Advertisment

ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାକୁ ଆଦୌ ବ୍ୟାପିବାକୁ ନ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଉଥିବା ବେଳେ ଆଜି ରାଜ୍ୟ ନିର୍ବାଚନ କମିଶନ ପଞ୍ଚାୟତ ଉପ-ନିର୍ବାଚନକୁ ସ୍ଥଗିତ କରି ଦେଇଛନ୍ତି। ମାର୍ଚ୍ଚ ୨୪ ତାରିଖରେ ଏହି ଉପନିର୍ବାଚନ ହୋଇଥା’ନ୍ତ। ୨୦ଟି ଜିଲ୍ଲାରେ ୨ଟି ଜିଲ୍ଲା ପରିଷଦ ସଭ୍ୟ, ୬ ସରପଞ୍ଚ, ୮ ସମିତି ସଭ୍ୟ ଓ ୮୪ଟି ୱାର୍ଡ ସଭ୍ୟ ପଦବୀ ପୂରଣ ପାଇଁ ଏହି ଉପନିର୍ବାଚନ ହୋଇଥା’ନ୍ତା। ତେବେ ଏହି […]

ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ

election

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାକୁ ଆଦୌ ବ୍ୟାପିବାକୁ ନ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଉଥିବା ବେଳେ ଆଜି ରାଜ୍ୟ ନିର୍ବାଚନ କମିଶନ ପଞ୍ଚାୟତ ଉପ-ନିର୍ବାଚନକୁ ସ୍ଥଗିତ କରି ଦେଇଛନ୍ତି।

Advertisment

ମାର୍ଚ୍ଚ ୨୪ ତାରିଖରେ ଏହି ଉପନିର୍ବାଚନ ହୋଇଥା’ନ୍ତ। ୨୦ଟି ଜିଲ୍ଲାରେ ୨ଟି ଜିଲ୍ଲା ପରିଷଦ ସଭ୍ୟ, ୬ ସରପଞ୍ଚ, ୮ ସମିତି ସଭ୍ୟ ଓ ୮୪ଟି ୱାର୍ଡ ସଭ୍ୟ ପଦବୀ ପୂରଣ ପାଇଁ ଏହି ଉପନିର୍ବାଚନ ହୋଇଥା’ନ୍ତା। ତେବେ ଏହି ଉପନିର୍ବାଚନ ପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe