ବାଜିଲା ବିଗୁଲ, ଫେବୃଆରୀ ୧୬ରୁ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ଭୋଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଫେବୃଆରୀ ୧୬ରୁ ସମଗ୍ର ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ। ଏଥିପାଇଁ ଆଜି ରାଜ୍ୟ ନିର୍ବାଚନ କମିଶନର ବିଧିବଦ୍ଧ କାର୍ଯ୍ୟସୂଚୀ ଘୋଷଣା କରିବା ସହ ନିର୍ବାଚନ ଆଦର୍ଶ ଆଚରଣ ବିଧି ଆଜିଠୁ ରାଜ୍ୟବ୍ୟାପୀ ଲାଗୁ ହେଲା ବୋଲି କହିଛନ୍ତି। ରାଜ୍ୟରେ ୫ଟି ପର୍ଯ୍ୟାୟ ନିର୍ବାଚନ ଫେବୃଆରୀ ୧୬, ୧୮,୨୦,୨୨ ଓ ୨୪ତାରିଖରେ ହେବ। ସେହିପରି ଫେବୃଆରୀ ୨୬, ୨୭ ଓ ୨୮ତାରିଖରେ ଭୋଟଗଣତି ସମସ୍ତ ବ୍ଲକ ମୁଖ୍ୟାଳୟରେ ଜିଲ୍ଲା ପରିଷଦ […]

SEC

SEC

Ordigital Desk
  • Published: Tuesday, 11 January 2022
  • Updated: 11 January 2022, 07:15 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଫେବୃଆରୀ ୧୬ରୁ ସମଗ୍ର ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ। ଏଥିପାଇଁ ଆଜି ରାଜ୍ୟ ନିର୍ବାଚନ କମିଶନର ବିଧିବଦ୍ଧ କାର୍ଯ୍ୟସୂଚୀ ଘୋଷଣା କରିବା ସହ ନିର୍ବାଚନ ଆଦର୍ଶ ଆଚରଣ ବିଧି ଆଜିଠୁ ରାଜ୍ୟବ୍ୟାପୀ ଲାଗୁ ହେଲା ବୋଲି କହିଛନ୍ତି। ରାଜ୍ୟରେ ୫ଟି ପର୍ଯ୍ୟାୟ ନିର୍ବାଚନ ଫେବୃଆରୀ ୧୬, ୧୮,୨୦,୨୨ ଓ ୨୪ତାରିଖରେ ହେବ। ସେହିପରି ଫେବୃଆରୀ ୨୬, ୨୭ ଓ ୨୮ତାରିଖରେ ଭୋଟଗଣତି ସମସ୍ତ ବ୍ଲକ ମୁଖ୍ୟାଳୟରେ ଜିଲ୍ଲା ପରିଷଦ ଜୋନୱାରି ହେବ। ଭୋଟଗଣତି ସମାପ୍ତ ସହ ଫେବୃଆରୀ ୨୮ତାରିଖରେ ହିଁ ଆଦର୍ଶ ଆଚରଣ ବିଧି ପ୍ରତ୍ୟାହାର ହେବ।

ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାଯାଇ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରାଯିବ। ଏଥିପାଇଁ ସ୍ୱତନ୍ତ୍ର ଭାବେ ଗାଇଡଲାଇନ୍ ନିର୍ବାଚନ କମିଶନରଙ୍କ ଦ୍ୱାରା ଦିଆଯାଇଛି। ଦୁଇଟି ପର୍ଯ୍ୟାୟରେ ରାଜ୍ୟ ମୁଖ୍ୟ ସଚିବ, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ସଚିବ, ଗୃହ ସଚିବ ଓ ପୁଲିସ ଡିଜିଙ୍କ ସହ ଆଲୋଚନା ପରେ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରି ନିର୍ବାଚନ କରିବାରେ କୌଣସି ସମସ୍ୟା ନାହିଁ ବୋଲି କମିଶନ ଅନୁଭବ କରିଛନ୍ତି। ତେଣୁ ଆଗାମୀ ପଞ୍ଚାୟତ ନିର୍ବାଚନରେ କୌଣସି ପ୍ରକାରର ସଭାସମିତି, ବୈଠକ, ବାଇକ ର‌୍ୟାଲି, ପ୍ରଥପାନ୍ତ ସଭା ଆଦି ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି । କେବଳ ସର୍ବାଧିକ ୫ଜଣଙ୍କୁ ଧରି ପ୍ରାର୍ଥୀ ଡୋରଟୁ ଡୋର ପ୍ରଚାର କରିପାରିବେ। କୋଭିଡର ଉଭୟ ଡୋଜ୍ ଟିକା ନେଇଥିବା ଅବା ନେଗେଟିଭ୍ ରିପୋର୍ଟ ଥିବା ବ୍ୟକ୍ତିଙ୍କୁ ହିଁ ଭୋଟ ଗଣତି କେନ୍ଦ୍ରରେ ପ୍ରବେଶ ପାଇଁ ଅନୁମତି ମିଳିବ।

ଚଳିତଥର ତ୍ରିସ୍ତରୀୟ ପଞ୍ଚାୟତରେ ମୋଟ ୯୧୯୧୩ଜଣ ୱାର୍ଡମେମ୍ବର, ୬୭୯୪ଜଣ ସରପଞ୍ଚ, ୬୭୯୩ଜଣ ପଞ୍ଚାୟତ ସମିତି ସଭ୍ୟ ଓ ୮୫୩ଜଣ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ରାଜ୍ୟର ମୋଟ ୨କୋଟି ୭୯ଲକ୍ଷ ୩୫ହଜାର ୫୨୫ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ତେବେ ଜଗତସିଂହପୁର ଜିଲ୍ଲାର ଢିଙ୍କିଆ ପଞ୍ଚାୟତରେ ସରପଞ୍ଚ ଓ ୱାର୍ଡମେମ୍ବର ନିମନ୍ତେ ନିର୍ବାଚନ ହେବ ନାହିଁ।

ଏହି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ଗୁରୁବାର ଅର୍ଥାତ୍ ଜାନୁଆରୀ ୧୩ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ନିର୍ବାଚନ ଅଧିକାରୀମାନେ ପ୍ରକାଶ କରିବେ। ନାମାନଙ୍କ ପତ୍ର ଦାଖଲର ତାରିଖ ଜାନୁଆରୀ ୧୭ରୁ ୨୧ତାରିଖ ପର୍ଯ୍ୟନ୍ତ ହେବ। ୨୨ ତାରିଖରେ ନାମାଙ୍କନ ପତ୍ର ଯାଂଚ, ୨୫ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ପ୍ରତ୍ୟାହାର କରିହେବ। ସେହି ୨୫ତାରିଖ ସନ୍ଧ୍ୟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଭୋଟଗ୍ରହଣ ଫେବୃଆରୀ ୧୬ରୁ ୨୪ ତାରିଖ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ହେବ।

ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କର ସତ୍ୟପାଠ ସମ୍ପୃକ୍ତ ଜିଲ୍ଲାର ୱେବସାଇଟରେ ଉଲ୍ଲେଖ ରହିବ। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପଦବୀ ପାଇଁ ପ୍ରାର୍ଥୀମାନେ ଯଦି ଭୁଲ୍ ସତ୍ୟପାଠ ଦାଖଲ କରିଥିବେ ସେମାନେ ଆଇନତଃ ଦଣ୍ଡିତ ହେବାର ପ୍ରାବଧାନ ରହିଛି ବୋଲି ଶ୍ରୀ ପାଢ଼ୀ କହିଛନ୍ତି।

ଫେବୃଆରୀ ୧୬ତାରିଖରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୨୦୨ଟି ଜିଲ୍ଲା ପରିଷଦ ଜୋନର ୧୬୬୯ଟି ଗ୍ରାମପଞ୍ଚାୟତରେ ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡମେମ୍ବର ନିମନ୍ତେ ନିର୍ବାଚନ ହେବ। ଏଥିପାଇଁ ୨୨୩୭୯ଟି ବୁଥରେ ମତଦାନ ହେବ ଓ ମୋଟ ୬୭.୫୧ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ।

