Advertisment

ପୁଣି ଆତ୍ମାହୁତି ଧମକ ଦେଲେ ପରୀର ବାପା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଆତ୍ମାହୁତି ଧମକ ଦେଲେ ପରୀ ବାପା ଅଶୋକ ସାହୁ। ପରୀ ହତ୍ୟା ମାମଲାରେ ଜଣେ ଗିରଫ ପରେ ଅଶୋକ ସାହୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମାହୁତି ଦେବାକୁ ଧମକ ଦେଇଛନ୍ତି। ବିଜେପିର ରାଲିକୁ ଦୃଷ୍ଟିରେ ରଖି ଗିରଫଦାରି କରାଯାଇଛି। ଗୋଟିଏ ପିଲାକୁ ଗିରଫ କରିଦେଲେ ପରୀକୁ ନ୍ୟାୟ ମିଳିବନି। ଅଙ୍ଗତସ୍କରୀରେ ସଂପୃକ୍ତ ଥିବା ରାକେଟକୁ ଧରାଯାଉ ବୋଲି ସେ ଦାବି କରିଛନ୍ତି। ଘଟଣାରେ ଜଣେ ସଂଶ୍ଲିଷ୍ଟ ନୁହେଁ, ଅନ୍ୟମାନେ ଗଲେ କୁଆଡ଼େ ବୋଲି […]

author-image
Tapas Behera
ଅଦ୍ୟତନ ହୋଇଛି
ପୁଣି ଆତ୍ମାହୁତି ଧମକ ଦେଲେ ପରୀର ବାପା

6bnm

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଆତ୍ମାହୁତି ଧମକ ଦେଲେ ପରୀ ବାପା ଅଶୋକ ସାହୁ। ପରୀ ହତ୍ୟା ମାମଲାରେ ଜଣେ ଗିରଫ ପରେ ଅଶୋକ ସାହୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମାହୁତି ଦେବାକୁ ଧମକ ଦେଇଛନ୍ତି। ବିଜେପିର ରାଲିକୁ ଦୃଷ୍ଟିରେ ରଖି ଗିରଫଦାରି କରାଯାଇଛି।

Advertisment

ଗୋଟିଏ ପିଲାକୁ ଗିରଫ କରିଦେଲେ ପରୀକୁ ନ୍ୟାୟ ମିଳିବନି। ଅଙ୍ଗତସ୍କରୀରେ ସଂପୃକ୍ତ ଥିବା ରାକେଟକୁ ଧରାଯାଉ ବୋଲି ସେ ଦାବି କରିଛନ୍ତି। ଘଟଣାରେ ଜଣେ ସଂଶ୍ଲିଷ୍ଟ ନୁହେଁ, ଅନ୍ୟମାନେ ଗଲେ କୁଆଡ଼େ ବୋଲି ସେ ପ୍ରଶ୍ନ କରିଛନ୍ତି।  ପ୍ରକୃତ ଦୋଷୀକୁ ଧରି ନପାରିଲେ CBIକୁ ତଦନ୍ତ ଦାୟିତ୍ୱ ଦିଆଯାଉ ବୋଲି ସେ ଦାବି କରିଛନ୍ତି। ଯଦି CBI ତଦନ୍ତ ନ କରେ ଆଗାମୀ ଦିନରେ ଆତ୍ମାହୁତି ଦେବୁ ବୋଲି ସେ କହିଛନ୍ତି।

ଅଧିକ ପଢ଼ନ୍ତୁ : ପରୀ ହତ୍ୟା ଅଭିଯୁକ୍ତକୁ ଗିରଫ କଲା, କିନ୍ତୁ ପ୍ରମାଣ ଦେଖାଇବାକୁ ସମୟ ମାଗିଲା ଏସ୍‌ଆଇଟି

Advertisment

ସୂଚନାଯୋଗ୍ୟ ଯେ, ନୟାଗଡ଼ ପରୀ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି। SIT ପକ୍ଷରୁ ସୂଚନା ଦିଆଯାଇଛି। ଯଦୁପୁର ଗାଁରୁ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ୩୭୬-A, ୩୭୬-AB, ୩୬୪, ୩୦୨, ୨୦୧ ଧାରାରେ ମାମଲା ରୁଜୁ ହୋଇଛି। ଆସନ୍ତାକାଲି ଅଭିଯୁକ୍ତକୁ ନୟାଗଡ଼ ପକ୍ସୋ କୋର୍ଟରେ ହାଜର କରାଯିବ। ଗତ ଜୁଲାଇ ୧୪ରେ ନାବାଳିକା ପରୀ ନିଖୋଜ ହୋଇଥିଲା।

Nayagarh Pari Murder Case