ଦିଲ୍ଲୀରେ ‘ପରୀ’ ପାଇଁ ନ୍ୟାୟ ଦାବି କଲେ ସମ୍ବିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀ ପହଞ୍ଚିଲା ନୟାଗଡ ୫ ବର୍ଷର ଶିଶୁ ପରୀ ହତ୍ୟା ମାମଲା । ପରୀକୁ ନ୍ୟାୟ ଦେବ ଦାବିରେ ଦିଲ୍ଲୀରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନକୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ସେ ଏନସିପିସିଆର୍ ଅଧ୍ୟକ୍ଷ ପ୍ରିୟାଙ୍କ କାନୁନଗୋଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି । ସମ୍ୱିତ କହିଛନ୍ତି, ଦୁର୍ବୃତ୍ତମାନେ ୫ ବର୍ଷର ଝିଅକୁ  ଅପହରଣ କରି ହତ୍ୟା କରି ତାର ମୃତଦେହକୁ କେମିକାଲ ପକାଇ ନଷ୍ଟ କରିଦେଇଛନ୍ତି । […]

sambit-on-pari

Madhupriya Mistry
  • Published: Monday, 30 November 2020
  • , Updated: 30 November 2020, 12:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀ ପହଞ୍ଚିଲା ନୟାଗଡ ୫ ବର୍ଷର ଶିଶୁ ପରୀ ହତ୍ୟା ମାମଲା । ପରୀକୁ ନ୍ୟାୟ ଦେବ ଦାବିରେ ଦିଲ୍ଲୀରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନକୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ସେ ଏନସିପିସିଆର୍ ଅଧ୍ୟକ୍ଷ ପ୍ରିୟାଙ୍କ କାନୁନଗୋଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି ।

ସମ୍ୱିତ କହିଛନ୍ତି, ଦୁର୍ବୃତ୍ତମାନେ ୫ ବର୍ଷର ଝିଅକୁ  ଅପହରଣ କରି ହତ୍ୟା କରି ତାର ମୃତଦେହକୁ କେମିକାଲ ପକାଇ ନଷ୍ଟ କରିଦେଇଛନ୍ତି । ଏବଂ ପରେ ତା’ର ହାଡକୁ ଆଣି ଘରେ ଫିଙ୍ଗିଛନ୍ତି । ଏହାଠୁ ବଡ ଜଘନ୍ୟକାଣ୍ଡ ଆଉ କ’ଣ ହୋଇପାରେ । ତେଣୁ ପରୀକୁ ଏବଂ ତାର ପରିବାରକୁ ନ୍ୟାୟ ମିଳୁ ।

ଏନ୍ସିପିସିଆରର ଟିମ୍ ନୟାଗଡ଼ ଯାଇ ତଦନ୍ତ କରିବାକୁ ଦାବି କରିଛନ୍ତି ସମ୍ବିତ  । ପରୀର ଅଙ୍ଗବିଶେଷ ଚୋରି ହୋଇଛି କି ନାହିଁ, ତାକୁ କିଏ ଓ କାହିଁକି ହତ୍ୟା କଲା, ସେନେଇ ତଦନ୍ତ କରିବାକୁ ସମ୍ବିତ ଦାବି କରିଛନ୍ତି । ପରୀ ହତ୍ୟା ଘଟଣାରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କର କି ଭୂମିକା ରହିଛି, ତାହାର ମଧ୍ୟ ତଦନ୍ତ କରାଯାଉ । ତଦନ୍ତରେ କାହିଁକି ବିଳମ୍ବ ହେଲା ଓ ପରୀକୁ ନ୍ୟାୟ ଦେବା ଲାଗି କି ପଦକ୍ଷେପ ନିଆଯାଇଛି, ସେ ସଂପର୍କରେ ଜଣାଇବା ଲାଗି ନୟାଗଡ଼ ଜିଲ୍ଲାପାଳ ଓ ଏସ୍ପିଙ୍କୁ ସମନ କରିବାକୁ ମଧ୍ୟ ସମ୍ବିତ ଦାବି କରିଛନ୍ତି । ଦୁଇ ଅଧିକାରୀଙ୍କୁ ଦିଲ୍ଲୀ ଡାକି ପଚାରିବା ଲାଗି ସମ୍ବିତ ତାଙ୍କ ସ୍ମାରକପତ୍ରରେ ଦାବି କରିଛନ୍ତି ।

ପରୀର ପରିବାରକୁ ନ୍ୟାୟ ଏବଂ ଅପରାଧୀଙ୍କୁ ଦଣ୍ଡ ନ ମିଳିବା ଯାଏଁ  ଲେଢ଼ଇ ଜାରି ରହିବ । ଏହି ଲେଢ଼ଇ ନୟାଗଡରୁ ଆରମ୍ଭ ହୋଇ ଦିଲ୍ଲୀ ଯାଏଁ  ଯିବ ବୋଲି ପୂର୍ବରୁ ସମ୍ବିତ ପାତ୍ର ଟ୍ୱିଟ କରିଥିଲେ ।

Related story