Advertisment

ପଶ୍ଚିମାଝଡ଼ ନେଲା ଜୀବନ, ବ୍ୟାପକ ଫସଲ ନଷ୍ଟ

ଗତକାଲିର ଝଡ଼ବର୍ଷାରେ ଭଦ୍ରକ ଓ ବାଲେଶ୍ୱରରେ ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ସେହିଭଳି ମାଲକାନଗିରିରେ କାନ୍ଥ ପଡ଼ି ଜଣେ ଶିଶୁର ଜୀବନ ଯାଇଛି।

ଅଦ୍ୟତନ ହୋଇଛି
paddy loss

paddy loss

Advertisment

ଉତ୍ତର ଓଡ଼ିଶାରେ ପଶ୍ଚିମା ଝଡ଼ର ପ୍ରକୋପ। ଗତକାଲିର ଝଡ଼ବର୍ଷାରେ ଭଦ୍ରକ ଓ ବାଲେଶ୍ୱରରେ ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ସେହିଭଳି ମାଲକାନଗିରିରେ କାନ୍ଥ ପଡ଼ି ଜଣେ ଶିଶୁର ଜୀବନ ଯାଇଛି। କୋରାପୁଟ ଓ ମାଲକାନଗିରିରେ ଝଡ଼ ତୋଫାନ ବହୁ ଘର ଉପରୁ ଛାତ ଉଡାଇ ନେଇଥିବା ବେଳେ ବେଘର ହୋଇଛନ୍ତି ଅନେକ। ସେପଟେ ବର୍ଷା, ପବନ ଓ କୁଆପଥର ମାଡ଼ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉଜାଡ଼ି ଦେଇଛି ବହୁ ଚାଷୀଙ୍କ କ୍ଷେତ।

Advertisment

ପୁରୀରେ ଧାନ, ନବରଙ୍ଗପୁରରେ ମକା ଆଉ କୋରାପୁଟରେ ପରିବା ଚାଷ କ୍ଷତି ହୋଇଛି। ପୁରୀ ଜିଲ୍ଲାର ବ୍ରହ୍ମଗିରି ଅଞ୍ଚଳରେ ବ୍ୟାପକ ଧାନ ଫସଲ କ୍ଷତି ହୋଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ନଷ୍ଟ ହୋଇଛି ବହୁ ଏକର ମକା ଫସଲ। ପବନ ମାଡ଼ରେ କ୍ଷେତରେ ଶୋଇଯାଇଛି ଫୁଲ ଓ ଫଳ ଧରିଆସିଥିବା ମକା ଫସଲ। କୋରାପୁଟ ଜିଲ୍ଲା ଲେନ୍ଦିରି ମାଳିଗୁଡ଼ା ଅଞ୍ଚଳରେ ବାଇଗଣ, ଭେଣ୍ଡି, କଲରା ଓ କାକୁଡ଼ି ଆଦି ବିଭିନ୍ନ କିସର ପରିବା ଫସଲ ନଷ୍ଟ। ସେହିଭଳି ବାଲେଶ୍ୱର ଓ ଜିଲ୍ଲାର ଜଳେଶ୍ୱର ଅଞ୍ଚଳରେ ମଧ୍ୟ ବ୍ୟାପକ ପିରମାଣରେ କଖାରୁ, ତରଭୁଜ ଓ ଜହ୍ନି ଫସଲ କ୍ଷତି ହୋଇଛି।

ତିନି ଦିନ ଧରି କୋହଲା ପାଗ ସାଙ୍ଗକୁ କାଲିର କୁଆପଥର ବର୍ଷା ପରେ ପାଣିରେ ଲୋଟୁଛି ଏକର ଏକର ପରିବା କ୍ଷେତ। ଯାହାକୁ ନେଇ ଚାଷୀ ଦୁଃଖି।

Advertisment

ସେପଟେ ଭଦ୍ରକ ବାସୁଦେବପୁରରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତକ ଜଣକ ବାଂଶବଡା ଥାନା ଅଧିନ କରଞ୍ଜମାଳ ଗୁଆଁଶୁଳ ଗ୍ରାମର କାର୍ତ୍ତିକ ମାଝି। ସେହିପରି ବାଲେଶ୍ୱର ସିମୁଳିଆର ରାମକୃଷ୍ଣପୁର ଗାଁରେ ବଜ୍ରାଘାତରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀର ଅକାଳ ବିୟୋଗ ଖବର ଆସିଛି। ସେପଟେ ମାଲକାନଗିରି ପଡିଆ ବ୍ଲକ ମେଟାଗୁଡ଼ା ଗାଁରେ କାନ୍ଥ ଭୁଶୁଡ଼ି ପଡ଼ି ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ମାଆ-ବାପା ଗୁରୁତର ଆହତ ହୋଇଛନ୍ତିା

ଏହି ଜିଲ୍ଲାର ଅନେକ ସ୍ଥାନରେ ଚାଳ ଓ ଆଜବେଷ୍ଟ ଛପର ଉଡ଼ିଯିବାରୁ ଲୋକେ ବେସାହାରା ହୋଇଛନ୍ତି। ସେହିଭଳି କୋରାପୁଟ ଜିଲ୍ଲାର ଦଶରଥପୁର ଓ ପଟାଙ୍ଗି ବ୍ଲକର ବିଭିନ୍ନ ସ୍ଥାନରେ ଘରର ଆଜବେଷ୍ଟସ ଛପର ଉଡିବା ଗଛ ଉପୁଡ଼ି ଘର ଭାଙ୍ଗିଥିବା ଚିତ୍ର ବି ସାମ୍ନାକୁ ଆସିଛି। 

Unnatural Death Thunderstorm Death Paddy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe