ମେଘ ମିଛ, ସୂର୍ଯ୍ୟ ସତ: ପପୁ ପମ୍‌ପମ୍‌

ଭୁବନେଶ୍ୱର: “ମେଘ ସୂର୍ଯ୍ୟକୁ ଢ଼ାଙ୍କି ଦିଏ। କିନ୍ତୁ ମେଘ ମିଛ ସୂର୍ଯ୍ୟ ସତ” ବୋଲି କହିଛନ୍ତି କାଷ୍ଟିଂକାଉଚ୍‌ ଅଭିଯୋଗରେ ଫସିଥିବା ହାସ୍ୟ ଅଭିନେତା ପପୁ ପମ୍‌ପମ୍‌। ଜେଲରୁ ବାହାରିବା ପରେ ପପୁ ଆଜି କହିଛନ୍ତି, “ପପୁ ଇଜ୍‌ ବ୍ୟାକ୍‌ ଶବ୍ଦ ମୋତେ କଷ୍ଟ ଦେଉଛି। ପପୁ କୁଆଡେ ଯାଇଥିଲା କି ବ୍ୟାକ୍‌ କଲା?  ମୋ ଫିଲ୍ମ ‘ଲଭ୍‌ ଷ୍ଟେସ୍‌ନ’ ହିଟ୍ ହୋଇଛି ଓ ମାର୍କେଟ୍‌ରେ ଏବେ ବି ଚାଲିଛି। ପପୁ କୁଆଡେ ଯାଇ ନ ଥିଲା। ପପୁ […]

papu

Rakesh Mallick
  • Published: Friday, 26 August 2016
  • , Updated: 26 August 2016, 11:44 PM IST

ଭୁବନେଶ୍ୱର: “ମେଘ ସୂର୍ଯ୍ୟକୁ ଢ଼ାଙ୍କି ଦିଏ। କିନ୍ତୁ ମେଘ ମିଛ ସୂର୍ଯ୍ୟ ସତ” ବୋଲି କହିଛନ୍ତି କାଷ୍ଟିଂକାଉଚ୍‌ ଅଭିଯୋଗରେ ଫସିଥିବା ହାସ୍ୟ ଅଭିନେତା ପପୁ ପମ୍‌ପମ୍‌।

ଜେଲରୁ ବାହାରିବା ପରେ ପପୁ ଆଜି କହିଛନ୍ତି, “ପପୁ ଇଜ୍‌ ବ୍ୟାକ୍‌ ଶବ୍ଦ ମୋତେ କଷ୍ଟ ଦେଉଛି। ପପୁ କୁଆଡେ ଯାଇଥିଲା କି ବ୍ୟାକ୍‌ କଲା?  ମୋ ଫିଲ୍ମ ‘ଲଭ୍‌ ଷ୍ଟେସ୍‌ନ’ ହିଟ୍ ହୋଇଛି ଓ ମାର୍କେଟ୍‌ରେ ଏବେ ବି ଚାଲିଛି। ପପୁ କୁଆଡେ ଯାଇ ନ ଥିଲା। ପପୁ ଥିଲା, ରହିଛି ଓ ରହିବ, ତାକୁ କେହି ହଟେଇ ପାରିବେ ନାହିଁ।”

ସେ ଆହୁରି କହିଛନ୍ତି, “ମୋତେ ଯେଉଁମାନେ ଦେଖନ୍ତି ସେମାନଙ୍କ ମଧ୍ୟରୁ ୮୦ ଭାଗ ଲୋକ କୁହନ୍ତି ପପୁ ପ୍ରକୃତରେ ଜଣେ କମେଡିଆନ୍‌ ନୁହଁ। କାରଣ କମେଡି ମୁଁ ଯଦି ୨୦ ପ୍ରତିଶତ କରିଥିବି ସିରିଅସ୍‌ ରୋଲ ୮୦ ପ୍ରତିଶତ କରିଛି। ତାକୁ ବି ଲୋକେ ଗ୍ରହଣ କରିଛନ୍ତି।”

ତାଙ୍କ ଉପରେ ହେଉଥିବା ଚଳଚ୍ଚିତ୍ର ଉପରେ ସେ କହିଛନ୍ତି “ମୁଁ ଦାମିକା ଲୋକଟିଏ ବୋଲି ସେମାନେ ପ୍ରମାଣିତ କରୁଛନ୍ତି। ପ୍ରକୃତରେ ସେଟା ସିନେମା ନା ସିଡି ଫିଲ୍ମି ତାହା ଜାଣିବା କଥା। ଯେଉଁ ଫିଲ୍ମି ୭ ଦିନରେ ହୁଏ ତାକୁ ଫିଲ୍ମି କୁହାଯିବା କଥା ନୁହେଁ।  ତେଣୁ ସେ ବାବଦକୁ ମୋର କିଛି କେୟାର କରିବାରନାହିଁ। ସେମାନେ କ’ଣ କରୁଛନ୍ତି କରନ୍ତୁ ଭଲ କରିଥିଲେ ଭଲ, ଖରାପ କରୁଥିଲେ ଖରାପ, କିଛି ଅସୁବିଧା ନାହିଁ। ହାତୀ ତା’ ରାସ୍ତାରେ ଗଲାବେଳେ ବହୁ ରିମାର୍କ ଆସେ। ମାତ୍ର ହାତୀ ତା’ ଷ୍ଟାଇଲ୍‌ରେ ଯିବା ଉଚିତ।”

Related story