‘ଦୋଷୀଙ୍କୁ ଫାଶି ଦିଆଯାଉ’

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର ପରୀକୁ ନ୍ୟାୟ ଦେବା ଦାବିରେ ଆଜି ନୟାଗଡ ଯଦୁପୁର ଗସ୍ତରେ ଯାଇଛନ୍ତି । ତାଙ୍କ ସହ କଂଗ୍ରେସର ଏକ ଟିମ ମଧ୍ୟ ଯଦୁପୁର ଗସ୍ତରେ ଯାଇ ପରୀର ପରିବାରଙ୍କୁ ଭେଟିଛନ୍ତି ।  ପରିବାର ଲୋକଙ୍କ ସହ ଆଲୋଚନା ପରେ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର ତାଙ୍କ ପ୍ରତିକିୟା ରଖିଛନ୍ତି। ସେ କହିଛନ୍ତି, ଏସ୍‌ଆଇଟି ତଦନ୍ତ କରି ପ୍ରକୃତ ଦୋଷୀଙ୍କୁ ସାମ୍ନାକୁ ଅଣାଯାଉ । ଦୋଷୀ […]

chellakumar-on-pari-murder-

Madhupriya Mistry
  • Published: Saturday, 05 December 2020
  • , Updated: 05 December 2020, 02:24 PM IST

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର ପରୀକୁ ନ୍ୟାୟ ଦେବା ଦାବିରେ ଆଜି ନୟାଗଡ ଯଦୁପୁର ଗସ୍ତରେ ଯାଇଛନ୍ତି । ତାଙ୍କ ସହ କଂଗ୍ରେସର ଏକ ଟିମ ମଧ୍ୟ ଯଦୁପୁର ଗସ୍ତରେ ଯାଇ ପରୀର ପରିବାରଙ୍କୁ ଭେଟିଛନ୍ତି ।  ପରିବାର ଲୋକଙ୍କ ସହ ଆଲୋଚନା ପରେ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର ତାଙ୍କ ପ୍ରତିକିୟା ରଖିଛନ୍ତି।

ସେ କହିଛନ୍ତି, ଏସ୍‌ଆଇଟି ତଦନ୍ତ କରି ପ୍ରକୃତ ଦୋଷୀଙ୍କୁ ସାମ୍ନାକୁ ଅଣାଯାଉ । ଦୋଷୀ ଯିଏବି ହୁଅନ୍ତୁ ନା କାହିଁକି ତାଙ୍କୁ ଆଇନ ଅନୁଯାୟୀ ଫାଶି ଦଣ୍ଡ ମିଳିବା ଉଚିତ। ଆମେ ନ୍ୟାୟ ଚାହୁଁଛୁ । ଯେତେଯାଏଁ ଦୋଷୀଙ୍କୁ ଦଣ୍ଡ ନ ମିଳିଛି ଆମେ ସେତେ ଯାଏଁ ଲଢ଼ିବୁ ବୋଲି ସେ କହଛନ୍ତି । ଏଥିସହ ଏହି ଘଟଣା ବିଜେପି ରାଜନୀତି କରୁଛି, ଆମେ ନ୍ୟାୟ ପାଇଁ ଲଢ଼ୁଛୁ ବୋଲି ଚେଲ୍ଲାକୁମାର କହିଛନ୍ତି ।

ପରୀ ହତ୍ୟା ଘଟଣାରେ ଆଜି କଂଗ୍ରେସର ଏକ ଟିମ ଯଦୁପୁର ଗସ୍ତରେ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି ଟିମରେ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ତାରା ବାହିନୀପତି, ଭକ୍ତ ଦାସ, ପ୍ରଦୀପ ମାଝୀ ଏବଂ କିଛି ବରିଷ୍ଠ ନେତା ଅଛନ୍ତି।

Related story