ପାରାଦୀପରେ ନଦୀଭିତ୍ତିକ ବନ୍ଦର ନିର୍ମାଣ ନେଇ ମୁଖ୍ୟ ଶାସନ ସଚିବଙ୍କ ସହ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଆଲୋଚନା  

ଭୁବନେଶ୍ୱର: ପାରାଦୀପ ନିକଟରେ ମହାନଦୀରେ ଏକ ନଦୀଭିତ୍ତିକ ବନ୍ଦର ନିର୍ମାଣ ଓ ମହାନଦୀର ରାମନଗର-ବାହାକୁଦ-ମୂଷାଢ଼ିଆ ରାସ୍ତାରେ ଏକ ହାଇଲେଭଲ୍ ସେତୁ ନିର୍ମାଣ ସମ୍ପର୍କରେ ସଚିବାଳୟରେ ଆଲୋଚନା ହୋଇଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସହ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏନେଇ ଆଲୋଚନା କରିଛନ୍ତି। ବୈଠକରେ  ବାଣିଜ୍ୟ ଓ ପରିବହନ ସଚିବ, ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ ଓ ଆନ୍ତଃରାଜ୍ୟ ଜଳପଥ ପରିବହନ ବନ୍ଦର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ । ମହାନଦୀ ନିକଟରେ ଏକ ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା ହେଲେ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ବହୁ ଲୋକ ନିଯୁକ୍ତି ପାଇବା ସହ ଶିଳ୍ପାୟନ ବୃଦ୍ଧି ହୋଇ ପାରିବ ବୋଲି ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି।