ଢ଼େଙ୍କାନାଳ(ଓଡ଼ିଶା ରିପୋର୍ଟର): ଢ଼େଙ୍କନାଳ ବନବିଭାଗକୁ ମିଳିଛି ବଡ ସଫଳତା । କପିଳାସ ବନାଞ୍ଚଳରୁ ଧରାପଡିଛନ୍ତି ୫ ଶିକାରୀ। ତାଙ୍କ ନିକଟରୁ ୪ଟି ଦେଶୀ ବନ୍ଧକ, ୨ଟି ହରିଣ ଛାଲ, ବଜ୍ରକାପ୍ତା କାତି ଓ ଶିକାର ପାଇଁ ବ୍ୟବହାର କରାଯାଉଥିବା ୧୦୦ଟି ଫାସକୁ ବନବିଭାଗ ଜବତ କରିଛି।
ଗିରଫ ଶୀକାରୀ ମାନେ ହେଲେ ନବ ବାଲ୍ମୁଚି, ବୁଡୁ ବାଲ୍ମୁଚି, ରତ୍ନା ବାଲ୍ମୁଚି, କୁରୁପା ବାଇପି ଓ ସନାତନ ଦେହୁରୀ। ସମସ୍ତଙ୍କ ବୟସ ୨୦ରୁ ୩୫ ବର୍ଷ ମଧ୍ୟରେ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ୱାଇଲ୍ଡ ଲାଇଫ ଆକ୍ଟ ୧୯୭୨ ଅଧିନରେ ଗିରଫ କରାଯାଇ ଓ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।