ସେହିପରି ଫେବୃଆରୀ ୧୮ରେ ୩୦ଟି ଜିଲ୍ଲାର ୬୮ଟି ବ୍ଲକର ୧୮୬ଟି ଜିଲ୍ଲା ପରିଷଦ ଜୋନର ୧୫୧୪ଟି ପଞ୍ଚାୟତରେ ନିର୍ବାଚନ ହେବ। ମୋଟ ୨୦୪୩୬ଟି ବୁଥରେ ପ୍ରାୟ ୬୨.୧୦ଲକ୍ଷ ଭୋଟର ମତାଧିକାର ସାବ୍ୟସ୍ତ କରିବେ।

ଫେବୃଆରୀ ୨୦ରେ ୨୯ଟି ଜିଲ୍ଲାର ୬୩ଟି ବ୍ଲକର ୧୭୧ଟି ଜିଲ୍ଲା ପରିଷଦ ଜୋନର ୧୩୪୨ଟି ପଞ୍ଚାୟତରେ ନିର୍ବାଚନ ହେବ। ମୋଟ ୧୮୪୯୫ଟି ବୁଥରେ ୫୬.୫୩ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ।

ଫେବୃଆରୀ ୨୨ରେ ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଜୋନର ୧୨୫୪ଟି ପଞ୍ଚାୟତରେ ଭୋଟଗ୍ରହଣ ହେବ। ଏଥିପାଇଁ ୧୭୮୧୯ଟି ବୁଥରେ ୫୧.୫୩ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ।

ସେହିପରି ଫେବୃଆରୀ ୨୪ ବା ଶେଷପର୍ଯ୍ୟାୟରେ ୨୫ଟି ଜିଲ୍ଲାର ୪୮ଟି ବ୍ଲକର ୧୩୧ଟି ଜିଲ୍ଲା ପରିଷଦ ଜୋନର ୯୭୫ଟି ପଞ୍ଚାୟତରେ ଭୋଟଗ୍ରହଣ ହେବ। ମୋଟ ୧୩୫୧୪ଟି ବୁଥରେ ପ୍ରାୟ ୩୧.୮୮ ଲକ୍ଷ ଭୋଟର ନିଜର ଭୋଟ ଅଧିକାର ସାବ୍ୟସ୍ତ କରିବେ। ତେବେ କେଉଁ ବ୍ଲକରେ କେବେ ଭୋଟଗ୍ରହଣ ହେବ ତା’ର ବିସ୍ତୃତ ତଥ୍ୟ ନିର୍ବାଚନ କମିଶନରଙ୍କ ୱେବସାଇଟରେ ଉଲ୍ଲେଖ ରହିଛି ବୋଲି କମିଶନର ଶ୍ରୀ ପାଢ଼ୀ କହିଛନ୍ତି।

ସେହିପରି ନାଏବ ସରପଞ୍ଚ ନିର୍ବାଚନ ମାର୍ଚ୍ଚ ୧୧ ଓ ବ୍ଲକ ଅଧ୍ୟକ୍ଷ ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ମାର୍ଚ୍ଚ ୧୨ରେ ହେବ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ମାର୍ଚ୍ଚ ୧୩ରେ ଶେଷ ହେବ। ସେହିପରି ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ ମାର୍ଚ୍ଚ ୨୩ରେ ଓ ଜିଳ୍ଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ମାର୍ଚ୍ଚ ୨୫ରେ ଶେଷ ହେବ।

କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ ନିମନ୍ତେ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ୨୦୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଚଳିତଥର ମଧ୍ୟ ସମାନ ପରିମାଣର ପୁଲିସ ଫୋର୍ସ ମୁତୟନ କରାଯିବ। ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ କୌଣସି ସମସ୍ୟା ନାହିଁ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story