ଏନଏସି ଦାବିରେ ଆଜିଠାରୁ ଦୁଇ ଦିନ ପାଇକମାଲ ବନ୍ଦ 

ପଦ୍ମପୁର: ୩ ଦଫା ଦାବି ପୂରଣ ନିମନ୍ତେ ଆଜିଠାରୁ ୪୮ ଘଣ୍ଟା ଅର୍ଥାତ ଆସନ୍ତା ଦୁଇ ଦିନ ପାଇଁ ପାଇକମାଲ ବନ୍ଦ ଡାକରା ଦିଆଯାଇଛି। ଏହା ମଧ୍ୟରେ ଦାବି ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପାଇକମାଳ ବନ୍ଦ କରିବାକୁ ଚେତାବନୀ ଦିଆଯାଇଛି। ୩ ପ୍ରମୁଖ ଦାବି ମଧ୍ୟରେ ପାଇକମାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏରିଆ ହସ୍ପିଟାଲ ଘୋଷଣା, ପାଇକମାଳକୁ ବିଜ୍ଞପିତ ପରିଷଦ ଅଞ୍ଚଳ ଘୋଷଣା ଓ ପଦ୍ମପୁରକୁ ଜିଲ୍ଲା ଘୋଷଣା ନିମନ୍ତେ ଦାବି ହୋଇଛି। ସ୍ଥାନୀୟ […]

strike

  • Published: Thursday, 17 November 2022
  • , Updated: 17 November 2022, 09:40 AM IST

ପଦ୍ମପୁର: ୩ ଦଫା ଦାବି ପୂରଣ ନିମନ୍ତେ ଆଜିଠାରୁ ୪୮ ଘଣ୍ଟା ଅର୍ଥାତ ଆସନ୍ତା ଦୁଇ ଦିନ ପାଇଁ ପାଇକମାଲ ବନ୍ଦ ଡାକରା ଦିଆଯାଇଛି। ଏହା ମଧ୍ୟରେ ଦାବି ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପାଇକମାଳ ବନ୍ଦ କରିବାକୁ ଚେତାବନୀ ଦିଆଯାଇଛି।

୩ ପ୍ରମୁଖ ଦାବି ମଧ୍ୟରେ ପାଇକମାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏରିଆ ହସ୍ପିଟାଲ ଘୋଷଣା, ପାଇକମାଳକୁ ବିଜ୍ଞପିତ ପରିଷଦ ଅଞ୍ଚଳ ଘୋଷଣା ଓ ପଦ୍ମପୁରକୁ ଜିଲ୍ଲା ଘୋଷଣା ନିମନ୍ତେ ଦାବି ହୋଇଛି। ସ୍ଥାନୀୟ ଅଞ୍ଚଳର  ଅନେକ ସଂଗଠନ ଓ ସଂଘର କର୍ମକର୍ତ୍ତା ଏହି ବନ୍ଦରେ ସାମିଲ ହୋଇଛନ୍ତି। ବନ୍ଦ ଯୋଗୁଁ ସମସ୍ତ ଦୋକାନ ବଜାର ,ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ତେବେ ଯାନବାହାନ ଚଳାଚଳ ସ୍ୱାଭାବିକ ରହିଛି ।

ସୂଚନାଯୋଗ୍ୟ, ପଦ୍ମପୁରକୁ ଜିଲ୍ଲା, ପାଇକମାଳକୁ ଏନଏସି, ପାଇକମାଳ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡସ୍ତରୀୟ ହସ୍ପିଟାଲ ଘୋଷଣା  ଦାବିରେ ଗତକାଲି ଏକ କମିଟି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।  ୨୦୨୩ ଡିସେମ୍ବର ୩୧ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା  ମିଳିବ । ଏଥିସହ ପଦ୍ମପୁର ଉପ ନିର୍ବାଚନ ଲାଗି ବିଜେଡି ଇସ୍ତାହାରରେ ବି ଏହା ସ୍ଥାନ ପାଇବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ବି ଆଜିଠୁ ଆସନ୍ତା ୪୮ ଘଣ୍ଟା ପାଇଁ  ପାଇକମାଲ ବନ୍ଦ ଡାକରା ଦିଆଯାଇଛି।

Related story