Advertisment

ନାର୍କୋ ଟେଷ୍ଟ ପରେ ବ୍ରେନ୍ ମ୍ୟାପିଂକୁ ବି ନା’ କହିଲା ନାବାଳକ

ନୟାଗଡ(ଆର୍ତ୍ତତ୍ରାଣ ପ୍ରଧାନ): ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଅଭିଯୁକ୍ତ କୁହାଯାଉଥିବା ନାବାଳକ ଏବେ ବ୍ରେନ ମ୍ୟାପିଂ ପାଇଁ ମନା କରିଛି। ନାର୍କୋ ଟେଷ୍ଟ ପରେ ସେ ବ୍ରେନ୍ ମ୍ୟାପିଂ ପାଇଁ ମଧ୍ୟ ଅମଙ୍ଗ ହୋଇଛି। ଆଜି ନୟାଗଡ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଏନେଇ ଶୁଣାଣୀ ଚାଲିଥିବା ବେଳେ ବ୍ରେନ୍ ମ୍ୟାପିଂ ପାଇଁ ଅଭିଯୁକ୍ତ ରାଜି ହୋଇନଥିବା ସୂଚନା ମିଳିଛି। ତେବେ ଏସଆଇଟିର ଯୁକ୍ତି ଶୁଣିବା ପରେ କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି । ଆଜି ଅନୁଗୁଳ […]

ଅଦ୍ୟତନ ହୋଇଛି
ନାର୍କୋ ଟେଷ୍ଟ ପରେ ବ୍ରେନ୍ ମ୍ୟାପିଂକୁ ବି ନା’ କହିଲା ନାବାଳକ

saroj

Advertisment

ନୟାଗଡ(ଆର୍ତ୍ତତ୍ରାଣ ପ୍ରଧାନ): ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଅଭିଯୁକ୍ତ କୁହାଯାଉଥିବା ନାବାଳକ ଏବେ ବ୍ରେନ ମ୍ୟାପିଂ ପାଇଁ ମନା କରିଛି। ନାର୍କୋ ଟେଷ୍ଟ ପରେ ସେ ବ୍ରେନ୍ ମ୍ୟାପିଂ ପାଇଁ ମଧ୍ୟ ଅମଙ୍ଗ ହୋଇଛି। ଆଜି ନୟାଗଡ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଏନେଇ ଶୁଣାଣୀ ଚାଲିଥିବା ବେଳେ ବ୍ରେନ୍ ମ୍ୟାପିଂ ପାଇଁ ଅଭିଯୁକ୍ତ ରାଜି ହୋଇନଥିବା ସୂଚନା ମିଳିଛି। ତେବେ ଏସଆଇଟିର ଯୁକ୍ତି ଶୁଣିବା ପରେ କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି ।

Advertisment

ଆଜି ଅନୁଗୁଳ ବାଳ ସୁଧାର ଗୃହରୁ ଆଣି ପରୀ ହତ୍ୟା ମାମଲାର ନାବାଳକ ଅଭିଯୁକ୍ତକୁ ହାଜର କରିଥିଲା ପୁଲିସ। ଗତ ୮ ତାରିଖରେ ବ୍ରେନ ମ୍ୟାପିଂ ପାଇଁ ଆବେଦନ କରିଥିଲା ଏସଆଇଟି। ତେବେ ଏଥିରେ ନାବାଳକ ଅରାଜି ହେବା ପରେ   LVA Test  ଲେୟର ଭଏସ ଅନାଲିସିସ ଟେଷ୍ଟ କରିବା ପାଇଁ ଏସଆଇଟି ଆବେଦନ କରିବ।

ସୂଚନା ଅନୁଯାୟୀ, ଏହା ପୂର୍ବରୁ ଅଭିଯୁକ୍ତ ଜଣକ ନାର୍କୋ ଟେଷ୍ଟ ପାଇଁ ମଧ୍ୟ ରାଜି ହୋଇନଥିଲା। ଅଭିଯୁକ୍ତର ନାର୍କୋ ଆନାଲିସିସ୍‌ ଟେଷ୍ଟ ପାଇଁ ନୟାଗଡ଼ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ(ଜେଜେବି)ରେ ଏସ୍‌ଆଇଟି ପକ୍ଷରୁ ଆବେଦନ କରାଯାଇଥିଲା। ଏଥିସହିତ, ଅଭିଯୁକ୍ତର ମୋବାଇଲ ସହ ପରୀ ମୃତଦେହ ମିଳିଥିବା ବସ୍ତାରେ ଯେଉଁ ତାର ବନ୍ଧା ଯାଇଥିଲା, ତାକୁ ମଧ୍ୟ ଫରେନସିକ୍‌ ଲ୍ୟାବକୁ ପଠାଇବାକୁ ଏସ୍ଆଇଟି ଆବେଦନ କରିଥିଲା। ଏସବୁର ଓଡ଼ିଶାରେ ପରୀକ୍ଷା ହୋଇ ନ ପାରିବାରୁ ଗୁଜୁରାଟସ୍ଥିତ ଲ୍ୟାବ୍‌କୁ ପଠାଇବାକୁ ଏସ୍‌ଆଇଟି ଆବେଦନ କରିଥିଲା।

Advertisment

ସେପଟେ ଆଜି ନୟାଗଡ ୫ ବର୍ଷର ନାବାଳିକା ପରୀର ମା’ ଝିଅ ହତ୍ୟା ମାମଲାରେ ସୁପ୍ରିମ କୋର୍ଟର ଦ୍ୱରସ୍ଥ ହୋଇଛନ୍ତି। ନ୍ୟାୟ ପାଇବାକୁ ସୁପ୍ରିମକୋର୍ଟ ଯାଇଛନ୍ତି ପରୀର ମା’ ସୌଦାମିନୀ।  ଝିଅ ହତ୍ୟା ମାମଲାରେ ସିବିଆଇ ତଦନ୍ତ ପାଇଁ ସେ ଦାବି କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe