମ୍ଭ କରାଯାଇଛି।

Advertisment

ଆଜି ସକାଳ ୮ଟାରେ ଭୁବନେଶ୍ୱର ନାଲକୋ ଛକସ୍ଥିତ ମହାତ୍ମା ଗାନ୍ଧୀ ପାର୍କ ଠାରେ ଗାନ୍ଧିଜୀଙ୍କ ପ୍ରିୟ ଭଜନ ରାମଧୁନ୍, ବୈଷ୍ଣବଜନ ଗାନ ପରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ କଂଗ୍ରେସ ନେତୃବୃନ୍ଦ ମାଲ୍ୟାର୍ପଣ କରିଥିଲେ। ପରେ ସେଠାରୁ “ଅହିଂସା ପଦଯାତ୍ରା”ରେ ବାହାରି ଜୟଦେବ ବିହାର, କଳିଙ୍ଗ ଷ୍ଟାଡିୟମ୍, ୧୨୦ ବାଟାଲିୟନ, ଇନ୍ଦିରାଗାନ୍ଧୀ ପାର୍କ, ଲୋୟର ପିଏମଜି ଦେଇ ହଜାର ହଜାର ଛାତ୍ର, ଯୁବକ, ମହିଳା, କଂଗ୍ରେସ ନେତୃମଣ୍ଡଳୀ ଓ କର୍ମୀ କଂଗ୍ରେସ ଭବନ ଠାରେ ପହଞ୍ଚିଥିଲେ।

କଂଗ୍ରେସ ଭବନଠାରେ ମହାପୁରୁଷଙ୍କ ପ୍ରତିମର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ‘ଗାନ୍ଧୀ – ଶାସ୍ତ୍ରୀ ଜୟନ୍ତୀ’ ସମାରୋହକୁ ଏଆଇସିସି ସାଧାରଣ ସଂପାଦକ ତଥା ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଉଦଘାଟନ କରି ଗାନ୍ଧୀ ଓ ଶାସ୍ତ୍ରୀଙ୍କର ଆଦର୍ଶରେ ଯୁବ ଛାତ୍ର ପୀଢ଼ି ଅନୁପ୍ରାଣିତ ହୋଇ କାର୍ଯ୍ୟ କଲେ ଗଣତନ୍ତ୍ର ସୁଦୃଢ଼ ହୋଇପାରିବ ବୋଲି କହିଥିଲେ।

Advertisment

ସେହିପରି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଉଦ୍ବୋଧନ ଦେଇ କହିଲେ ଯେ ଗାନ୍ଧିଙ୍କ ଅହିଂସା ନୀତି ଓ ଆଦର୍ଶକୁ ସାରା ବିଶ୍ୱ ସମ୍ମାନ ଦେଉଥିଲା ବେଳେ ବର୍ତ୍ତମାନ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ବିଶେଷ ନିଜକୁ ମହାତ୍ମା ବଖାଣିବା ଅତ୍ୟନ୍ତ ଲଜ୍ଜାକର କଥା। ଯୁବପୀଢି ଗାନ୍ଧୀ ଆଦର୍ଶରୁ ବିଚ୍ୟୁତ ନହେବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ।

ବିଶିଷ୍ଟ ଶିକ୍ଷାବିତ୍ ଭାଗବତ ଶୁକ୍ଳା ଗାନ୍ଧି ଓ ଶାସ୍ତ୍ରୀ ଦର୍ଶନ ଉପରେ ସାରଗର୍ଭକ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ରାମଧୂନ୍, ବୈଷ୍ଣବଜନ ଓ ଗାନ୍ଧୀଙ୍କ ପ୍ରିୟ ଭଜନ ଗାନ କରାଯାଇଥିଲା। ଶେଷରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

publive-imageଏହି ସମସ୍ତ କାର୍ଯ୍ୟକ୍ରମରେ ଏଆଇସିସି ସଂପାଦକ ରୁଦ୍ରରାଜୁ, ଅନିଲ୍ ଚୌଧୁରୀ, ମସ୍ତାନ ଭାଲିଙ୍କ ସମେତ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳ, ନରସିଂହ ମିଶ୍ର, ଶରତ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଅନନ୍ତ ପ୍ରସାଦ ସେଠୀ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ମହମ୍ମଦ ମୋକିମ୍, ଯୁଧିଷ୍ଠିର ଜେନା, ଗୁରୁପଦ ନନ୍ଦ, ଲଲାଟେନ୍ଦୁ ମହାପାତ୍ର, ଦେବାଶିଷ ପଟ୍ଟନାୟକ, ବିଜୟଲକ୍ଷ୍ମୀ ସାହୁ, ସମିର କୁମାର ରାଉତରାୟ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସସ୍ମିତା ବେହେରା, ଜାନକୀ ବଲ୍ଲଭ ପଟ୍ଟନାୟକ, ସଂଗ୍ରାମ କେଶରୀ ଜେନା, ନବଜ୍ୟୋତି ପଟ୍ଟନାୟକ, ଅମୀୟ କୁମାର ପଟ୍ଟନାୟକ, ମନୋରଞ୍ଜନ ଦାଶ, ସନ୍ଧ୍ୟା ମହାପାତ୍ର, ମଧୁସ୍ମିତା ସେଠୀ, ଚିନ୍ମୟ ସୁନ୍ଦର ଦାସ, ଅବଦୁଲ୍ ବାରୀ, ବିଷ୍ଣୁଚରଣ ବାରିକ, ଅଂଶୁମାନ ମହାନ୍ତି, ପଦ୍ମାକର ଗୁରୁ, ସତ୍ୟବ୍ରତ ନାୟକ, କନକଲତା ମଲ୍ଲିକ, ସ୍ୱାଧିନବାଳା ଦାସ, ହଳଧର ସେଠୀ, ଆଲୋକ ଲେଙ୍କା, ମାନସ ଆଚାର୍ଯ୍ୟ, ପ୍ରକାଶ ମିଶ୍ର, ସୂର୍ଯ୍ୟ ନାରାୟଣ ପଣ୍ଡା, ଅଜିତ ମଙ୍ଗରାଜ,ସୁଶାନ୍ତ ତ୍ରିପାଠୀ, ବାଙ୍କନିଧି ବେହେରା, ସତ୍ୟସ୍ମିତ ମହାନ୍ତି, ଅରିନ୍ଦମ ସର୍କେଲ, ଜ୍ୟୋତିଷ ସାହୁ, ବିଶ୍ୱଜିତ୍ ଦାସ, କହ୍ନେଇ ଚରଣ ସେଠୀ, ଜାନକୀ ମଲ୍ଲିକ, ଜୟକୃଷ୍ଣ ସୁବୁଦ୍ଧି, ଯୋଗୀନାଥ ବାହୁବଳେନ୍ଦ୍ର, ସୁରେନ୍ଦ୍ର ପରମାଣିକ, ଶୁଭଶ୍ରୀ ପଣ୍ଡା,ଅଭିଷେକ ମହାନନ୍ଦ, ବିସ୍ମୟ ମହାପାତ୍ର, ଚିତରଞ୍ଜନ ଷଡ଼ଙ୍ଗୀ, ରଜନୀ ମହାନ୍ତି, ରସିକଚାନ୍ଦ ପଟ୍ଟନାୟକ, ମନୋଜ ଜେନା, କୈଳାସ ସାହୁ, ପ୍ରଦୀପ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe