bbbbbbbbbbb
ଭୁବନେଶ୍ୱର: ପାରାଦୀପ ନିକଟରେ ମହାନଦୀରେ ଏକ ନଦୀଭିତ୍ତିକ ବନ୍ଦର ନିର୍ମାଣ ଓ ମହାନଦୀର ରାମନଗର-ବାହାକୁଦ-ମୂଷାଢ଼ିଆ ରାସ୍ତାରେ ଏକ ହାଇଲେଭଲ୍ ସେତୁ ନିର୍ମାଣ ସମ୍ପର୍କରେ ସଚିବାଳୟରେ ଆଲୋଚନା ହୋଇଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସହ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏନେଇ ଆଲୋଚନା କରିଛନ୍ତି। ବୈଠକରେ ବାଣିଜ୍ୟ ଓ ପରିବହନ ସଚିବ, ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ ଓ ଆନ୍ତଃରାଜ୍ୟ ଜଳପଥ ପରିବହନ ବନ୍ଦର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ । ମହାନଦୀ ନିକଟରେ ଏକ ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା ହେଲେ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ବହୁ ଲୋକ ନିଯୁକ୍ତି ପାଇବା ସହ ଶିଳ୍ପାୟନ ବୃଦ୍ଧି ହୋଇ ପାରିବ ବୋଲି ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/02/bbbbbbbbbbb.jpg)