Advertisment

ବୁଥ୍‌ ଭିତରୁ ବାଲାଟ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ

ବ୍ରହ୍ମଗିରି/ଯାଜପୁର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରାହିଛି। ତେବେ ଭୋଟିଂ ବେଳେ ବିଭିନ୍ନ ସ୍ଥାନରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ବୁଥ ଭିତରୁ ବାଲାଟ ବାକ୍ସ ଉଠାଇ ନେଇଛନ୍ତି ଦୁର୍ବୃତ୍ତ ତ ଆଉ କେଉଁଠି ବାଲାଟ ପେପର ଷ୍ଟାମ୍ପକୁ ଦୁର୍ବୃତ୍ତ ନେଇଯାଇଥିବା ଅଭିଯୋଗ ହୋଇଛି। ପୁରୀ ଜିଲ୍ଲା ବ୍ରହ୍ମଗିରି ଓ ଯାଜପୁର ଜିଲ୍ଲାରୁ ଆସିଛି ଏଭଳି କିଛି ଅଭିଯୋଗ। ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ ଥିବା ଏକ ବୁଥ ଭିତରୁ ବାଲାଟ […]

ଅଦ୍ୟତନ ହୋଇଛି
ବୁଥ୍‌ ଭିତରୁ ବାଲାଟ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ

elelction tension

Advertisment

ବ୍ରହ୍ମଗିରି/ଯାଜପୁର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରାହିଛି। ତେବେ ଭୋଟିଂ ବେଳେ ବିଭିନ୍ନ ସ୍ଥାନରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ବୁଥ ଭିତରୁ ବାଲାଟ ବାକ୍ସ ଉଠାଇ ନେଇଛନ୍ତି ଦୁର୍ବୃତ୍ତ ତ ଆଉ କେଉଁଠି ବାଲାଟ ପେପର ଷ୍ଟାମ୍ପକୁ ଦୁର୍ବୃତ୍ତ ନେଇଯାଇଥିବା ଅଭିଯୋଗ ହୋଇଛି। ପୁରୀ ଜିଲ୍ଲା ବ୍ରହ୍ମଗିରି ଓ ଯାଜପୁରଜିଲ୍ଲାରୁ ଆସିଛି ଏଭଳି କିଛି ଅଭିଯୋଗ।

Advertisment

ପୁରୀଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ ଥିବା ଏକ ବୁଥ ଭିତରୁ ବାଲାଟ ବାକ୍ସ ଉଠାଇ ନେଇଛନ୍ତି ଦୁର୍ବୃତ୍ତ। ଚାପମାଣିକ ପଞ୍ଚାୟତ କାଶିଝରିଆ ଗାଁର ୯ ନମ୍ବର ବୁଥରୁ କିଛି ଦୁର୍ବୃତ୍ତ ବାଲାଟ ବାକ୍ସ ଉଠାଇନେଇଥିବା ଅଭିଯୋଗ ଆସିଛି। ସୂଚନା ମୁତାବକ, ସକାଳ ୭ରେ ଏଠି ଭୋଟିଂ ଆରମ୍ଭ ହୋଇଥିଲା। ଭୋଟିଂ ଆରମ୍ଭ ହେବାର କିଛି ସମୟ ପରେ ୩ରୁ ୪ ଜଣ ଯୁବକ ଆସି ଗାଁ ୨ଜଣ ଲୋକେ ବୁଥ ଭିତରେ ବସିବେ ବୋଲି ପ୍ରିଜାଇଣ୍ଡିଂ ଅଫିସରକୁ କହିଥିଲେ। କିନ୍ତୁ ପ୍ରିଜାଇଣ୍ଡିଂ ଅଫିସର ଏଥିରେ ବାରଣ କରିବା ସହ ପୁଲିସକୁ ଡାକିଥିଲେ। ଏହାପରେ ସେମାନେ ସେଠାରୁ ପଳାଇ ଯାଇଥିଲେ।

ତେବେ ହଠାତ୍‌  ସାଢ଼େ ୧୦ଟା ବେଳେ ଜଣେ ଦୁର୍ବୃତ୍ତ ଆସି ବାଲାଟ ବାକ୍ସ ଉଠାଇ ନେଇଯାଇ କାନ୍ଥ ଆରପଟେ ଫିଙ୍ଗି ଦେଇଥିଲେ। ପାଚେରୀ ଆରପଟେ ଠିଆ ହୋଇଥିବା କିଛି ବ୍ୟକ୍ତି ବାଲାଟ ବାକ୍ସକୁ ଧରି ଜଙ୍ଗଲ ଭିତରକୁ ଦୌଡି ପଳାଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ତେବେ ଏହି ବୁଥରେ ସାଢ଼େ ୧୦ଟା ସୁଦ୍ଧା ୧୫୬ ଭୋଟରଙ୍କ ମଧ୍ୟରୁ ୯୦ ଜଣ ଭୋଟ ଦେଇଥିବା ପ୍ରିଜାଇଣ୍ଡିଂ ଅଫିସର ସୂଚନା ଦେଇଛନ୍ତି। ସେପଟେ ପୁଲିସ ପ୍ରଶାସନ ଏଠାରେ ଉପସ୍ଥିତ ନଥିବା ଲାଗି ଏଭଳି ଘଟଣା ଘଟିଥିବା କିଛି ଲୋକେ ଅଭିଯୋଗ ଉଠାଇଛନ୍ତି।

Advertisment

ସେହିପରି ଯାଜପୁର ଜିଲ୍ଲା ସୁଜନପୁର ପଞ୍ଚାୟତରେ ବୁଥ୍ ଭଙ୍ଗାରୁଜା ସହ ବ୍ୟାପକ ଉତ୍ତେଜନା ଦେଖାଦେଇଛି। ସୁଜନପୁର ପଞ୍ଚାୟତର ହସନପୁର ଗାଁ ଦୁର୍ଗାପୁର ଅଙ୍ଗନଓ୍ୱାଡ଼ି  କେନ୍ଦ୍ରର ୧ ନମ୍ବର ବୁଥରେ ଭଙ୍ଗାରୁଜା ଯୋଗୁଁ ବନ୍ଦ ରହିଛି ମତଦାନ। ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା କାରଣରୁ  କବାଟ ଭାଙ୍ଗିବା ସହ ବାଲଟ ପେପର ଷ୍ଟାମ୍ପକୁ ଲୋକେ ନେଇଯାଇଥିବା ଅଭିଯୋଗ ହୋଇଛି। ଫଳରେ ବୁଥରେ ମତଦାନ ବନ୍ଦ ରହିଛି ଘଟଣା ସ୍ଥଳରେ ପୋଲିସ ମୁତୟନ କରାଯାଇଛି।

Panchayat Election Violence Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe