ପାରଳାଖେମୁଣ୍ଡି( ଆଦର୍ଶ ଦାସ): ଆସନ୍ତାକାଲିଠାରୁ ୩ ଦିନ ପାଇଁ ଶଟଡାଉନ୍ ହେବ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର। ୩ ଦିନ ପାଇଁ ଶଟଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ଅନୁପମ ଶାହା । ଶୁକ୍ର, ଶନି ଓ ରବିବାର ପାଇଁ ଏହି କଟକଣା ଲାଗୁ କରାଯାଇଛି।
କରୋନା ସଂକ୍ରମଣ ବଢୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ପାରଳାଖେମୁଣ୍ଡିକୁ ସଂଯୋଗ କରୁଥିବା ସବୁ ରାସ୍ତା ସିଲ୍ ରହିବ । ୬୦ଟି ମେଡିକାଲ ଟିମ୍ ଦ୍ୱାରା ସହରବାସୀଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଂ କରାଯିବ । ଏଥିପାଇଁ ୧୬ ସେକ୍ଟର ଅଫିସରଙ୍କୁ ନେଇ ଟିମ୍, ୪ଟି ପୋଲିସ୍ ଟିମ୍ ନିୟୋଜିତ ହେବେ ବୋଲି ଜିଲ୍ଲାପାଳ କହିଛନ୍ତି ।