ଏପର୍ଯ୍ୟନ୍ତ ଆସି ପାରିଲାନି ନିର୍ବାଚନୀ ଫଳାଫଳ, ରାତି ପାହିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ପଂଚାୟତ ନିର୍ବାଚନର ଭୋଟଗଣତି ପ୍ରକ୍ରିୟାକୁ ନେଇ ଏବେ ପ୍ରାର୍ଥୀ ଓ ଭୋଟରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ପଂଚାୟତରେ ଭୋଟ ଗଣତି ପରିବର୍ତ୍ତେ ବ୍ଲକରେ ୩ଦିନ ଧରି ଭୋଟଗଣତି କରାଯିବା ଯୋଗୁ ଫଳାଫଳ ପ୍ରକାଶନ ବିଳମ୍ବ ହେବାରେ ଲାଗିଛି । ଆଜି ସକାଳ ୮ଟାରୁ ପ୍ରଥମ ଦିନର ଭୋଟଗଣତି ଆରମ୍ଭ ହୋଇଥିଲେ ମଧ୍ୟ ରାତି ୧୦ଟା ସୁଦ୍ଧା ଗୋଟିଏ ଜିଲ୍ଲା ପରିଷଦ ଜୋନକୁ ବାଦ୍ ଦେଲେ ଅନ୍ୟ କୌଣସି ଜୋନରେ ଚୂଡ଼ାନ୍ତ […]

election

election

Ordigital Desk
  • Published: Saturday, 26 February 2022
  • Updated: 27 February 2022, 07:08 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ପଂଚାୟତ ନିର୍ବାଚନର ଭୋଟଗଣତି ପ୍ରକ୍ରିୟାକୁ ନେଇ ଏବେ ପ୍ରାର୍ଥୀ ଓ ଭୋଟରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ପଂଚାୟତରେ ଭୋଟ ଗଣତି ପରିବର୍ତ୍ତେ ବ୍ଲକରେ ୩ଦିନ ଧରି ଭୋଟଗଣତି କରାଯିବା ଯୋଗୁ ଫଳାଫଳ ପ୍ରକାଶନ ବିଳମ୍ବ ହେବାରେ ଲାଗିଛି । ଆଜି ସକାଳ ୮ଟାରୁ ପ୍ରଥମ ଦିନର ଭୋଟଗଣତି ଆରମ୍ଭ ହୋଇଥିଲେ ମଧ୍ୟ ରାତି ୧୦ଟା ସୁଦ୍ଧା ଗୋଟିଏ ଜିଲ୍ଲା ପରିଷଦ ଜୋନକୁ ବାଦ୍ ଦେଲେ ଅନ୍ୟ କୌଣସି ଜୋନରେ ଚୂଡ଼ାନ୍ତ ଫଳାଫଳ ଆସିପାରିନି। ଏପରିକି ବଡ଼ ବଡ଼ ପଂଚାୟତଗୁଡ଼ିକର ଭୋଟ ଫଳାଫଳ ଆସିବାକୁ ମଧ୍ୟ ସକାଳ ହୋଇପାରେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଗୋଟିଏ ଜୋନର ଭୋଟ ଗଣତି ଶେଷ ନହେବା ପର୍ଯ୍ୟନ୍ତ ଅନ୍ୟ ଗୋଟିଏ ଜୋନ୍ ପାଇଁ ଗଣତି କାର୍ଯ୍ୟ ଆରମ୍ଭ ହୋଇପାରିବ ନାହିଁ । ଯଦିଓ ୩ଦିନ ଯାକ ଭୋଟ ଗଣତି ପ୍ରକ୍ରିୟା ଦାୟିତ୍ୱରେ ଭିନ୍ନ ଭିନ୍ନ ସରକାରୀ କର୍ମଚାରୀ ମୁତୟନ କରାଯାଇଛି । ଗୋଟିଏ ଜୋନ୍ ପାଇଁ ସକାଳ ୮ଟାରୁ ସର୍ବାଧିକ ୨୪ଘଣ୍ଟା ଅର୍ଥାତ୍ ପରଦିନ ସକାଳ ୮ଟା ପର୍ଯ୍ୟନ୍ତ ଭୋଟଗଣତି କରାଯିବ ଓ ଗଣତି ଶେଷ ହେବା ପର୍ଯ୍ୟନ୍ତ ତାହା ବଳବତ୍ତର ରହିବ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ତେଣୁ ସେହି ଆଧାରରେ ଆଜି ପ୍ରଥମ ଦିନରେ ମୋଟ ୩୧୫ଟି ଜୋନ୍ ପାଇଁ ଗଣତି ଚାଲିଛି । ସର୍ବଶେଷ ଖବର ସୁଦ୍ଧା(ରାତି ୧୦ଟା) ମୋଟ ୯୧୯୧୩ଟି ୱାର୍ଡ ମଧ୍ୟରୁ ଏପର୍ଯ୍ୟନ୍ତ ୨୪୦୪୩ଟି ୱାର୍ଡରେ ଗଣତି ଶେଷ ହୋଇଛି । ତାହା ଆଧାରରେ ୨୭୯ଟି ଜୋନରେ ବିଜେଡି, ୧୫ଟି ଜୋନରେ ବିଜେପି, ୧୬ଟି ଜୋନରେ କଂଗ୍ରେସ ଆଗରେ ଥିବାବେଳେ ସ୍ୱାଧୀନ ୨ ଓ ଅନ୍ୟାନ୍ୟ ୩ଟି ଜୋନରେ ଆଗରେ ରହିଛନ୍ତି । ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ପ୍ରଥମଥର ପାଇଁ ବିଜେପିକୁ ପଛରେ ପକାଇ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଛି । ନିର୍ବାଚନ କମିଶନଙ୍କ ‘ପରିଣାମ’ ୱେବପୋର୍ଟାଲରେ ଏହି ତଥ୍ୟ ଉଲ୍ଲେଖ ରହିଛି।

ଦ୍ୱିତୀୟ ଦିନ ଅର୍ଥାତ୍ ୨୭ତାରିଖରେ ୩୦୭ଟି ଓ ୨୮ତାରିଖରେ ୨୨୯ଟି ଜିଲ୍ଲା ପରିଷଦ ଜୋନରେ ଭୋଟଗଣତି ହେବ। ତେବେ ଏହି ଜୋନଗୁଡ଼ିକର ଗଣତି କେତେବେଳେ ଆରମ୍ଭ ହେବ ତାହା ଆଜିର ଗଣତି ଶେଷ ହେବା ଉପରେ ନିର୍ଭର କରୁଛି ବୋଲି ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।

ସୂଚନାଯୋଗ୍ୟ, ପୂର୍ବରୁ ପଂଚାୟତ ନିର୍ବାଚନ ପାଇଁ ଯେଉଁଦିନ ଭୋଟ ପଡ଼େ ସେହି ଦିନ ହିଁ ଗଣତି ହୋଇଥାଏ । ଆଉ ଫଳାଫଳ ରାତି ସୁଦ୍ଧା ପ୍ରକାଶ ପାଏ । କିନ୍ତୁ ଚଳିତଥର ଭୋଟଗଣତି ପ୍ରକ୍ରିୟା ଜଟିଳ ହୋଇଥିବାରୁ ତଥା ବ୍ଲକସ୍ତରରେ ଗଣତି ହେଉଥିବାରୁ ଫଳାଫଳ ଆସିବାରେ ଅହେତୁକ ବିଳମ୍ବ ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story