Advertisment

ଦୀପ ଛୁଅଁ, ଭୋଟ୍‌ ଦିଅ, ଗାଁ ଗାଁ ବୁଲି କରାଇଲେ ଶପଥ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଭୋଟ୍ ପାଇଁ ଗାଁ ଗାଁରେ ବୁଲୁଛି ଘିଅ ଦୀପ। ଶପଥ କରି ଏକ ନିର୍ଦ୍ଦିଷ୍ଟ ଚିହ୍ନକୁ ଭୋଟ୍ ଦେବାକୁ ବାଧ୍ୟ କରୁଛନ୍ତି ନିର୍ଦ୍ଦିଷ୍ଟ ଗୋଷ୍ଠୀ। ଏଭଳି  ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ବିଜୟଲକ୍ଷ୍ମୀ ନାରାୟଣପୁରରେ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗତ ରାତିରେ ଏହି ଗାଁରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଗାଁରେ ୪୫ ମିନିଟ୍ ଧରି ବୁଲିଥିଲା ଘିଅ ଦୀପ। ପ୍ରତି ଲୋକଙ୍କ ଘର ଘର ବୁଲି ଶପଥ କରିବାକୁ […]

ଅଦ୍ୟତନ ହୋଇଛି
ଦୀପ ଛୁଅଁ, ଭୋଟ୍‌ ଦିଅ, ଗାଁ ଗାଁ ବୁଲି କରାଇଲେ ଶପଥ

panchyat vote

Advertisment

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଭୋଟ୍ ପାଇଁ ଗାଁ ଗାଁରେ ବୁଲୁଛି ଘିଅ ଦୀପ। ଶପଥ କରି ଏକ ନିର୍ଦ୍ଦିଷ୍ଟ ଚିହ୍ନକୁ ଭୋଟ୍ ଦେବାକୁ ବାଧ୍ୟ କରୁଛନ୍ତି ନିର୍ଦ୍ଦିଷ୍ଟ ଗୋଷ୍ଠୀ। ଏଭଳି  ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ବିଜୟଲକ୍ଷ୍ମୀ ନାରାୟଣପୁରରେ।

Advertisment

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗତ ରାତିରେ ଏହି ଗାଁରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଗାଁରେ ୪୫ ମିନିଟ୍ ଧରି ବୁଲିଥିଲା ଘିଅ ଦୀପ। ପ୍ରତି ଲୋକଙ୍କ ଘର ଘର ବୁଲି ଶପଥ କରିବାକୁ ବାଧ୍ୟ କରାଯାଇଥିଲା। ଏନେଇ ଅଭିଯୋଗ ପରେ ପୁଲିସ ଯାଇ ଘିଅ ଦୀପ ଲିଭାଇଥିବା ଜଣାପଡିଛି। ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ଆଜି ହେଉଛି ପ୍ରଥମ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ୍‌ ଗ୍ରହଣ।  ଏହା ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ଚାଲିବ। ଭୋଟ୍ ପାଇଁ ବାଲାଟ୍‌ ପେପରର ବ୍ୟବସ୍ଥା ହୋଇଛି। ଗୋଟିଏ ଗୋଟିଏ ବୁଥ୍‌ରେ ୩ ଶହରୁ ୫ଶହ ଭିତରେ ଭୋଟର୍ ଭୋଟ୍‌ ଦେବାର ବ୍ୟବସ୍ଥା ହୋଇଛି।

Advertisment

ସରପଂଚ ପଦବୀ ଲାଗି ଗୋଲାପୀ, ଓ୍ୱାର୍ଡ ମେମ୍ବର ଲାଗି ହଳଦିଆ, ସମିତି ସଭ୍ୟ ଲାଗି ନୀଳ ଓ ଜିଲ୍ଲା ପରିଷଦ ଜୋନ୍ ଲାଗି ଧଳା ରଙ୍ଗର ବାଲାଟ୍ ପେପର୍ ଦିଆଯାଉଛି। ଭୋଟର୍‌ ମାନେ ପୋଲିଂ ଚ୍ୟାମ୍ବରରେ ବାଲାଟ୍ ପେପର ଗୁଡ଼ିକରେ ନିଜର ମନ ପସନ୍ଦର ପ୍ରାର୍ଥୀଙ୍କ ଚିହ୍ନରେ ମୋହର ମାରିବା ପରେ ସେଗୁଡ଼ିକୁ ନେଇ ଭୋଟ୍ ବାକ୍ସରେ ଭର୍ତ୍ତି କରୁଛନ୍ତି।

ଆଜି ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ମୋଟ୍ ୮୫୩ଟି ଜିଲ୍ଲା ପରିଷଦ ଜୋନ୍ ଭିତରୁ ୨୦୦ଟିରେ ଭୋଟ୍ ଗ୍ରହଣ କରାଯାଉଛି।  ୨୦୦ଟି ଜିଲ୍ଲା ପରିଷଦ ସଭ୍ୟ ଆସନ ସମେତ ୧୬୬୯ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ଭୋଟ୍ ଗ୍ରହଣ କରାଯାଉଛି। ସେହିପରି ୨୨,୩୭୯ଟି ଓ୍ୱାର୍ଡ ସଭ୍ୟ ପାଇଁ ବି ମତଦାନ ଚାଲିଛି। ଆଜି ୬୭ ଲକ୍ଷ ୫୧ ହଜାର ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ଗ୍ରହଣ ପାଇଁ ମୋଟ ୨୨,୩୭୯ଟି ବୁଥ୍‌ର ବ୍ୟବସ୍ଥା ହୋଇଛି।

Odisha Panchayat Election 2022 Local Issue
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe