Advertisment

‘ପଖାଳ’ ଖାଇଲେ ବଢୁଛି ରୋଗ ପ୍ରତିରୋଧକାରୀ ଶକ୍ତି, ଏମ୍‌ସ ଗବେଷଣାରୁ ଆସିଲା ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ‘ପଖାଳ’ ଖାଇଲେ ବଢୁଛି ରୋଗ ପ୍ରତିରୋଧକାରୀ ଶକ୍ତି। ଭୁବନେଶ୍ୱର ଏମ୍‌ସ ପକ୍ଷରୁ ହୋଇଥିବା ଏକ ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ‘ପଖାଳ’ର ତୋରାଣୀରେ ଥିବା ଫ୍ୟାଟି ଏସିଡ୍‌ ଅନେକ ଉପକାରୀ ବୋଲି ଗବେଷଣାରୁ ଜଣାପଡିଛି। ଏମ୍‌ସ ଭୁବନେଶ୍ୱର ମାଇକ୍ରୋ ବାୟୋଲଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ବି. ରାମାଦାସ ‘ପଖାଳ’ ଉପରେ ଗବେଷଣା କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରୁ ୨୦ ପ୍ରକାର ବାସି ‘ପଖାଳ’ ଓ ତୋରାଣୀ ସଂଗ୍ରହ କରି […]

ଅଦ୍ୟତନ ହୋଇଛି
‘ପଖାଳ’ ଖାଇଲେ ବଢୁଛି ରୋଗ ପ୍ରତିରୋଧକାରୀ ଶକ୍ତି, ଏମ୍‌ସ ଗବେଷଣାରୁ ଆସିଲା ତଥ୍ୟ

pakhala

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ‘ପଖାଳ’ ଖାଇଲେ ବଢୁଛି ରୋଗ ପ୍ରତିରୋଧକାରୀ ଶକ୍ତି। ଭୁବନେଶ୍ୱର ଏମ୍‌ସ ପକ୍ଷରୁ ହୋଇଥିବା ଏକ ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ‘ପଖାଳ’ର ତୋରାଣୀରେ ଥିବା ଫ୍ୟାଟି ଏସିଡ୍‌ ଅନେକ ଉପକାରୀ ବୋଲି ଗବେଷଣାରୁ ଜଣାପଡିଛି।

Advertisment

ଏମ୍‌ସ ଭୁବନେଶ୍ୱର ମାଇକ୍ରୋ ବାୟୋଲଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ବି. ରାମାଦାସ ‘ପଖାଳ’ ଉପରେ ଗବେଷଣା କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରୁ ୨୦ ପ୍ରକାର ବାସି ‘ପଖାଳ’ ଓ ତୋରାଣୀ ସଂଗ୍ରହ କରି ସେଗୁଡିକ ଉପରେ ଗବେଷଣା କରାଯାଇଥିଲା। ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଏହି ‘ପଖାଳ’ ଅନେକ ଉପାଦେୟ ବୋଲି ଗବେଷଣାରେ ଜଣାଇଛନ୍ତି। ଏହି ତୋରାଣୀ ପିଇବା ଦ୍ୱାରା ଶରୀରରେ ଅପପୁଷ୍ଟିର ଅଭାବ ଦୂର ହୋଇପାରିବ ବୋଲି ଜଣାପଡିଛି।

ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଏଠି ଗରିବଠାରୁ ଆରମ୍ଭ କରି ଧନୀ ପର୍ଯ୍ୟନ୍ତ ସମସ୍ତେ ପଖାଳ ଖାଆନ୍ତି। ଏପରି ମହାପ୍ରଭୁଙ୍କ ପାଖରେ ପଖାଳ ଭୋଗ ଲାଗେ। ମହାମାରୀ କରୋନା ସମୟରେ ପଖାଳରେ ରୋଗପ୍ରତିରୋଧକାରୀ ଶକ୍ତି ଅଛି ବୋଲି ଗବେଷଣାରୁ ଜଣାପଡ଼ିଛି। ଏହା ନିଶ୍ଚିତ ଓଡ଼ିଆଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ।

Advertisment

ପଖାଳକୁ ଆହୁରି ଲୋକଲୋଚନ କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱ ପଖାଳ ଦିବସ’ ରୂପେ ପାଳନ କରାଯାଉଛି। ଏହି ଦିନ ସଭିଏଁ ସବୁଠି ପଖାଳ ଖାଉଥିବା ଦେଖିବାକୁ ମିଳେ। ଏହାଛଡ଼ା ଓଡ଼ିଶା ବଡ଼ ବଡ଼ ହୋଟଲ୍‌ରେ ମଧ୍ୟ ପଖାଳ ପସରା ମେଲିଥାଏ।

Odia Health Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe