Advertisment

ଆଇ ହେଟ୍‌ ୟୁ ଦ୍ ମୋଷ୍ଟ ଇନ୍‌ ଦ୍ ୱାର୍ଲଡ୍‌...ପ୍ଲିଜ୍‌ ଗଡ୍‌ ପାର୍ଡ଼ନ ମି...

ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): କ୍ଲାସୱାନ୍‌ ଅଫିସର ଏସିଏଫ ସୌମ୍ୟ ରଞ୍ଜନ ରହସ୍ୟଜନକ ମୃତ୍ୟୁ ମାମଲାରେ ପୁଣି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ତଦନ୍ତକାରୀ ଟିମ୍‌ ହାତରେ ଲାଗିଛି ଏକ କମଳା ରଙ୍ଗର ଚିଠି। ସେଥିରେ ଲେଖା ଅଛି ଯେ, ଆଇ ହେଟ ୟୁ ଦି ମୋଷ୍ଟ ଇନ୍‌ ଦି ୱାଲଡ୍‌…ପ୍ଲିଜ୍‌ ଗଡ୍‌ ପାର୍ଡ଼ନ ମି ଫର୍‌ ଅଲ ମାଇଁ ମିଷ୍ଟେକ୍… ଆଟଲିଷ୍ଟ ପ୍ଲିଜ୍‌  ଡୋନଟ ସ୍ପଏଲ ମାଇଁ ଲାଇଫ୍ ପ୍ଲିଜ୍‌… କେମିତି ଆଉ ୩ଟା ଦିନ କଟିବ.. […]

ଅଦ୍ୟତନ ହୋଇଛି
ଆଇ ହେଟ୍‌ ୟୁ ଦ୍ ମୋଷ୍ଟ ଇନ୍‌ ଦ୍ ୱାର୍ଲଡ୍‌...ପ୍ଲିଜ୍‌ ଗଡ୍‌ ପାର୍ଡ଼ନ ମି...

5891

Advertisment

ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): କ୍ଲାସୱାନ୍‌ ଅଫିସର ଏସିଏଫ ସୌମ୍ୟ ରଞ୍ଜନ ରହସ୍ୟଜନକ ମୃତ୍ୟୁ ମାମଲାରେ ପୁଣି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ତଦନ୍ତକାରୀ ଟିମ୍‌ ହାତରେ ଲାଗିଛି ଏକ କମଳା ରଙ୍ଗର ଚିଠି। ସେଥିରେ ଲେଖା ଅଛି ଯେ,

Advertisment

ଆଇ ହେଟ ୟୁ ଦି ମୋଷ୍ଟ ଇନ୍‌ ଦି ୱାଲଡ୍‌...ପ୍ଲିଜ୍‌ ଗଡ୍‌ ପାର୍ଡ଼ନ ମି ଫର୍‌ ଅଲ ମାଇଁ ମିଷ୍ଟେକ୍...

ଆଟଲିଷ୍ଟ ପ୍ଲିଜ୍‌  ଡୋନଟ ସ୍ପଏଲ ମାଇଁ ଲାଇଫ୍ ପ୍ଲିଜ୍‌...

କେମିତି ଆଉ ୩ଟା ଦିନ କଟିବ..

ଏଟଲିଷ୍ଟ ୧୨-୧୫ଦିନ ଶାନ୍ତିରେ ରହିବି..

ଆଇ ହ୍ୟାଟ୍‌ ଦି ମ୍ୟାନ ଇଭିନ୍ ହେଟ୍ କମ୍ବାଇନ୍‌ ମାଇଁ ନେମ୍‌ ଉଇଥ୍‌ ହିଜ୍‌।.. ଗୋଟିଏ ଡିସିସନ୍‌ କେମିତି ଲାଇଫ ସ୍ପଏଲ କରିଦିଏ ଆଣ୍ଡ  ଆଇ ସ୍ପଏଲ ମାଇଁ ଲାଇଫ୍‌ ଫର ଅଲ ମାଇଁ ସ୍ପଏଲ ଡିସିସନ୍‌...

Advertisment

ପ୍ଲିଜ୍‌ ମତେ ମାଫ କରି ଦିଅ..

[caption id="attachment_660532" align="alignnone" width="650"]publive-image ଇଏ ସେଇ ଚିଠି।[/caption]

ଓଡ଼ିଆ ଓ ଇଂଲିସ ମିଶାମିଶି ଭାଷାରେ ଲେଖା ଯାଇଥିବା ଏହି ଚିଠି ନିଜେ ବିଦ୍ୟାଭାରତୀ ଲେଖିଥିବା ସ୍ୱୀକାର କରିଛନ୍ତି। ତେବେ ସେ ଯେତେବେଳେ ଦୁଃଖରେ ଥାଆନ୍ତି ମନର ଅକୁହା ବେଦନାକୁ ଚିଠିରେ ପ୍ରକାଶ କରିଛନ୍ତି ବୋଲି  ବିଦ୍ୟାଭାରତୀ କହିଛନ୍ତି। ଏହି ଚିଠି ସହିତ ସୌମ୍ୟଙ୍କ ମୃତ୍ୟୁର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି।  ସେ କହିଛନ୍ତି ଯେ, ମୁଁ ଯେତେବେଳେ ଏକୁଟିଆ ଥାଏ  ମନର ଦୁଃଖକୁ ଲେଖେ। ସେଇଟା କାହା ଉଦ୍ଦେଶ୍ୟରେ ନଥିଲା। କାହା ପାଇଁ ମଧ୍ୟ ନଥିଲା। କେବେ  କାହାକୁ ଆକ୍ଷେପ କରି କି  କାହା ଉଦ୍ଦେଶ୍ୟରେ ଲେଖି ନାହିଁ।

ଏଥିସହ ବିବାହକୁ ନେଇ ଉଠୁଥିବା ଏଗ୍ରିମେଣ୍ଟ ସମ୍ପର୍କରେ କିଛି ଜାଣି ନ ଥିବା ସହ ସେପରି କିଛି ଏଗ୍ରିମେଣ୍ଟ ନ ଥିବା କହିଛନ୍ତି ବିଦ୍ୟା। ସୌମ୍ୟଙ୍କ ସହ ଝଗଡ଼ା ପରେ ଡିଏଫଓଙ୍କ ଘରକୁ ଚାଲି ଯାଇଥିବା ଅଭିଯୋଗ ଉପରେ ମୁହଁ ଖୋଲିଛନ୍ତି ବିଦ୍ୟା। ଡିଏଫଓଙ୍କୁ ଜମା ଜାଣି ନ ଥିବା ବେଳେ ସେ ଦିନ ମୋ ମନ ଦୁଃଖ ଥିଲା, ଘର ବାହାରେ ବସି କାନ୍ଦୁଥିଲି। ଆଉ ସେ ଖୋଜିକି  ମୋତେ ସେଠି ପାଇଲେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଏସିଏଫ୍ ସୌମ୍ୟରଂଜନଙ୍କ ମୃତ୍ୟୁ ଘଟଣାକୁ ୯ ଦିନରୁ ଅଧିକ ସମୟ ବିତିଲାଣି। ତଥାପି ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନି। ପୁଲିସ୍‌ ତଦନ୍ତକୁ ଜୋରଦାର କରିଥିବା ବେଳେ ଏଥିରେ ସହଯୋଗ କରୁଛି କ୍ରାଇମବ୍ରାଞ୍ଚ ଟିମ୍। କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍   ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କୁ ଭେଟି ମାମଲାର ତଦନ୍ତ ସମ୍ପର୍କରେ ଆଲୋଚନା କରିଛନ୍ତି।

ଆଲୋଚନା ବେଳେ ଏଏସପି, ପାରଳାଖେମୁଣ୍ଡି ଏସଡିପିଓ ଉପସ୍ଥିତ ଥିଲେ। ତେବେ ସୌମ୍ୟଙ୍କ ସରକାରୀ ବାସଭବନରୁ ଏକ କମଳା ରଙ୍ଗର ଚିଠି ମିଳିଥିବା ସୂଚନା ଦେଇଛନ୍ତି ସୌମ୍ୟଙ୍କ ଭାଇ। ସେ ସଂପୃକ୍ତ ଚିଠିର ଫଟୋ ଗଣମାଧ୍ୟମକୁ ଦେଇଛନ୍ତି। ଏଥିରେ ଜଣେ ଅନ୍ୟଜଣଙ୍କୁ ଘୃଣା କରୁଥିବା ଓ ଭୁଲ ନିଷ୍ପତ୍ତି ନେଇଥିବା ଲେଖାଯାଇଛି। ଏମିତିକି କ୍ଷମା କରିଦେବାକୁ ମଧ୍ୟ ଉଲ୍ଲେଖ ରହିଛି। ସେପଟେ ଗତକାଲି ପାରଳାଖେମୁଣ୍ଡିର ସ୍ୱତନ୍ତ୍ର ପୁଲିସ୍‌ ଟିମ୍ ବାଲେଶ୍ୱରର ଖଇରା ଏବଂ ମୟୂରଭଂଜର ଉଦଳା ଯାଇ ପୃଥକ୍ ପୃଥକ ଭାବେ ସୌମ୍ୟ ଏବଂ ପତ୍ନୀ ବିଦ୍ୟାଙ୍କ ପରିବାରକୁ ଜେରା କରିଛି। ସୌମ୍ୟଙ୍କ ମୃତ୍ୟୁର ସତ ସାମ୍ନାକୁ ଆସିପାରିନଥିବା ବେଳେ ଗୋଟେ ପରେ ଗୋଟେ ନୂଆ ମୋଡ ରହସ୍ୟକୁ ଆହୁରି ଘନୀଭୂତ କରୁଛି।

ACFO Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe