Advertisment

ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଏସସିବି ସ୍ଥାନାନ୍ତର

ଜୟପୁର(ଟି. ଗୌରି ଶଙ୍କର): ପଦ୍ମଶ୍ରୀ କମଳା ପୂଜାରୀଙ୍କୁ କଟକ ବଡ଼ ମେଡିକାଲ(ଏସ୍‌ସିବି)କୁ ସ୍ଥାନାନ୍ତର କରାଯାଇଛି। ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଦିଲୀପ ବିଶ୍ଵାଳ କହିଛନ୍ତି। ସେ  କହିଛନ୍ତି, କମଳା ପୂଜାରୀଙ୍କୁ ଝାଡ଼ା ଓ ଜ୍ୱର ହେଉଥିଲା।  ଚିକିତ୍ସା ପରେ ତାଙ୍କର ଝାଡ଼ା ଓ ଜ୍ୱର କମିଯାଇଛି। ତାଙ୍କର ରକ୍ତ ଓ ପରିଶ୍ରା ପରୀକ୍ଷା କରିବା ପରେ ୟୁରିଆ ଓ କ୍ରେଟିନ୍ ଅଧିକ ଆସିବାରୁ ଅଧିକ ଚିକିତ୍ସା […]

ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଏସସିବି ସ୍ଥାନାନ୍ତର

Padma Shri Kamala Pujari

Advertisment

ଜୟପୁର(ଟି. ଗୌରି ଶଙ୍କର): ପଦ୍ମଶ୍ରୀ କମଳା ପୂଜାରୀଙ୍କୁ କଟକ ବଡ଼ ମେଡିକାଲ(ଏସ୍‌ସିବି)କୁ ସ୍ଥାନାନ୍ତର କରାଯାଇଛି। ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଦିଲୀପ ବିଶ୍ଵାଳ କହିଛନ୍ତି।

Advertisment

ସେ  କହିଛନ୍ତି, କମଳା ପୂଜାରୀଙ୍କୁ ଝାଡ଼ା ଓ ଜ୍ୱର ହେଉଥିଲା।  ଚିକିତ୍ସା ପରେ ତାଙ୍କର ଝାଡ଼ା ଓ ଜ୍ୱର କମିଯାଇଛି। ତାଙ୍କର ରକ୍ତ ଓ ପରିଶ୍ରା ପରୀକ୍ଷା କରିବା ପରେ ୟୁରିଆ ଓ କ୍ରେଟିନ୍ ଅଧିକ ଆସିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କ ଅବସ୍ଥା ଭଲ ଅଛି।

ଗତ ରବିବାର ଦିନ କମଳା ପୂଜାରୀ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଜ୍ୱର ସହ ଝାଡ଼ାବାନ୍ତି ହୋଇଥିଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱତନ୍ତ୍ର କେବିନରେ ତାଙ୍କର ଚିକିତ୍ସା କରାଯାଉଥିଲା। ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଥିଲେ। ଅଧିକ ଚିକତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।

Advertisment

କୃଷି କ୍ଷେତ୍ରରେ ପ୍ରମୁଖ ଅବଦାନ ପାଇଁ କମଳା ପୂଜାରୀଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe