Advertisment

Accident: ଛାତ୍ରଙ୍କୁ କାର୍ ଧକ୍କା ଦେବା ପରେ ସ୍କୁଲରେ ତାଲା ପକାଇ ଦେଲେ ଅଭିଭାବକ

କାର ଧକ୍କାରେ ଜଣେ ୫ମ ଶ୍ରେଣୀ ଛାତ୍ର ଆହତ ହେବା ପରେ ସ୍କୁଲ ଗେଟ୍‌ରେ ତାଲା ପକାଇ ଦେଲେ ଅଭିଭାବକ। ଏହି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ କେଶରା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।

School Gate
Advertisment

କାର ଧକ୍କାରେ ଜଣେ ୫ମ ଶ୍ରେଣୀ ଛାତ୍ର ଆହତ ହେବା ପରେ ସ୍କୁଲ ଗେଟ୍‌ରେ ତାଲା ପକାଇ ଦେଲେ ଅଭିଭାବକ। ସ୍କୁଲ୍ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରି ଅଭିଭାବକ ନେଇଥିଲେ ଏଭଳି ପଦକ୍ଷେପ। ଏହି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ କେଶରା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।

Advertisment

ଆଜି ସ୍କୁଲ୍ ଗେଟ୍ ସମ୍ମୁଖରେ ଛାତ୍ର ଜଣଙ୍କ ରାସ୍ତା ପାର୍ ହେଉଥିବା ବେଳେ କାରଟିଏ ତାଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ କିଛି ଲୋକେ ଆହତ ଛାତ୍ରକୁ ଉଦ୍ଧାର କରି ମୋହନା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଅଭିଭାବକମାନେ ଉତ୍ତ୍ୟକ୍ତ ହୋଇ ସ୍କୁଲ ଗେଟ୍‌ରେ ତାଲା ପକାଇ ପ୍ରତିବାଦ କରିଥିଲେ।

ଶିକ୍ଷକମାନେ ଠିକ୍ ସମୟରେ ସ୍କୁଲକୁ ଆସୁ ନ ଥିବା ଓ ଠିକ୍‌ ଭାବରେ ଛାତ୍ରଛାତ୍ରୀମାନଙ୍କ ଦାୟିତ୍ଵ ନିର୍ବାହ କରୁ ନଥିବା ଅଭିଯୋଗ କରିବା ସହ ଗେଟ୍‌ରେ ତାଲା ପକାଇ ଦେଇଥିଲେ ଅଭିଭାବକମାନେ।

Advertisment

ଖବର ପାଇ ବ୍ଲକ୍ ଶିକ୍ଷାଧିକାରୀ ପହଞ୍ଚି ଅଭିଭାବକମାନଙ୍କୁ ବୁଝାସୁଝା କରିବା ପରେ ସ୍କୁଲ ତାଲା ଖୋଲା ଯାଇଥିଲା l ବିଦ୍ୟାଳୟର ସମସ୍ୟା ନେଇ ବ୍ଲକ୍ ଶିକ୍ଷାଧିକାରୀ ଅଭିଭାବକମାନଙ୍କ ସହ ଆଲୋଚନା କରିବା ସହ ସେଗୁଡ଼ିକର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe