ତୁମ ଝିଅ ଆଉ ନାହିଁ; କଥା ହେବାର ୧୫ ମିନିଟ୍‌ ପରେ ବାପାମା’ ପାଇଲେ ଏପରି ଖବର

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ବର୍ଷେ ତଳେ ଭାଇ ଆର ପାରିକି ଚାଲିଗଲା। ବାପାମା’ଙ୍କ ଆଖିରୁ ଲୁହ ଶୁଖୁ ନ ଥିବା ବେଳେ ସେମାନଙ୍କ ମୁହଁରେ ଆହାର ୨ ମୁଠା ଦେବାକୁ ଘରୁ ଗୋଡ଼ କାଢ଼ି ବାଙ୍ଗାଲୋର କଲା ଝିଅ । ସେଠାରେ ବର୍ଷେ ହେବ ଝିଅ କାମ କରୁଥିବା ବେଳେ ଘରର ସବୁ ଦାୟିତ୍ୱ ମୁଣ୍ଡାଇଥିଲା। ହେଲେ ସେ ସୁଖ ବି ସହିଲାନି ଦଇବ । ବାପାମାଙ୍କ ସହ କଥା ହେବାର ୧୫ ମିନିଟ୍‌ ପରେ ଝିଅ […]

pic

  • Published: Tuesday, 15 November 2022
  • , Updated: 15 November 2022, 01:41 PM IST

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ବର୍ଷେ ତଳେ ଭାଇ ଆର ପାରିକି ଚାଲିଗଲା। ବାପାମା’ଙ୍କ ଆଖିରୁ ଲୁହ ଶୁଖୁ ନ ଥିବା ବେଳେ ସେମାନଙ୍କ ମୁହଁରେ ଆହାର ୨ ମୁଠା ଦେବାକୁ ଘରୁ ଗୋଡ଼ କାଢ଼ି ବାଙ୍ଗାଲୋର କଲା ଝିଅ । ସେଠାରେ ବର୍ଷେ ହେବ ଝିଅ କାମ କରୁଥିବା ବେଳେ ଘରର ସବୁ ଦାୟିତ୍ୱ ମୁଣ୍ଡାଇଥିଲା। ହେଲେ ସେ ସୁଖ ବି ସହିଲାନି ଦଇବ । ବାପାମାଙ୍କ ସହ କଥା ହେବାର ୧୫ ମିନିଟ୍‌ ପରେ ଝିଅ ମୃତ୍ୟୁର ଖବର ପାଇଲେ ବାପାମା’ । ଏବେ ସେମାନଙ୍କ ଲୁହ ବନ୍ଧବାଡ଼ ମାନୁ ନ ଥିବା ବେଳେ ଝିଅକୁ ଶେଷ ଥର ପାଇଁ ଦେଖିବାକୁ ଅନାଇ ବସିଛନ୍ତି। ଏପରି ଦୁଃଖଦ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଢୋଲମରା ଗାଁରେ ଘଟିଛି। ମୃତା ଯୁବତୀ ହେଲେ ଢୋଲମରା ଗାଁର ପାରମାଣିକ ପ୍ରଧାନଙ୍କ ୨୨ ବର୍ଷୀୟା ଝିଅ ପାର୍ବତୀ ପ୍ରଧାନ ।

ପାରମାଣିକ ପ୍ରଧାନ ବହୁତ ଗରୀବ ହୋଇଥିବା ବେଳେ ଚାଷକାମରୁ ପରିବାର ପୋଷୁଥିଲେ। ପୁଅ ରୋଜଗାର ଆରମ୍ଭ କରୁ କରୁ ହଠାତ୍‌ ଗତବର୍ଷ ଆରପାରିକୁ ଚାଲିଗଲା। ଏହା ବାପାମା’ଙ୍କୁ ଶକ୍ତ ଧକ୍କା ଦେଇଥିବା ବେଳେ ସେମାନଙ୍କ ଆଖିରୁ ଲୁହ ଶୁଖିବା ନାଁ ଧରୁ ନ ଥିଲା।

ବାପାମା’ଙ୍କ ସାହାରା ହେବାକୁ ତଥା ପୁଅ ଭଳି ସବୁ ଦାୟିତ୍ୱ ସମ୍ଭାଳିବାକୁ ଘରୁ ଗୋଡ଼ କାଢ଼ିଲେ ପାର୍ବତୀ । ବିଏ ପାସ୍‌ କରିଥିବା ପାର୍ବତୀ ସେଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ଏବଂ ମାସକୁ ମାସ ଘରକୁ ଟଙ୍କା ପଠାଉଥିଲେ।

[caption id="attachment_781604" align="aligncenter" width="650"] ଝିଅକୁ ଶେଷ ଥର ଦେଖିବାକୁ ଅନାଇ ବସିଥିବା ହତଭାଗା ବାପାମା’ ।[/caption]

ଗତ ଶନିବାର ପାର୍ବତୀ ବାପାମା’ଙ୍କ ସହ କଥା ହେଉଥିବା ବେଳେ ପ୍ରଥମାଷ୍ଟମୀ ପାଇଁ ଖୁବ୍‌ ଶୀଘ୍ର ଟଙ୍କା ପଠାଇବେ ବୋଲି ବି କହିଥିଲେ। ହେଲେ କଥା ହେବାର ୧୫ ମିନିଟ୍‌ ପରେ ପାର୍ବତୀଙ୍କ ସାଙ୍ଗ ଫୋନ୍‌ କରି ତୁମ ଝିଅ ଦେହ ଭଲ ନାହିଁ ବୋଲି କହିଥିଲେ। ଏହାପରେ ଫୋନ କରି ମେଡିକାଲ ନେବା ବାଟରେ ତାର ମୃତ୍ୟୁ ହୋଇଯାଇଥିବା କହିଲେ।

ଝିଅ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ହଠାତ୍‌ କ’ଣ ଘଟିଲା ଯେ ସେ ଆଖି ବୁଜିଲା ତାହାର ଉତ୍ତର ପାଇପାରୁ ନାହାନ୍ତି ବୃଦ୍ଧ ବାପାମା’ । ପରିବାର ମୁହଁରେ ଆହାର ଦେବାକୁ ସୁଦୂର ବାଙ୍ଗାଲୋର ଯାଇଥିବା ଝିଅ ଯେ ଏବେ ଶବ ହୋଇ ଫେରିବ ସେ କଥାକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ବାପାମା’ । ଏବେ କେବଳ ଶେଷ ଥର ପାଇଁ ଝିଅ ମୁହଁ ଦେଖିବାକୁ ଅନାଇ ବସିଛନ୍ତି ଏହି ହତଭାଗା ବାପାମା’ ।

Related story