Advertisment

ଅନ୍‌ଲାଇନ୍‌ରେ ମିଳିବ ରଜ ପାନ

ବାରିପଦା(ମାଣିକଲାଲ୍‌ ପାଣି): ଆଜି ସଜବାଜ। ରାତି ପାହିଲେ ପହିଲି ରଜ। ମହାମାରୀ କୋଭିଡ୍‌ ପାଇଁ ଘରୁ ନବାହାରିବାକୁ ଅପିଲ୍‌ କରାଯାଉଛି। ଏପରି ସମୟରେ ଅନ୍‌ଲାଇନ୍‌ରେ ମିଳିବ ରଜ ପାନ। ବାରିପଦାରେ ଏପରି ବ୍ୟବସ୍ଥା ହୋଇଛି। ଅନ୍‌ଲାଇନ୍‌ରେ ବୁକିଂ କଲେ ଘରେ ମିଳିବ ଫାୟାର ବ୍ରାଣ୍ଡ ପାନ। ଗ୍ରାହକଙ୍କ ସୁବିଧା ଦେଖି ରଜ ଅବସରରେ ଏପରି ବ୍ୟବସ୍ଥା କରାଯାଇଛି। ବାରିପଦା ଟାଉନ୍‌ରେ ରହିଛି ପପୁ ଭାଇଙ୍କ ପାନ ଦୋକାନ। ରଜ ଆସିଲେ ମନେ ପଡ଼ନ୍ତି ପପୁ ଭାଇଙ୍କ ମିଠା […]

author-image
Manoranjan Sial
ଅଦ୍ୟତନ ହୋଇଛି
ଅନ୍‌ଲାଇନ୍‌ରେ ମିଳିବ ରଜ ପାନ

Papu Bettle Shop

ବାରିପଦା(ମାଣିକଲାଲ୍‌ ପାଣି): ଆଜି ସଜବାଜ। ରାତି ପାହିଲେ ପହିଲି ରଜ। ମହାମାରୀ କୋଭିଡ୍‌ ପାଇଁ ଘରୁ ନବାହାରିବାକୁ ଅପିଲ୍‌ କରାଯାଉଛି। ଏପରି ସମୟରେ ଅନ୍‌ଲାଇନ୍‌ରେ ମିଳିବ ରଜ ପାନ। ବାରିପଦାରେ ଏପରି ବ୍ୟବସ୍ଥା ହୋଇଛି। ଅନ୍‌ଲାଇନ୍‌ରେ ବୁକିଂ କଲେ ଘରେ ମିଳିବ ଫାୟାର ବ୍ରାଣ୍ଡ ପାନ। ଗ୍ରାହକଙ୍କ ସୁବିଧା ଦେଖି ରଜ ଅବସରରେ ଏପରି ବ୍ୟବସ୍ଥା କରାଯାଇଛି।

Advertisment

ବାରିପଦା ଟାଉନ୍‌ରେ ରହିଛି ପପୁ ଭାଇଙ୍କ ପାନ ଦୋକାନ। ରଜ ଆସିଲେ ମନେ ପଡ଼ନ୍ତି ପପୁ ଭାଇଙ୍କ ମିଠା ପାନ। ତାଙ୍କ ପାନ ଘରେ ଘରେ ପରିଚିତ। ଲୋକଙ୍କ ଚାହିଦାକୁ ଦେଖି କରୋନା ବେଳେ ଅନ୍‌ଲାଇନ୍‌ରେ ରଜ ପାନ ଯୋଗାଇବାର ବ୍ୟବସ୍ଥା କରାଯାଉଛି। ଅନ୍‌ଲାଇନ୍‌ରେ ବୁକିଂ କଲେ ଘରେ ପହଞ୍ଚିବ ମିଠା ପାନ।

[caption id="attachment_650714" align="aligncenter" width="650"]Papu Bettle Shop ପପୁ ଭାଇଙ୍କ ପାନ ଦୋକାନ[/caption]

Advertisment

 ପପୁ ଭାଇଙ୍କ ଦୋକାନରେ ସ୍ପେଶାଲ୍‌ ହେଉଛି ଫାୟାର ବ୍ରାଣ୍ଡ ପାନ। ତେବେ ଚଳିତବର୍ଷ ଲଡୁ ବ୍ରାଣ୍ଡ ପାନ ମଧ୍ୟ ଗ୍ରାହକଙ୍କ ପାଇଁ ପ୍ରସ୍ତୁତ ହୋଇଛି। ଆଉ ତା’ ସାଙ୍ଗକୁ ରଜ ସ୍ପେସାଲ୍ ମିଠା ପାନ, ଚକଲେଟ ପାନ, ନବରତ୍ନ ମିଠା ପାନ, ଦିଲ୍ ଖୁସ୍, କେସବ ସୁପାରି, ଷ୍ଟବେରୀ, ପାଇନାପୁଲ, ଆଇସ୍‌ ପରି ଅନେକ ପ୍ରକାରର ମିଠା ପାନ ପ୍ରସ୍ତୁତ ହୋଇଛି। ଏହି ସବୁ ପାନ ପାଇଁ ମାସକ ଆଗରୁ ବିଭିନ୍ନ ରାଜ୍ୟରୁ ବିଭିନ୍ନ ମସଲା ସାମଗ୍ରୀ ଆଦି ଯୋଗାଡ଼ କରାଯାଇଛି ବୋଲି ପପୁ କହିଛନ୍ତି।

Raja Festival