Advertisment

ଦୀର୍ଘ ୧୫ ବର୍ଷ ପରେ ଡଙ୍ଗରିଆ କନ୍ଧମାନେ ଦେବେ ପଞ୍ଚାୟତ ନିର୍ବାଚନରେ ଭୋଟ୍‌

କଲ୍ୟାଣସିଂହପୁର(ମାଉଡି ବାରିକ): ଦୀର୍ଘ ୧୫ ବର୍ଷ ପରେ ନିୟମଗିରି ପାହାଡ଼ ଅଞ୍ଚଳରେ ହେବ ପଞ୍ଚାୟତ ଭୋଟ୍‌। ଡଙ୍ଗରିଆ କନ୍ଧମାନେ ନିଜ ମନପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇ ବାଛିବେ। ନିୟମଗିରି ପାହାଡ଼ ସୁରକ୍ଷା ସମିତିର ଆବାହକଙ୍କ ନେତୃତ୍ୱରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଏପରି ନିଷ୍ପତ୍ତିକୁ ରାୟଗଡ଼ା ଉପଜିଲ୍ଲାପାଳ ସ୍ୱାଗତ କରିଛନ୍ତି। କଲ୍ୟାଣସିଂହପୁର ବ୍ଲକ୍‌ ନିୟମଗିରି ପାହାଡ଼ ଅଞ୍ଚଳରେ ଥିବା ପାର୍ଶାଲି ପଞ୍ଚାୟତରେ ପୂର୍ବରୁ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହେଉନଥିଲା। ଡ଼ଙ୍ଗାରିଆ କନ୍ଧମାନେ ବୈଠକ କରି […]

ଅଦ୍ୟତନ ହୋଇଛି
ଦୀର୍ଘ ୧୫ ବର୍ଷ ପରେ ଡଙ୍ଗରିଆ କନ୍ଧମାନେ ଦେବେ ପଞ୍ଚାୟତ ନିର୍ବାଚନରେ ଭୋଟ୍‌

Niyamgiri

Advertisment

କଲ୍ୟାଣସିଂହପୁର(ମାଉଡି ବାରିକ): ଦୀର୍ଘ ୧୫ ବର୍ଷ ପରେ ନିୟମଗିରି ପାହାଡ଼ ଅଞ୍ଚଳରେ ହେବ ପଞ୍ଚାୟତ ଭୋଟ୍‌। ଡଙ୍ଗରିଆ କନ୍ଧମାନେ ନିଜ ମନପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇ ବାଛିବେ। ନିୟମଗିରି ପାହାଡ଼ ସୁରକ୍ଷା ସମିତିର ଆବାହକଙ୍କ ନେତୃତ୍ୱରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଏପରି ନିଷ୍ପତ୍ତିକୁ ରାୟଗଡ଼ା ଉପଜିଲ୍ଲାପାଳ ସ୍ୱାଗତ କରିଛନ୍ତି।

Advertisment

କଲ୍ୟାଣସିଂହପୁର ବ୍ଲକ୍‌ ନିୟମଗିରି ପାହାଡ଼ ଅଞ୍ଚଳରେ ଥିବା ପାର୍ଶାଲି ପଞ୍ଚାୟତରେ ପୂର୍ବରୁ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହେଉନଥିଲା। ଡ଼ଙ୍ଗାରିଆ କନ୍ଧମାନେ ବୈଠକ କରି ନିଜ ପ୍ରତିନିଧିଙ୍କୁ ଚୟନ କରୁଥିଲେ। କିନ୍ତୁ ଚଳିତବର୍ଷ ପ୍ରଥମ ଥର ପାଇଁ ମତଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଡଙ୍ଗରିଆ କନ୍ଧମାନେ ଭୋଟ୍‌ ଦେଇ ୱାର୍ଡ ମେମ୍ୱର, ସମିତି ସଭ୍ୟ ଓ ସରପଞ୍ଚଙ୍କୁ ବାଛିବେ।

ମତଦାନ ପାଇଁ ଆଜି ନିୟମଗିରି ପାହାଡ଼ ସୁରକ୍ଷା ସମିତିର ଆବାହକ ଲଦ ସିକକାଙ୍କ ନେତୃତ୍ୱରେ ପଞ୍ଚାୟତ ନିକଟସ୍ଥ ଆମ୍ବ ଗଛ ମୂଳରେ ଏକ ବୈଠକ ବସିଥିଲେ। ଏଥିରେ ନିୟମଗିରି ପାହାଡ଼ରେ ବସବାସ କରୁଥିବା ଡଙ୍ଗାମାଟି, ଲାଖପଦର, ପଟାଙ୍ଗପଦର, ବଡ ବୁଡୁଣୀ, ସାନବୁଡୁଣୀ, ନିଶିଖାଲ, ନିର୍ଗୁଣ୍ଡି, ଫାକେରି, ଦାମାଗାଡ଼ା, ମାୟାବାଲି ପ୍ରମୁଖ ଗାଁର ଡ଼ଙ୍ଗରିଆମାନେ ଯୋଗଦେଇଥିଲେ। ଆଲୋଚନା ପର୍ଯ୍ୟାଲୋଚନା ପରେ ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା।

Advertisment

ପାର୍ଶାଲି ପଞ୍ଚାୟତରେ ୩୨ ଖଣ୍ଡ ଗାଁର ୧୧ଟି ୱାର୍ଡ ରହିଛି। ବୈଠକରେ ନିଷ୍ପତ୍ତି ପରେ ୫ଟି ୱାର୍ଡ଼ରେ ୱାର୍ଡ ମେମ୍ୱର ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ୬ଟି ୱାର୍ଡରେ କେହି ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି। ସେହିପରି ସରପଞ୍ଚ ପ୍ରାର୍ଥୀ ପାଇଁ ଲକ୍ଷ୍ମୀ କାଡ୍ରାକା ଓ ପୁଲେ କାଡ୍ରାକା ନାମାଙ୍କନପତ୍ର ଦାଖଲ କରିଛନ୍ତି। ଠିକ୍‌ ସେହିପରି ସମିତି ସଭ୍ୟ ପାଇଁ ୪ ଜଣ ବିକାଶ ବାଗ, କର୍ଣ୍ଣ କୌଶଲ୍ୟା, ଶାନୁର୍ଯ୍ୟ ଟାକିରି ଓ ସିନ୍ଦୁର ଭତ୍ରା  ନାମାଙ୍କନପତ୍ର ଦାଖଲ କରିଛନ୍ତି।

ନିୟମଗିରି ପାହାଡ଼ ଦଙ୍ଗରିଆ କନ୍ଧଙ୍କ ଏପରି ନିଷ୍ପତ୍ତିକୁ ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି। ନିର୍ବାଚନ ଏକ ଗଣତନ୍ତ୍ର ପ୍ରକ୍ରିୟାରେ ଚୟନ ପରିବର୍ତ୍ତେ ନିର୍ବାଚନ ହେବା ଉଚିତ ବୋଲି ସେ କହିଛନ୍ତି।

Local Issue Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe