Advertisment

ଭୋଟରଙ୍କୁ ଚା' ବାଣ୍ଟି ହଟହଟା ହେଲେ ପ୍ରାର୍ଥୀ

ଭଦ୍ରକ(ପାର୍ଥଶାରଥୀ ନାୟକ): ଆଜି ଜାରି ରହିଛି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ସକାଳୁ ୭ରୁ ଚାଲିଛି ଭୋଟ ଗ୍ରହଣ। ବୁଥରେ ଲମ୍ବା ଧାଡିରେ ଠିଆ ହୋଇ ନିଜ ନିଜ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର। ତେବେ ଏହାରି ଭିତରେ ବୁଥ ସାମ୍ନାରେ ଭୋଟର୍‌ଙ୍କୁ ଚା’ ବାଣ୍ଟିଛନ୍ତି ପ୍ରାର୍ଥୀ। ସେ ପୁଣି ନିଜ ନିବାଚର୍ନୀ ଚିହ୍ନ ସହ ନିଜ ଫଟୋ ଲାଗିଥିବା କପ୍‌ରେ। ଏଭଳି କରି ପ୍ରାର୍ଥୀଙ୍କୁ ହଟହଟା ହେବାକୁ ପଡିଛି। ଏହାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି […]

ଭୋଟରଙ୍କୁ ଚା' ବାଣ୍ଟି ହଟହଟା ହେଲେ ପ୍ରାର୍ଥୀ

tension in voting booth

Advertisment

ଭଦ୍ରକ(ପାର୍ଥଶାରଥୀ ନାୟକ): ଆଜି ଜାରି ରହିଛି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ସକାଳୁ ୭ରୁ ଚାଲିଛି ଭୋଟ ଗ୍ରହଣ। ବୁଥରେ ଲମ୍ବା ଧାଡିରେ ଠିଆ ହୋଇ ନିଜ ନିଜ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର। ତେବେ ଏହାରି ଭିତରେ ବୁଥ ସାମ୍ନାରେ ଭୋଟର୍‌ଙ୍କୁ ଚା' ବାଣ୍ଟିଛନ୍ତି ପ୍ରାର୍ଥୀ। ସେ ପୁଣି ନିଜ ନିବାଚର୍ନୀ ଚିହ୍ନ ସହ ନିଜ ଫଟୋ ଲାଗିଥିବା କପ୍‌ରେ। ଏଭଳି କରି ପ୍ରାର୍ଥୀଙ୍କୁ ହଟହଟା ହେବାକୁ ପଡିଛି। ଏହାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।

Advertisment

ଭଦ୍ରକ ଜିଲ୍ଲା ରାନ୍ଦିଆ ପଞ୍ଚାୟତର ଜଣେ ପ୍ରାର୍ଥୀ କେଟିଲି ଚିହ୍ନରେ ଛିଡ଼ା ହୋଇଛନ୍ତି। ଆଜି ଭୋଟ୍ ଚାଲିଥିବା ବେଳେ ପ୍ରାର୍ଥୀ ଜଣକ ୧୩ ନମ୍ବର ବୁଥ୍ ସାମ୍ନାରେ ଭୋଟରଙ୍କୁ କେଟିଲି ଚିହ୍ନ ଥିବା ଗ୍ଲାସରେ ଚା' ବାଣ୍ଟି ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବୁଥ୍ ସାମ୍ନାରେ ଉତ୍ତେଜନା ଦେଖାଦେଇଛି। ଏହାପରେ ଘଟଣାସ୍ଥଳରେ ବ୍ୟାପକ ପୁଲିସ ପହଞ୍ଚିଛି। ଭଦ୍ରକ ଏସ୍‌ପି ଚରଣ ସିଂ ମୀନା ମଧ୍ୟ ଘଟଣାସ୍ଥଳରେ ସ୍ଥିତି ପରଖିବା ସହ  ଲୋକଙ୍କୁ ବୁଝାସୁଝା କରିଛନ୍ତି।

ଆଜି ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ମୋଟ୍ ୮୫୩ଟି ଜିଲ୍ଲା ପରିଷଦ ଜୋନ୍ ଭିତରୁ ୨୦୦ଟିରେ ଭୋଟ୍ ଗ୍ରହଣ କରାଯାଉଛି। ୨୦୦ଟି ଜିଲ୍ଲା ପରିଷଦ ସଭ୍ୟ ଆସନ ସମେତ ୧୬୬୯ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ଭୋଟ୍ ଗ୍ରହଣ କରାଯାଉଛି। ସେହିପରି ୨୨,୩୭୯ଟି ଓ୍ୱାର୍ଡ ସଭ୍ୟ ପାଇଁ ବି ମତଦାନ ଚାଲିଛି। ଆଜି ୬୭ ଲକ୍ଷ ୫୧ ହଜାର ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ଗ୍ରହଣ ପାଇଁ ମୋଟ ୨୨,୩୭୯ଟି ବୁଥ୍‌ର ବ୍ୟବସ୍ଥା ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe