ଜଗତସିଂହପୁର( ଓଡ଼ିଶା ରିପୋର୍ଟର ): ପାରାଦୀପସ୍ଥିତି IOCL ତୈଳ ବିଶୋଧନାଗାରକୁ ୨୨ ଦିନ ଶଟଡାଉନ୍ କରାଯିବ। ଜୁଲାଇ ୨୫ରୁ ଅଗଷ୍ଟ ୧୫ ତାରିଖ ଯାଏ ଏହା ଶଟଡାଉନ୍ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। । ଏ ସମ୍ପର୍କରେ ଜଗତସିଂହପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଜିଲ୍ଲାପାଳ କହିଛନ୍ତି, ମେଣ୍ଟେନାନ୍ସ କାର୍ଯ୍ୟ ପାଇଁ ଶଟଡାଉନ୍ କରାଯିବ । ୨୦୧୮ ମାର୍ଚ୍ଚ ପରଠାରୁ ଏଯାବତ ମେଣ୍ଟେନାନ୍ସ ହୋଇନି। ଏବେ ସେଥି ନିମନ୍ତେ ସମସ୍ତ ପ୍ରସ୍ତୁତି ସରିଛି। IOCLରେ ଆଖପାଖ ଗାଁର ୭ଶହରୁ ୮ଶହ ଲୋକ ବି କାମ କରିବେ। ଶଟଡାଉନ୍ ବେଳେ ଭିଡ଼ ଏଡାଇବାକୁ IOCL ପାର୍ଶ୍ୱରେ ୧୪୪ ଧାରା ଲାଗିବ।