ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ଯୋଗୁ ଫିକା ପଡ଼ିଲା ‘ପଖାଳ ଦିବସ’। ସଂକ୍ରମଣ ଭୟରେ ହୋଟେଲରେ ‘ପଖାଳ ଦିବସ’ ଆୟୋଜନ ହେଉ ନଥିବା ବେଳେ ଲୋକଙ୍କଠାରେ ବି ପୂର୍ବ ବର୍ଷ ଭଳି ଉତ୍ସାହ ଦେଖିବାକୁ ମିଳିନି।
ପାରମ୍ପରିକ ଓଡ଼ିଆ ଖାଦ୍ୟ ପଖାଳର ପ୍ରସାର ଲାଗି କିଛି ବର୍ଷ ହେଲା ପଖାଳ ଦିବସ ପାଳନ ହେଉଛି। ତେବେ କରୋନା ସଂକ୍ରମଣ ଯୋଗୁ ଚଳିତ ବର୍ଷ ପଖାଳ ଦିବସ ପ୍ରଭାବିତ ହୋଇଛି। ପଖାଳ ଦିସବ ନିମନ୍ତେ ବିଭିନ୍ନ ସ୍ଥାନରେ ହେଉଥିବା ଆୟୋଜନ ମଧ୍ୟ ବନ୍ଦ ରହିଛି।
ବିଶେଷ କରି ରାଜଧାନୀର ଷ୍ଟାର ହୋଟେଲଠୁ ଆରମ୍ଭ କରି ଓ ରେଷ୍ଟୁରାଣ୍ଟ ତଥା ସାଧାରଣ ହୋଟେଲମାନଙ୍କରେ ପ୍ରତିବର୍ଷ ପଖାଳ ଦିବସ ନିମନ୍ତେ ହୋଇଥାଏ ସ୍ୱତନ୍ତ୍ର ଆୟୋଜନ। ଲୋକଙ୍କ ମଧ୍ୟରେ ପୂର୍ବରୁ ଏଥିନିମନ୍ତେ ଦେଖାଯାଉଥିବା ଉତ୍ସାହ କିନ୍ତୁ ଏ ବର୍ଷ ଦେଖିବାକୁ ମିଳିନାହିଁ। ସବୁଠି ପଖାଳ ଦିବସ କାର୍ଯ୍ୟକ୍ରମ ବାତିଲ ହୋଇଛି।
ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ମାଛପଡ଼ାର ପଖାଳ ନାନୀଙ୍କ ଘରେ ପଖାଳ ଦିବସ ପାଳିତ ହୋଇଛି। ପଖାଳ ଦିବସରେ ପଖାଳ ନାନୀ ଭାବେ ପରିଚିତ ଶୁଭଲକ୍ଷ୍ମୀଙ୍କ ହାତରୁ ପଖାଳ ଖାଇବା ପାଇଁ ସାହିପଡିଶା ଲୋକ ଭିଡ଼ ଜମାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନିଜ କାର୍ଯ୍ୟାଳୟରେ ବସିଥିଲେ ବିଜେପି ନେତା, ଖଣ୍ଡା ଧରି ମାଡ଼ି ଆସିଲେ ଦୁର୍ବୃତ୍ତ
ନିଜ କାର୍ଯ୍ୟାଳୟରେ ଥିବା ବିଜେପି ନେତାଙ୍କ ଉପରେ ହେଲା ମରଣାନ୍ତକ ଆକ୍ରମଣ। ମାତ୍ର ଖଣ୍ଡା ଚୋଟରୁ ଅଳ୍ପକେ ବର୍ତ୍ତିଗଲେ ବିଜେପିର ତୁଙ୍ଗ ନେତା।
Accident
ଚାଲି ଚାଲି ଯାଉଥିଲେ ଯୁବକ, ପିଟିଦେଲା ଅଜଣା ଗାଡ଼ି
ଚାଲି ଚାଲି ଘରକୁ ଫେରୁଥିଲେ ଯୁବକ। ମାତ୍ର କିଛି ସମୟ ପରେ ଘରେ ପହଞ୍ଚି ବି ଯାଇଥାନ୍ତେ। ମାତ୍ର ବିଧିର ବିଧାନ ଥିଲା କିଛି ଅଲଗା।
Accident
ଗୁପ୍ତେଶ୍ୱର ଯିବାବେଳେ ଓଲଟିଲା ଭ୍ୟାନ୍; ମହିଳା ମୃତ, ୧୩ ଆହତ
ଗଜପତି ଜିଲ୍ଲା ମୋହନା ଥାନା କେନ୍ଦୁଘାଟିରେ ଟୁରିଷ୍ଟ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି ।
Politics
ଲୋକସେବା ଭବନରେ ଲାଗିଲା ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍
ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସାନିଟାରୀ ଭେଣ୍ଡିଂ ମେସିନକୁ ସ୍ଥାପନକୁ ଉଦଘାଟନ କରିବା ସହ ମହିଳାମାନଙ୍କ ପାଇଁ ସ୍ୱଚ୍ଛତା ଓ ସହାୟକ କର୍ମକ୍ଷେତ୍ର ସୃଷ୍ଟି ଦିଗରେ ଏକ ପ୍ରଗତିଶୀଳ ପଦକ୍ଷେପ ବୋଲି କହିଛନ୍ତି ।
Politics
ରାଜ୍ୟରେ ୫ବର୍ଷରେ ୨ଗୁଣ ବଢ଼ିବ ଏମବିବିଏସ୍ ସିଟ୍ : ସ୍ୱାସ୍ଥ୍ୟମନ୍ତ୍ରୀ
ଆଜି ଶ୍ରୀ ମହାଲିଙ୍ଗ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଆଗାମୀ ୫ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ଥିବା ଏମବିବିଏସ୍ ସିଟ୍ ସଂଖ୍ୟାକୁ ୨୫୦୦ରୁ ୫ହଜାରକୁ ବୃଦ୍ଧି କରିବାକୁ ସରକାର ଯୋଜନା କରିଛନ୍ତି ।