Advertisment

Election: ଆଗୁଆ ହୋଇପାରେ ପଞ୍ଚାୟତ ନିର୍ବାଚନ

ମନମୋହନ କହିଥିଲେ, ତଳ ସ୍ତରରେ ସାଧାରଣ ଲୋକ ଉପେକ୍ଷିତ ହେଉଛନ୍ତି। ଆସନ୍ତା ପଞ୍ଚାୟତ ନିର୍ବାଚନରେ ଆମକୁ ସବୁ ଜିଲ୍ଲା ପରିଷଦ, ସବୁ ବ୍ଲକ,ପଞ୍ଚାୟତ, ମ୍ୟୁନିସିପାଲିଟୀ ଓ ଏନ୍‌ଏସିରେ ଆମକୁ ଜିତିବାକୁ ପଡ଼ିବ। ସବୁ ୱାର୍ଡରେ ଆମକୁ ଜିତିବାକୁ ପଡ଼ିବ।

author-image
Jitendra Garnayak
Manmohan

ରାଜ୍ୟରେ ଆଗୁଆ ହୋଇପାରେ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ। ଆଜି ଭୁବନେଶ୍ୱରରେ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦେଇଛନ୍ତି ଏହି ସୂଚନା। 

Advertisment

ନିଜର ସମର୍ଥକଙ୍କ ସହିତ ବିଜେପିରେ ଯୋଗ ଦେଇଥିବା ରାୟଗଡ଼ା ଜିଲ୍ଲା ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀର କିଛି କଂଗ୍ରେସ ଓ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ସାମଲ କହିଥିଲେ ଯେ ପଞ୍ଚାୟତ ନିର୍ବାଚନ ଆଉ ୬ ମାସ ରହିଲା।  ଜନଗଣନା ପାଇଁ ଧାର୍ଯ୍ୟ ସମୟର ଦୁଇ ତିନି ମାସ ପୂର୍ବରୁ ଆଗୁଆ ନିର୍ବାଚନ ହେବାର ସମ୍ଭାବନା ରହିଛି। ତେଣୁ ଆମକୁ ଦିନ ରାତି ପରିଶ୍ରମ କରିବାକୁ ପଡ଼ିବ। 

ସେ କହିଥିଲେ, ତଳ ସ୍ତରରେ ସାଧାରଣ ଲୋକ ଉପେକ୍ଷିତ ହେଉଛନ୍ତି। ଆସନ୍ତା ପଞ୍ଚାୟତ ନିର୍ବାଚନରେ ଆମକୁ ସବୁ ଜିଲ୍ଲା ପରିଷଦ, ସବୁ ବ୍ଲକ,ପଞ୍ଚାୟତ, ମ୍ୟୁନିସିପାଲିଟୀ ଓ ଏନ୍‌ଏସିରେ ଆମକୁ ଜିତିବାକୁ ପଡ଼ିବ। ସବୁ ୱାର୍ଡରେ ଆମକୁ ଜିତିବାକୁ ପଡ଼ିବ। ବିଜେପି ସବୁଠି ତା’ର ନେତୃତ୍ୱ ତିଆରି କରିବ। ତଳ ସ୍ତରରେ ଥିବା ସାଧାରଣ ସୁବିଧା ଅସୁବିଧା ବୁଝିବା ପାଇଁ ସବୁ ଜାଗାରେ ଆମର ପ୍ରତିନିଧିତ୍ୱ ହେବ। ଯେଉଁ ଟଙ୍କା କେନ୍ଦ୍ର ଓ ରାଜ୍ୟରୁ ଆସୁଛି, ତାହା ତଳ ସ୍ତରରେ ଥିବା ଲୋକଙ୍କ ପାଖରେ ପହଞ୍ଚିବା ଉଚିତ। 

Advertisment

ଶ୍ରୀ ସାମଲ କହିଥିଲେ, ପଞ୍ଚାୟତ ନିର୍ବାଚନ ଆଉ ୬ ମାସ ରହିଲା। ଆଜିଠାରୁ ଦିନରାତି ସମାନ କରି ସମସ୍ତେ ପରିଶ୍ରମ କରିବା। ଯେଉଁମାନେ ସରପଞ୍ଚ ଅଛନ୍ତି (ମିଶ୍ରଣ ପର୍ବରେ ବିଜେପିରେ ସାମିଲ ହୋଇଥିବା ବିଜେଡି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ କେତେ ଜଣ ସରପଞ୍ଚ ମଧ୍ୟ ଅଛନ୍ତି) ଓ ଯେଉଁ ସବୁ କାମ ଗତ ୪ ବର୍ଷରେ କରି ନାହାନ୍ତି, ଏ ୬ ମାସ ଭିତରେ ସେଗୁଡ଼ିକୁ ଶେଷ କରିବେ। କାରଣ ନିର୍ବାଚନ ଆଉ ୬ ମାସ ପରେ ଘୋଷଣା ହେବ। ଜନଗଣନା ପାଇଁ ଧାର୍ଯ୍ୟ ସମୟର ଦୁଇ ତିନି ମାସ ପୂର୍ବରୁ ଆଗୁଆ ନିର୍ବାଚନ ହେବାର ସମ୍ଭାବନା ରହିଛି।