Advertisment

ଲକ୍‌ଡାଉନ୍‌ ସତ୍ତ୍ୱେ ୪ ଲକ୍ଷ ଟଙ୍କାର ଗୁଟ୍‌ଖା ଜବତ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ଏକ ଦୋକାନ  ଓ ଗୋଦାମ ଉପରେ ଚଢ଼ଉ କରି ପୁଲିସ୍‌ ବିପୁଳ ପରିମାଣର ଗୁଟଖା ଜବତ କରିଛି। ଜବତ ହୋଇଥିବା ଗୁଟଖାର ବଜାର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଗତକାଲି ନବରଙ୍ଗପୁର ଏସ୍‌ପି ନିତିନ କୁସଲକରଙ୍କ ନିର୍ଦ୍ଦେଶ କ୍ରମେ ଡିଏସପି ଗୋବିନ୍ଦ ଚନ୍ଦ୍ର ବୁରୁଦା ଏବଂ ପ୍ରତ୍ୟୁସ୍ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ଉମରକୋଟ ସହରର ଜଣେ ବ୍ୟବସାୟୀଙ୍କ ଦୋକାନ ଓ ତାଙ୍କ […]

ଲକ୍‌ଡାଉନ୍‌ ସତ୍ତ୍ୱେ ୪ ଲକ୍ଷ ଟଙ୍କାର ଗୁଟ୍‌ଖା ଜବତ

umercourt

Advertisment

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ଏକ ଦୋକାନ  ଓ ଗୋଦାମ ଉପରେ ଚଢ଼ଉ କରି ପୁଲିସ୍‌ ବିପୁଳ ପରିମାଣର ଗୁଟଖା ଜବତ କରିଛି। ଜବତ ହୋଇଥିବା ଗୁଟଖାର ବଜାର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।

Advertisment

ଗତକାଲି ନବରଙ୍ଗପୁର ଏସ୍‌ପି ନିତିନ କୁସଲକରଙ୍କ ନିର୍ଦ୍ଦେଶ କ୍ରମେ ଡିଏସପି ଗୋବିନ୍ଦ ଚନ୍ଦ୍ର ବୁରୁଦା ଏବଂ ପ୍ରତ୍ୟୁସ୍ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ଉମରକୋଟ ସହରର ଜଣେ ବ୍ୟବସାୟୀଙ୍କ ଦୋକାନ ଓ ତାଙ୍କ ଗୋଦାମ ଉପରେ ଚଢ଼ଉ କରିଥିଲା।  ସେଠାରୁ ବିପୁଳ ପରିମାଣର ଗୁଟ୍‌ଖା ଜବତ କରି ପୁଲିସ୍‌ ଦୋକାନ ମାଲିକଙ୍କୁ ଅଟକ ରଖିଥିଲା। ତେବେ ଦୋକାନ ମାଲିକ ୮ ଲକ୍ଷ, ୨୭ ହଜାର ୨୦୦ ଟଙ୍କା ଜରିମାନା ଦେବା ପରେ ତାଙ୍କୁ ଛାଡ଼ି ଦିଆଯାଇଥିବା ଉମରକୋଟ ଥାନା ଆଇଆଇସି ଉମେଶ କୁମାର ସାହୁ ସୁଚନା ଦେଇଛନ୍ତି।

ଲକ୍‌ଡାଉନ୍‌ ଯୋଗୁ ସମସ୍ତ ପାନ ଓ ଗୁଟ୍‌ଖା ଦୋକାନ ବନ୍ଦ ରହିଛି। ଏଭଳି ପରିସ୍ଥିତିରେ ଏତେ ପରିମାଣର ଗୁଟ୍‌ଖା ଗୋଟିଏ ଦୋକାନରୁ ଜବତ ହେବା ଘଟଣା ସହରରେ ଚହଳ ସୃଷ୍ଟି କରିଛି। ନବରଙ୍ଗପୁର ଏସ୍‌ପିଙ୍କ ଏଭଳି ପଦକ୍ଷେପକୁ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe