/odisha-reporter/media/post_attachments/uploads/2020/05/Orissa-High-Court-1.jpg)
Orissa High Court
କଟକ(ଓଡ଼ିଶା ରିପୋର୍ଟର): ନୟାଗଡ ପରୀ ହତ୍ୟା ମାମଲାରେ ଖୁବଶୀଘ୍ର ଚାର୍ଜସିଟ ଦାଖଲ କରାଯାଉ । ମାମଲାକୁ ଦୀର୍ଘଦିନ ବିତି ଯାଇଥିବାରୁ ଚାର୍ଜସିଟ ଦାଖଲ କରିବାକୁ ଆଜି ଏସଆଇଟିକୁ ହାଇକୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି ।
ପୂର୍ବରୁ ଚାର୍ଜସିଟି ଦାଖଲ ନେଇ ପଦ୍ମାଳୟା ମହାପାତ୍ର ନାମକ ଜଣେ ବ୍ୟକ୍ତି ହାଇକୋର୍ଟରେ ଆବେଦନ କରିଥିଲେ । ସେ ସତ୍ୟପାଠରେ SIT ମୁଖ୍ୟଙ୍କ ବୟାନରେ ତାଳମେଳ ରହୁନଥିବା ଅଭିଯୋଗ କରି ଆବେଦନ କରିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁଆରି ୧୨ରେ ହେବ।
ସେପଟେ ପରୀ ହତ୍ୟା ମାମଲାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଗତକାଲି ଅଭିଯୁକ୍ତ ସରୋଜ ସେଠୀ ଘରୁ ଏସଆଇଟି ଏକ ଟିଣ ଡବାରୁ ରକ୍ତ ଲାଗିଥିବା ଗାମୁଛା ଜବତ କରିଥିବା ବେଳେ ଆଜି ସରୋଜକୁ ଯଦୁପୁର ନିଆଯାଇଥିଲା । ସେଠାରେ ତାକୁ ପୋଖରୀ ପାଖକୁ ନେଇ କ୍ରାଇମ ସିନର ରିଏକ୍ରିଏଟ କରାଯାଇଛି । ସେପଟେ ଅଭିଯୁକ୍ତ ସରୋଜର ମାଆ କିନ୍ତୁ ତାଙ୍କ ପୁଅ ନିର୍ଦ୍ଦୋଶ ବୋଲି ଦୃଢ଼ ସ୍ବରରେ କହିଛନ୍ତି । ଅନ୍ୟପକ୍ଷରେ ସରୋଜ ପରିବାରର କେହି ନା କେହି ପୁଅର ଅପରାଧିକ କାହାଣୀ ସମ୍ପର୍କରେ ଜାଣିଥିବା କହିଛନ୍ତି ଅରୁଣ ବୋଥ୍ରା। ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ପରିବାର ଲୋକ କିଏ ଓ କେବେ ଏକଥା ଜାଣିଲେ ତାହାର ତଦନ୍ତ ଚାଲିଛି । ଜବତ ଗାମୁଛାରୁ ବଡ ପ୍ରମାଣ ମିଳିବ ବୋଲି କହିଛନ୍ତି ବୋଥ୍ରା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
