Advertisment

ପଦ୍ମଶ୍ରୀ ହଳଧର ନାଗଙ୍କ କବିତା ସଙ୍କଳନ ‘କାବ୍ୟାଞ୍ଜଳି’ ଉନ୍ମୋଚିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁସ୍ତକ ଓ ଉପନ୍ୟାସ ପଢ଼ିବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବା ସହ ଲେଖକ ଓ ଗାଳ୍ପିକଙ୍କ ସହ ସିଧାସଳଖ ଯୋଡ଼ି ହେବାର ଉଦ୍ଦେଶ୍ୟ ନେଇ ପ୍ରଭାକେତନ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପଦ୍ମଶ୍ରୀ ହଳଧର ନାଗ। ତାଙ୍କ ସହ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ବହୁ କବି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଥିରେ ହଳଧର ନାଗଙ୍କ ଲିଖିତ କବିତା […]

ପଦ୍ମଶ୍ରୀ ହଳଧର ନାଗଙ୍କ କବିତା ସଙ୍କଳନ ‘କାବ୍ୟାଞ୍ଜଳି’ ଉନ୍ମୋଚିତ

Padmasri-haladhar-nags-poetry-book-kabyaanjali-released-in-a-special-program

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁସ୍ତକ ଓ ଉପନ୍ୟାସ ପଢ଼ିବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବା ସହ ଲେଖକ ଓ ଗାଳ୍ପିକଙ୍କ ସହ ସିଧାସଳଖ ଯୋଡ଼ି ହେବାର ଉଦ୍ଦେଶ୍ୟ ନେଇ ପ୍ରଭାକେତନ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପଦ୍ମଶ୍ରୀ ହଳଧର ନାଗ। ତାଙ୍କ ସହ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ବହୁ କବି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଥିରେ ହଳଧର ନାଗଙ୍କ ଲିଖିତ କବିତା ସଙ୍କଳନ ‘କାବ୍ୟାଞ୍ଜଳି’ର ଉନ୍ମୋଚନ କରାଯାଇଥିଲା।

Advertisment

କବି ପଦ୍ମଶ୍ରୀ ହଳଧର ନାଗ କହିଛନ୍ତି-“କବି ଓ ବାଦୁଡ଼ି ଏକାପରି। ବାଦୁଡ଼ି ଯେଉଁଭଳି ଭାବେ ବର ଫଳ ଖାଇ ତାକୁ ପକାଇ ଦେଲେ ସେଥିରୁ ବିରାଟ ବୃକ୍ଷ ସବୁ ସୃଷ୍ଟି ହୁଏ, ଠିକ୍‌ ସେମିତି କବି ଦୁନିଆର ସବୁ ଭଲ ଓ ମନ୍ଦକୁ ଆହରଣ କରି ତାକୁ କଲମ ମୁନରେ ସଜାଇ ଦିଏ। ଯାହା ଦିନେ କାଳଜୟୀ କବିତା ପାଲଟି ଯାଏ। ମୁଁ ଚାହୁଁଛି ଓଡ଼ିଶା ମାଟିରେ ସେମିତି କାଳଜୟୀ କବିମାନେ ଜନ୍ମ ନିଅନ୍ତୁ।”

ପ୍ରଭାକେତନ ଫାଉଣ୍ଡେସନ୍ ଆୟୋଜକ ବେତୁଲା ରାମଲକ୍ଷ୍ମୀ କହିଛନ୍ତି-“ପାଠକ ଲେଖକଙ୍କ ପୁସ୍ତକ ପଢ଼ନ୍ତି। ମାତ୍ର କେବେ ହେଲେ ଲେଖକଙ୍କୁ ଭେଟିବାର ସୁଯୋଗ ପାଆନ୍ତି ନାହିଁ। ଆମେ ସେହି ସୁଯୋଗ ପାଠକଙ୍କୁ ଦେଉଛୁ।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe