Advertisment

ଏସ୍‌ସିବିରୁ ଡିସ୍‌ଚାର୍ଜ ହେଲେ କମଳା ପୂଜାରୀ

କଟକ (ଓଡ଼ିଶା ରିପୋର୍ଟର): ସୁସ୍ଥ ହୋଇ ଆଜି କଟକ ଏସ୍‌ସିବିରୁ ଡିସ୍‌ଚାର୍ଜ ହୋଇଛନ୍ତି ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ କମଳା ପୂଜାରୀ। ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରେ ସେ ଏସ୍‌ସିବିରୁ ଡିସ୍‌ଚାର୍ଜ ହୋଇଛନ୍ତି। ଅସୁସ୍ଥତା ଯୋଗୁଁ ୨୫ ତାରିଖରେ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ। ସେ ଡାକ୍ତରଖାନାରୁ ଘରକୁ ଫେରୁଥିବାରୁ ଖୁବ୍ ଖୁସି ପ୍ରକାଶ କରିଛନ୍ତି। ପୁଣି ଗାଁକୁ ଫେରି ତାଙ୍କ ଚାଷ କାମରେ ଲାଗିଯିବେ ବୋଲି କହିଛନ୍ତି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି, ଏବେ କମଳାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି […]

ଅଦ୍ୟତନ ହୋଇଛି
ଏସ୍‌ସିବିରୁ ଡିସ୍‌ଚାର୍ଜ ହେଲେ କମଳା ପୂଜାରୀ

kamala

Advertisment

କଟକ (ଓଡ଼ିଶା ରିପୋର୍ଟର): ସୁସ୍ଥ ହୋଇ ଆଜି କଟକ ଏସ୍‌ସିବିରୁ ଡିସ୍‌ଚାର୍ଜ ହୋଇଛନ୍ତି ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ କମଳା ପୂଜାରୀ। ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରେ ସେ ଏସ୍‌ସିବିରୁ ଡିସ୍‌ଚାର୍ଜ ହୋଇଛନ୍ତି। ଅସୁସ୍ଥତା ଯୋଗୁଁ ୨୫ ତାରିଖରେ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ।

Advertisment

ସେ ଡାକ୍ତରଖାନାରୁ ଘରକୁ ଫେରୁଥିବାରୁ ଖୁବ୍ ଖୁସି ପ୍ରକାଶ କରିଛନ୍ତି। ପୁଣି ଗାଁକୁ ଫେରି ତାଙ୍କ ଚାଷ କାମରେ ଲାଗିଯିବେ ବୋଲି କହିଛନ୍ତି।

ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି, ଏବେ କମଳାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଛି। ଜ୍ୱର, ଝାଡ଼ା, ଇନ୍‌ଫେକ୍ସସ ପ୍ରଭୃତି ଭଲ ହୋଇସାରିଛି। ଗତ ୬ ଦିନ ଭିତରେ ତାଙ୍କ ରକ୍ତ ଚାପ ଓ ଅନ୍ୟାନ୍ୟ ସମସ୍ୟାର ସୁଧାର ହୋଇଯାଇଛି। କିଡ୍‌ନୀ ଜନିତ ରହିଥିବା ସମସ୍ୟାର ଚିକିତ୍ସା ପାଇଁ ତାଙ୍କୁ ଔଷଧ ଦିଆଯାଇଛି। ତାଙ୍କ ତରଫରୁ ସେ ଘରକୁ ଯିବାକୁ ଆଗ୍ରହ ପ୍ରକାଶ କରିଥିଲେ। ତେଣୁ ଡାକ୍ତିରୀ ଟିମ୍ ବସି ଆଲୋଚନା କରିବା ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଉଛି। ଦିଆଯାଇଥିବା ଔଷଧ ସେ ଘରେ ଖାଇବେ। ଆବଶ୍ୟକ ହେଲେ ପୁଣି ତାଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦିଆଯିବ।

Advertisment

ସୂଚନା ଥାଉକି, ଚଳିତ ମାସ ୨୧ ତାରିଖରେ କମଳା ପୂଜାରୀ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଝାଡ଼ା ଓ ଜ୍ୱର ହୋଇଥିଲା। ପରିବାର ଲୋକେ ତାଙ୍କୁ ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।  ସେଠାରେ ଚିକିତ୍ସାପରେ ଝାଡ଼ା ଓ ଜ୍ୱର କମିଯାଇଥିଲା। ପରେ ଡାକ୍ତର କମଳା ପୂଜାରୀଙ୍କର ରକ୍ତ ଓ ପରିସ୍ରା ପରୀକ୍ଷା କରିଥିଲେ। ରିପୋର୍ଟରେ ୟୁରିଆ ଓ କ୍ରେଟିନ୍ ଅଧିକ ଆସିଥିଲା। ଅଧିକ ଚିକିତ୍ସା ପାଇଁ  ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା।

କୃଷି କ୍ଷେତ୍ରରେ ପ୍ରମୁଖ ଅବଦାନ ପାଇଁ କମଳା ପୂଜାରୀଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe