Advertisment

ସୌମ୍ୟ କେମିତି ପୋଡ଼ିଗଲେ? ମୁହଁ ଖୋଲୁ ନାହାନ୍ତି ପତ୍ନୀ

ପାରଳାଖେମୁଣ୍ଡି/ସୋର (ଆଦର୍ଶ/ନିରଞ୍ଜନ): ସରକାରୀ କ୍ୱାର୍ଟର୍ସରେ ପତ୍ନୀଙ୍କ ସହ ରହୁଥିଲେ ସହକାରୀ ବନ ସଂରକ୍ଷକ(ଏସିଏଫ୍‌ଓ) ସୌମ୍ୟରଞ୍ଜନ ମହାପାତ୍ର। ଆଉ ପତ୍ନୀଙ୍କ ଆଗରେ ପୋଡ଼ିଗଲେ ସୌମ୍ୟ। ରୋଷେଇ ଘରେ ନଥାଇ ତାଙ୍କ ଦେହରେ କେମିତି ଲାଗିଲା ନିଆଁ? ସୌମ୍ୟଙ୍କ ମୃତ୍ୟୁ ପରେ ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି। ହେଲେ ଏପର୍ଯ୍ୟନ୍ତ କିନ୍ତୁ ସୌମ୍ୟଙ୍କ ପତ୍ନୀ ମୁହଁ ଖୋଲୁନାହାନ୍ତି। ଏପରିସ୍ଥିତିରେ ବୋହୂର ନିରବତାକୁ ନେଇ ତାଙ୍କ ଆଡ଼କୁ ଆଙ୍ଗୁଳି ଉଠାଇଛନ୍ତି ସୌମ୍ୟରଞ୍ଜନଙ୍କ ପରିବାର ଲୋକ। ପୂରା ଘଟଣା ଏମିତି। […]

ଅଦ୍ୟତନ ହୋଇଛି
ସୌମ୍ୟ କେମିତି ପୋଡ଼ିଗଲେ? ମୁହଁ ଖୋଲୁ ନାହାନ୍ତି ପତ୍ନୀ

Husband Murder

Advertisment

ପାରଳାଖେମୁଣ୍ଡି/ସୋର (ଆଦର୍ଶ/ନିରଞ୍ଜନ): ସରକାରୀ କ୍ୱାର୍ଟର୍ସରେ ପତ୍ନୀଙ୍କ ସହ ରହୁଥିଲେ ସହକାରୀ ବନ ସଂରକ୍ଷକ(ଏସିଏଫ୍‌ଓ) ସୌମ୍ୟରଞ୍ଜନ ମହାପାତ୍ର। ଆଉ ପତ୍ନୀଙ୍କ ଆଗରେ ପୋଡ଼ିଗଲେ ସୌମ୍ୟ। ରୋଷେଇ ଘରେ ନଥାଇ ତାଙ୍କ ଦେହରେ କେମିତି ଲାଗିଲା ନିଆଁ? ସୌମ୍ୟଙ୍କ ମୃତ୍ୟୁ ପରେ ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି। ହେଲେ ଏପର୍ଯ୍ୟନ୍ତ କିନ୍ତୁ ସୌମ୍ୟଙ୍କ ପତ୍ନୀ ମୁହଁ ଖୋଲୁନାହାନ୍ତି। ଏପରିସ୍ଥିତିରେ ବୋହୂର ନିରବତାକୁ ନେଇ ତାଙ୍କ ଆଡ଼କୁ ଆଙ୍ଗୁଳି ଉଠାଇଛନ୍ତି ସୌମ୍ୟରଞ୍ଜନଙ୍କ ପରିବାର ଲୋକ।

Advertisment

ପୂରା ଘଟଣା ଏମିତି। ଆଜକୁ ୬ ମାସ ତଳେ ସୌମ୍ୟ ବିବାହ କରିଥିଲେ। ବିବାହ ପରେ ସ୍ୱାମୀ-ସ୍ତ୍ରୀ ପାରଳାଖେମୁଣ୍ଡିରେ ସରକାରୀ କ୍ୱାର୍ଟର୍ସରେ ରହୁଥିଲେ। ହେଲେ ସୋମବାର ରାତି ପ୍ରାୟ ୯ଟା ବେଳେ ACFO ସୌମ୍ୟରଞ୍ଜନ ମହାପାତ୍ର ନିଆଁରେ ପୋଡ଼ି ଯାଇଥିଲେ। ଏନେଇ ତାଙ୍କ ପତ୍ନୀ ପଡ଼ୋଶୀଙ୍କୁ ସୂଚନା ଦେଇଥିଲେ। ଏହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡିକାଲରେ ଭର୍ତ୍ତିକରାଯାଇଥିଲା।

ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ସକାଳେ ତାଙ୍କୁ କଟକରେ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଶରୀରର ପ୍ରାୟ ୯୦ ଭାଗ ପୋଡ଼ି ଯାଇଥିବାରୁ ମୃତ୍ୟୁ ସହ ପ୍ରାୟ ୧୨ ଘଣ୍ଟାର ସଂଘର୍ଷ କରି ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ସୌମ୍ୟରଞ୍ଜନ।

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି ସୌମ୍ୟରଞ୍ଜନ କେମିତି ପୋଡ଼ିଗଲେ? ଏହାକୁ ନେଇ ନାନା କଳ୍ପନା ଜଳ୍ପନା ଚାଲିଥିଲେ ମଧ୍ୟ ସୌମ୍ୟଙ୍କ ପତ୍ନୀ ଏପର୍ଯ୍ୟନ୍ତ ମୁହଁ ଖୋଲି ନାହାନ୍ତି। କ୍ୱାର୍ଟର୍ସରେ ସ୍ୱାମୀ-ସ୍ତ୍ରୀ ଦୁଇ ଜଣ ଥିଲେ। ହେଲେ ସ୍ୱାମୀଙ୍କ ଦେହରେ ନିଆଁ କେମିତି ଲାଗିଲା, ନିଆଁ କେଉଁଠୁ ଆସିଲା? ସେ ସମ୍ପର୍କରେ ସ୍ତ୍ରୀ କିଛି କହୁନାହାନ୍ତି। ସେପଟେ ସୌମ୍ୟଙ୍କ ପତ୍ନୀଙ୍କ ଉପରକୁ ଆଙ୍ଗୁଠି ଉଠାଇଛନ୍ତି ପରିବାର ଲୋକ।   

ସୌମ୍ୟରଞ୍ଜନଙ୍କ ବଡ଼ ଭାଇ କହିଛନ୍ତି-“ଘର ଭିତରେ ସ୍ୱାମୀ-ସ୍ତ୍ରୀ ଦୁଇ ଜଣ ଥିଲେ। ସ୍ତ୍ରୀ ଆଗରେ ସ୍ୱାମୀ ପୋଡ଼ି ଯାଉଛି। କେମିତି ନିଆଁ ଲାଗିଲା, ସେ ସମ୍ପର୍କରେ ଦୁଇ ଜଣଙ୍କ ଭିତରୁ ଜଣେ କେହିତ କହିପାରିବେ। ଜଣେତ କିଛି କହୁନାହାନ୍ତି, ଆଉ ଜଣେ ଚାଲି ଗଲେଣି। ଆମେ ଆଉ କାହାକୁ ପଚାରିବୁ?”

ସୌମ୍ୟରଞ୍ଜନ ସନ୍ଦେହଜନକ ଭାବେ ପୋଡ଼ିଯିବା ନେଇ ଖବର ପ୍ରଚାର ପରେ ସୋମବାର ବିଳମ୍ବିତ ରାତିରେ ତାଙ୍କ କ୍ୱାର୍ଟର୍ସକୁ ଯାଇ ତଦନ୍ତ କରିଥିଲା ପୁଲିସ। ପାରଳାଖେମୁଣ୍ଡି ଏସଡିପିଓ ଓ ଆଇଆଇସି ଘର ସର୍ଚ୍ଚ କରିବା ବେଳେ ଏକ କିରାସିନ୍ ବୋତଲ ସହ ଅନ୍ୟ କିଛି ସାମଗ୍ରୀ ଜବତ କରିଛନ୍ତି। ପ୍ରାଥମିକ ତଦନ୍ତ ପରେ ପୁଲିସ ଏହାକୁ ଦୁର୍ଘଟଣା ବୋଲି କହିଛି।

ବାଲେଶ୍ୱର ଖଇରା ଅଞ୍ଚଳର ସୌମ୍ୟରଞ୍ଜନ ୨୦୧୮ରେ ଓଡ଼ିଶା ଫରେଷ୍ଟ ସର୍ଭିସରେ କୃତକାର୍ଯ୍ୟ ପରେ ୨୦୨୦ରୁ ଗଜପତି ଜିଲ୍ଲାରେ ପୋଷ୍ଟିଂ ହୋଇଥିଲେ। ଆଜିକୁ ପ୍ରାୟ ବର୍ଷେ ହେବ ପାରଳାଖେମୁଣ୍ଡି ସ୍ଥିତ ସରକାରୀ କ୍ୱାର୍ଟର୍ସରେ ରହିଆସୁଥିବା ବେଳେ ମାତ୍ର ୬ ମାସ ତଳେ ତାଙ୍କର ବିବାହ ହୋଇଥିଲା। ବିବାହ ପରଠୁ ପତି-ପତ୍ନୀ ସରକାରୀ କ୍ୱାର୍ଟର୍ସରେ ରହି ଆସୁଥିଲେ। ତେବେ ପତ୍ନୀଙ୍କ ସହ ଥିବା ବେଳେ ରୋଷେଇ ଘରେ ନଥାଇ ବି ନିଆଁ ଆସିଲା କେଉଁଠୁ ଏବଂ ସୌମ୍ୟରଞ୍ଜନ କେଉଁ ପରିସ୍ଥିତିରେ ପୋଡ଼ି ହେଲେ, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏସବୁ ଭିତରେ ପୁଲିସ୍‌ ମୃତ୍ୟୁ ପୂର୍ବରୁ ସୌମ୍ୟରଂଜନଙ୍କ ଜମାନବନ୍ଦୀ ରେକର୍ଡ କରିଥିବା ବେଳେ ସେ ପୁଲିସ୍ ଆଗରେ କଣ କହିଛନ୍ତି ତାହା ଉପରେ ମାମଲାର ପରବର୍ତ୍ତୀ ଦିଗ ନିର୍ଭର କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe