Advertisment

ଆସିଲା ଫରେନସିକ୍‌ ରିପୋର୍ଟ , ସିମେନ୍ ଦାଗ କାହାର ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତକୁ କୋର୍ଟରେ କେମିତି ଦୋଷୀ ପ୍ରମାଣିତ କରାଇବ ଏସ୍ଆଇଟି ? କାରଣ ଅଭିଯୁକ୍ତ ଗିରଫଦାରୀର ୪ ଦିନ ପରେ ସାମ୍ନାକୁ ଆସିଛି ଫରେନ୍ସିକ୍ ଯାଞ୍ଚ ରିପୋର୍ଟ । ଯେଉଁଥିରେ ଜବତ ନାବାଳିକା ଫ୍ରକ୍‌ରୁ  ମିଳିଥିବା ସିମେନ୍‌ ଦାଗ ଚିହ୍ନଟ ହୋଇପାରି ନଥିବା ସ୍ପଷ୍ଟ ହୋଇଛି । ତେଣୁ ସେ ସିମେନ୍ କାହାର? ସରୋଜ ବିରୋଧରେ ପ୍ରମାଣକୁ କିଭଳି ଆଇନସିଦ୍ଧ କରିବ ଏସ୍ଆଇଟି ତାକୁ ନେଇ ଉଠିଛି […]

author-image
Tapas Behera
ଅଦ୍ୟତନ ହୋଇଛି
ଯଦୁପୁରରେ ଏସଆଇଟି ମୁଖ୍ୟ, ପୋଖରୀ ଘାଣ୍ଟିଲା ଓଡ୍ରାଫ

sit-chief-arun-bothra

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତକୁ କୋର୍ଟରେ କେମିତି ଦୋଷୀ ପ୍ରମାଣିତ କରାଇବ ଏସ୍ଆଇଟି ? କାରଣ ଅଭିଯୁକ୍ତ ଗିରଫଦାରୀର ୪ ଦିନ ପରେ ସାମ୍ନାକୁ ଆସିଛି ଫରେନ୍ସିକ୍ ଯାଞ୍ଚ ରିପୋର୍ଟ । ଯେଉଁଥିରେ ଜବତ ନାବାଳିକା ଫ୍ରକ୍‌ରୁ  ମିଳିଥିବା ସିମେନ୍‌ ଦାଗ ଚିହ୍ନଟ ହୋଇପାରି ନଥିବା ସ୍ପଷ୍ଟ ହୋଇଛି । ତେଣୁ ସେ ସିମେନ୍ କାହାର? ସରୋଜ ବିରୋଧରେ ପ୍ରମାଣକୁ କିଭଳି ଆଇନସିଦ୍ଧ କରିବ ଏସ୍ଆଇଟି ତାକୁ ନେଇ ଉଠିଛି ପ୍ରଶ୍ନ।

Advertisment

ଅଭିଯୁକ୍ତ ସରୋଜ ସେଠୀର ଗିରଫଦାରୀର ଦିନକ ପରେ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଆଇଟି‌  ଅରୁଣ ବୋଥ୍ରା କହିଥିଲେ ସେ, ତାଙ୍କ ପାଖରେ ରହଛି ଦୁଇଶହ ପ୍ରତିଶତ ପ୍ରମାଣ।

ହେଲେ ଏବେ ବୋଥ୍ରାଙ୍କ ଏ ବଡ଼ ଦାବି ଉପରେ ପାହାଡ଼ପ୍ରମାଣ ପ୍ରଶ୍ନଚିହ୍ନ ଠିଆ କରିଛି । ଗତ ୧୪ ତାରିଖର ଏ ଫରେନସିକ୍‌ ଯାଞ୍ଚ ରିପୋର୍ଟ। ଯେଉଁଥିରେ ଉଲ୍ଲେଖ ରହିଛି ଯେ, ଜବତ ଫ୍ରକ୍ରେ ହ୍ଯୁମାନ୍ ସିମେନ୍‌ର ଦାଗ ଥିବା ତ ସ୍ପଷ୍ଟ ହୋଇଛି, କିନ୍ତୁ ଏହା ନଷ୍ଟ ହୋଇଯାଇଥିବା କାରଣରୁ ଏହାର ଗ୍ରୁପ୍ ଚିହ୍ନଟ ହୋଇପାରିନି। ସେହିପରି ଜବତ ହୋଇଥିବା ଝୋଟ ଅଖାରୁ ସିମେନ୍ ଏବଂ ବ୍ଲଡ୍ ଷ୍ଟେନ୍ ବି ଚିହ୍ନଟ ହୋଇପାରିନି।

Advertisment

ତେଣୁ ଏଭଳି ସ୍ଥିତିରେ ଫ୍ରକରୁ ମିଳିଥିବା ସିମେନ୍ ଦାଗ ଯେ ସରୋଜ ସେଠୀର ତାକୁ ଏସଆଇଟି କିଭଳି ପ୍ରମାଣ କରିବ ସେନେଇ ସନ୍ଦେହ ପ୍ରକାଶ କରିଛନ୍ତି ଆଇନଜୀବି।

ସୂଚନା ଅନୁଯାୟୀ, ନିଖୋଜର ୯ ଦିନ ପରେ ଜୁଲାଇ ୨୩ରେ ପରୀ ଘର ବାଡ଼ିପଟୁ ଏକ ଅଖାରେ ବନ୍ଧା ଥିବା ଅବସ୍ଥାରେ କିଛି ହାଡ଼ ଓ ଫ୍ରକ୍ ଠାବ ହୋଇଥିଲା।

ଏହାପରେ ଦେହାବଶେଷ ପରୀର କି ନୁହେଁ ଚିହ୍ନଟ ପାଇଁ ନୟାଗଡ଼ ପୁଲିସ  ହାଡ଼କୁ ଡିଏନ୍ଏ ଟେଷ୍ଟ ପାଇଁ ପଠାଇଲା। ଜବତ ଫ୍ରକ୍, ଅଖା ଓ ଜିଆଇ ତାର ସେମିତି ଥିଲା । ତେବେ ଡିସେମ୍ବର ୧ ତାରିଖରେ ଏସ୍ଆଇଟି ତଦନ୍ତ ଆରମ୍ଭ କରିବା ପରେ ୨ ତାରିଖରେ ଅଖା, ଫ୍ରକ୍ ଓ ଜିଆଇ ତାର ଫରେନ୍ସିକ୍ ଯାଞ୍ଚ ପାଇଁ ପଠାଗଲା । ଯାହାର ରିପୋର୍ଟ ଆସିଲା ୧୪ ତାରିଖରେ । ଏହାପରେ ୧୯ରେ ନାବାଳିକାର ପଡ଼ୋଶୀ ସରୋଜ ସେଠୀ, ତା ମା ଓ ବଡ଼ ଭଉଣୀକୁ ଉଠାଇ ନେଇ ୨୧ରେ କେବଳ ସରୋଜକୁ ଗିରଫ ଦେଖାଇ କୋର୍ଟଚାଲାଣ କରିଥିଲା ଏସ୍ଆଇଟି। ତେଣୁ ଆରମ୍ଭରୁ ପରିବାରର ଅଙ୍ଗତସ୍କରୀ ଅଭିଯୋଗ ସତ୍ତ୍ୱେ ମଝିରେ ତଦନ୍ତରେ ଦୁଷ୍କର୍ମ ଥିଓରୀ ପଶିବା ଏବଂ ଫରେନ୍ସିକ୍ ରିପୋର୍ଟ ସମେତ ଯେଉଁ ସବୁ ପ୍ରମାଣ ଆଧାରରେ ଅଭିଯୁକ୍ତ ସରୋଜକୁ ଗିରଫ କରାଯାଇଛି। ସେଭିତରୁ ଫରେନ୍ସିକ୍ ରିପୋର୍ଟରୁ ଯଦି ଏଭଳି ତଥ୍ୟ ସାମ୍ନାକୁ ଆସୁଛି, ତାକୁ ଏସ୍ଆଇଟି କିଭଳି ପ୍ରମାଣ ସିଦ୍ଧ କରିବ ତାହାହିଁ ବଡ଼ ପ୍ରଶ୍ନ।

ଅଧିକ ପଢ଼ନ୍ତୁ : ରାଜନୀତିରେ ଡେବ୍ୟୁ କରିବେ କି ଅସିତ!

Nayagarh Pari Murder Case SIT Investigation