Advertisment

ଏଥର ପେପରଲେସ୍ ରାଜ୍ୟ ବଜେଟ୍ , ବଞ୍ଚିବ ୭୫ ଲକ୍ଷ ପେଜ୍ କାଗଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୦-୨୧ ବର୍ଷ ପାଇଁ ଆଜି ଉପସ୍ଥାପିତ ହେବାକୁ ଯାଉଛି ରାଜ୍ୟ ବଜେଟ। ତେବେ ପୂର୍ବ ବର୍ଷମାନଙ୍କ ଅପେକ୍ଷା ଏଥରର ବଜେଟ୍‌ରେ ରହିଛି କିଛି ସ୍ୱତନ୍ତ୍ରତା। କାରଣ ପୂର୍ବରୁ ବଜେଟ୍‌ ନିମନ୍ତେ ପୁସ୍ତିକା ଛପା ଯାଉଥିବା ବେଳେ ଏଥରର ବଜେଟ୍‌ ହେବ ପେପରଲେସ୍ । ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପକୁ ସବୁ ମହଲରୁ ସ୍ୱାଗତ କରାଯାଇଛି। ଏଥର ବଜେଟ୍ ଡିଜିଟାଲ ମେଥଡରେ ଉପସ୍ଥାପିତ ହେବ । ତେଣୁ ବଜେଟ ପୁସ୍ତିକା ଛପା ଯାଇ ନାହିଁ। ଏଥିଯୋଗୁ […]

author-image
Jyoshna Pradhan
ଏଥର ପେପରଲେସ୍ ରାଜ୍ୟ ବଜେଟ୍ , ବଞ୍ଚିବ ୭୫ ଲକ୍ଷ ପେଜ୍ କାଗଜ

assembly00000000

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୦-୨୧ ବର୍ଷ ପାଇଁ ଆଜି ଉପସ୍ଥାପିତ ହେବାକୁ ଯାଉଛି ରାଜ୍ୟ ବଜେଟ। ତେବେ ପୂର୍ବ ବର୍ଷମାନଙ୍କ ଅପେକ୍ଷା ଏଥରର ବଜେଟ୍‌ରେ ରହିଛି କିଛି ସ୍ୱତନ୍ତ୍ରତା। କାରଣ ପୂର୍ବରୁ ବଜେଟ୍‌ ନିମନ୍ତେ ପୁସ୍ତିକା ଛପା ଯାଉଥିବା ବେଳେ ଏଥରର ବଜେଟ୍‌ ହେବ ପେପରଲେସ୍ । ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପକୁ ସବୁ ମହଲରୁ ସ୍ୱାଗତ କରାଯାଇଛି।

Advertisment

ଏଥର ବଜେଟ୍ ଡିଜିଟାଲ ମେଥଡରେ ଉପସ୍ଥାପିତ ହେବ । ତେଣୁ ବଜେଟ ପୁସ୍ତିକା ଛପା ଯାଇ ନାହିଁ। ଏଥିଯୋଗୁ ୭୫ ଲକ୍ଷ ପେଜ୍ କାଗଜ ବଞ୍ଚିଯିବ। ଯଦି ପୁସ୍ତିକା ଛପା ଯାଇଥାନ୍ତା, ତେବେ ଏଥିଲାଗି ହଜାରେରୁ ଅଧିକ ଗଛ କାଟିବାକୁ ପଡ଼ିଥାନ୍ତା।

ଏହି ଡିଜିଟାଲ ପ୍ରକ୍ରିୟାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରି କହିଛନ୍ତି- ସବୁଜ ଓ ନିରନ୍ତର ବିକାଶ ଲାଗି ରାଜ୍ୟ ସରକାର ବଦ୍ଧପରିକର। ଏହାସହ GO GREEN ଓ ଗ୍ରୀନ ବଜେଟ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।

Advertisment