Advertisment

ପଦ୍ମପୁର ଉପନିର୍ବାଚନ: ୩ ଅଧ୍ୟାପକଙ୍କୁ ସସ୍‌ପେଣ୍ଡ, ମନ୍ତ୍ରୀଙ୍କୁ ସୁରକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର କଲେଜରେ ବିଜେଡି ନେତାଙ୍କ ସହ ବସି ଗୁପ୍ତ ନିର୍ବାଚନ ରଣନୀତି ସଭା ଆୟୋଜନ ଅଭିଯୋଗ ଘଟଣାରେ ୩ ଅଧ୍ୟାପକଙ୍କୁ ସସ୍‌ପେଣ୍ଡ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସୁପାରିସ କରିଛନ୍ତି। ଆଜି ବରଗଡ଼ ଜିଲ୍ଲାପାଳଙ୍କ ଚିଠିକୁ ସୁପାରିସ କରି ବିଭାଗକୁ ପଠାଇଛନ୍ତି ସିଇଓ। ପୂର୍ବରୁ ଏହି ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରି ସିଇଓଙ୍କୁ ଲେଖିଥିଲେ ଜିଲ୍ଲାପାଳ। ଏଭଳି ସଭା କରାଯିବା ଦ୍ୱାରା ନିର୍ବାଚନୀ ଆଚରଣବିଧି ଉଲ୍ଲଂଘନ ହୋଇଥିବା ବିଜେପି ଅଭିଯୋଗ […]

ଅଦ୍ୟତନ ହୋଇଛି
ପଦ୍ମପୁର ଉପନିର୍ବାଚନ: ୩ ଅଧ୍ୟାପକଙ୍କୁ ସସ୍‌ପେଣ୍ଡ, ମନ୍ତ୍ରୀଙ୍କୁ ସୁରକ୍ଷା

padampur

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର କଲେଜରେ ବିଜେଡି ନେତାଙ୍କ ସହ ବସି ଗୁପ୍ତ ନିର୍ବାଚନ ରଣନୀତି ସଭା ଆୟୋଜନ ଅଭିଯୋଗ ଘଟଣାରେ ୩ ଅଧ୍ୟାପକଙ୍କୁ ସସ୍‌ପେଣ୍ଡ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସୁପାରିସ କରିଛନ୍ତି। ଆଜି ବରଗଡ଼ ଜିଲ୍ଲାପାଳଙ୍କ ଚିଠିକୁ ସୁପାରିସ କରି ବିଭାଗକୁ ପଠାଇଛନ୍ତି ସିଇଓ। ପୂର୍ବରୁ ଏହି ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରି ସିଇଓଙ୍କୁ ଲେଖିଥିଲେ ଜିଲ୍ଲାପାଳ।

Advertisment

ଏଭଳି ସଭା କରାଯିବା ଦ୍ୱାରା ନିର୍ବାଚନୀ ଆଚରଣବିଧି ଉଲ୍ଲଂଘନ ହୋଇଥିବା ବିଜେପି ଅଭିଯୋଗ ଆଣିଥିଲା। ୩ ନିଲମ୍ବିତ ହେଲେ ପଦ୍ମପୁର ଅଞ୍ଚଳିକ ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ କୃଷ୍ଣ ମୋହନ ପଣ୍ଡା, ମଣ୍ଡୋଶିଳ ଡିଗ୍ରୀ କଲେଜ୍‌ର ଇନ୍‌ଚାର୍ଜ ପ୍ରିନ୍ସପାଲ ବିନୟ ରଂଜନ ପଣ୍ଡା ଏବଂ ଦଭା ହାୟର୍ ସେକେଣ୍ଡାରୀ ସ୍କୁଲ୍‌ର ରାଜନୀତି ବିଜ୍ଞାନ ଅଧ୍ୟାପକ ସୁଧିର କୁମାର ରଥ।

ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି। ତଦନ୍ତ ପରେ ଏମାନେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିଲେ ବରଗଡ଼ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ।

Advertisment

ସୂଚନା ଅନୁଯାୟୀ, ଗତ ୧୯ ତାରିଖରେ ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ପଦ୍ମପୁର ସରକାରୀ କଲେଜର ଅଧ୍ୟାପକ, ପ୍ରାଧ୍ୟାପକ ଓ ପ୍ରିନ୍ସପାଲଙ୍କ ସହ ନିର୍ବାଚନ ସଂକ୍ରାନ୍ତରେ ଏକ ଗୁପ୍ତ ବୈଠକ କରିଥିଲେ। ଏହି ଘଟଣାକୁ ନେଇ ସଂପୃକ୍ତ ମନ୍ତ୍ରୀ ଓ ତିନି ଅଧ୍ୟାପକଙ୍କ ବିରୋଧରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା ବିଜେପି। ବିଜେଡି ଏଠାରେ ଯେନତେନ ନିର୍ବାଚନ ଜିତିବାକୁ କାହାକୁ କେଉଁ ଦାୟିତ୍ୱ ଦିଆଯିବ ସେ ନେଇ ମନ୍ତ୍ରୀ ଆଲୋଚନା କରି ଫିକ୍ସିଂ କରିଥିଲେ ବୋଲି ବିଜେପି ଅଭିଯୋଗ କରିଥିଲା।

ତେବେ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ପ୍ରଶାସନିକ ପାତରଅନ୍ତର ଓ ମନ୍ତ୍ରୀଙ୍କୁ ସୁରକ୍ଷା ଦିଆଯାଉଥିବା ଅଭିଯୋଗ କରିଛି ବିଜେପି। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି କଲେଜ ପରିସରରେ ନିର୍ବାଚନୀ ସଭା କରିବା ପ୍ରସଙ୍ଗରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ବିରୋଧରେ କେବେ ନିଆଯିବ କାର୍ଯ୍ୟାନୁଷ୍ଠାନ ବୋଲି ବିଜେପି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି। ଆଜି ପ୍ରେସମିଟ୍ କରି ଏ ପ୍ରଶ୍ନ କରିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖଶାଶ୍ରୀ ସାମନ୍ତ ସିଂହାର। ମନ୍ତ୍ରୀଙ୍କୁ ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ତଡିପାର୍ କରିବା ସହ ସଂପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାରୁ ବାଦ୍ ଦେବାକୁ ଦାବି କରିଛି ଦଳ।

ହେଲେ ଏନେଇ ଉଚ୍ଚଶିକ୍ଷାମନ୍ତ୍ରୀ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

PadampurBypoll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe