Advertisment

'ଏସ୍‌ଆଇଟି ନାଟକ କରୁଛି, ସେ ପିଲାକୁ ମୋହରା କରାଯାଉଛି'

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣା କେମିତି ଘଟିଥିଲା, ତା’ର ବିସ୍ତୁତ ବିବରଣୀ ଦେଇଛନ୍ତି ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଏ ବିଷୟରେ କହିଥିବା ବେଳେ ଏହାକୁ ବିଶ୍ୱାସକୁ ନେଇ ନାହାନ୍ତି ପରୀର ବାପା ଅଶୋକ ସାହୁ ଏବଂ ଏସ୍‌ଆଇଟି ମୁଖ୍ୟ କହିଥିବା ପୂରା ଘଟଣାକୁ ମନଗଢ଼ା କାହାଣୀ ବୋଲି କହିଛନ୍ତି।     ସେ କହିଛନ୍ତି, ସେ (ଅଭିଯୁକ୍ତ ସରୋଜ ସେଠୀ) ଏଭଳି […]

author-image
Madhupriya Mistry
ଅଦ୍ୟତନ ହୋଇଛି
'ଏସ୍‌ଆଇଟି ନାଟକ କରୁଛି, ସେ ପିଲାକୁ ମୋହରା କରାଯାଉଛି'

pari father on press meet

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣା କେମିତି ଘଟିଥିଲା, ତା’ର ବିସ୍ତୁତ ବିବରଣୀ ଦେଇଛନ୍ତି ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଏ ବିଷୟରେ କହିଥିବା ବେଳେ ଏହାକୁ ବିଶ୍ୱାସକୁ ନେଇ ନାହାନ୍ତି ପରୀର ବାପା ଅଶୋକ ସାହୁ ଏବଂ ଏସ୍‌ଆଇଟି ମୁଖ୍ୟ କହିଥିବା ପୂରା ଘଟଣାକୁ ମନଗଢ଼ା କାହାଣୀ ବୋଲି କହିଛନ୍ତି।    

Advertisment

ସେ କହିଛନ୍ତି, ସେ (ଅଭିଯୁକ୍ତ ସରୋଜ ସେଠୀ) ଏଭଳି ପିଲା ନୁହେଁ। ତାକୁ ମୋହରା କରାଯାଉଛି। ଏହା ପୂରା ମନଗଢ଼ା କାହାଣୀ। ଏସ୍‌ଆଇଟି ତଦନ୍ତରେ କୌଣସି ତଥ୍ୟ ନାହିଁ। ଆମେ ସିବିଆଇ ତଦନ୍ତ ଦାବି କରୁଥିବାରୁ ଏଭଳି ନାଟକ କରୁଛନ୍ତି। 

ଅଶୋକ କହିଛନ୍ତି, ଘଟଣା ଦିନ ପରୀ ଅନ୍ୟ ୨ଜଣ ପିଲାଙ୍କ ସହ ଖେଳୁଥିଲା। ଏହି ସମୟରେ କାହ୍ନୁ ନାଏକ ନାମକ ଜଣେ ବ୍ୟକ୍ତି ପରୀକୁ ନେଇଯାଇଥିବା ତା'ସହ ଖେଳୁଥିବା ଦୁଇ ଜଣ ପିଲା କହୁଛନ୍ତି। କାହ୍ନୁ ପରୀକୁ ନେଇ ବାବୁଲିକୁ ଦେଇଛି ଓ ତାର ଅଙ୍ଗତସ୍କରୀ କରାଯାଇଛି ବୋଲି ସେ ପୁଣି ଦୃଢ଼ ଭାବେ କହିଛନ୍ତି। 

Advertisment

ଅନ୍ୟପକ୍ଷରେ ଏସ୍‌ଆଇଟି ମୁଖ୍ୟ କହିଛନ୍ତି,  ଅଭିଯୁକ୍ତ ସରୋଜ ପ୍ରଥମେ ପରୀକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ବିଫଳ ହେବାରୁ ତଣ୍ଟି ଚିପି ମାରି ଦେଇଥିଲା। ତା’ପରେ ମୃତଦେହକୁ ଦୁଷ୍କର୍ମ କରିଥିଲା। ଏହା ପରେ ଶବକୁ ବସ୍ତାରେ ଭର୍ତ୍ତି କରି ପୋଖରୀରେ ଫିଙ୍ଗି ଦେଇଥିଲା ଓ ତା’ ଉପରେ ନଡ଼ିଆ ବାହୁଙ୍ଗା ରଖି ଦେଇଥିଲା। ଅଶ୍ଳୀଳ ଫିଲ୍ମ ଦେଖି ଦେଖି ଅଭିଯୁକ୍ତ ଏହିଭଳି ଏକ ବୀଭତ୍ସକାଣ୍ଡ ଘଟାଇଥିବା ନେଇ କହିଥିବା କଥା ଶ୍ରୀ ବୋଥ୍ରା କହିଛନ୍ତି।    

Pari Murder Case