Advertisment

'ମୁଁ ଯେତିକି ସରୋଜ ବିଷୟରେ ଜାଣିଥିଲି, ତା'ଠାରୁ ବେଶୀ ସେ ମୋ ବିଷୟରେ ଜାଣିଥିଲା'

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ ଯଦୁପୁର ନାବାଳିକା ପରୀ ହତ୍ୟା ମାମଲାକୁ ନେଇ ରାଜ୍ୟରେ ଥମୁନି ଚର୍ଚ୍ଚା । ଅଭିଯୁକ୍ତ ସରୋଜ ସେଠୀକୁ ଏସଆଇଟ ଗିରଫ କରିବା ପରେ ରାଜ୍ୟରେ ଏହି ମାମଲାକୁ ନେଇ ନେଇ ଚର୍ଚ୍ଚା ଜୋର ଧରିଛି  ଓ ତାକୁ ଅଭିଯୁକ୍ତ ମାନିବାକୁ ଅଧିକାଂଶ ରାଜି ନୁହନ୍ତି। ଏପରିକି ପରୀର ବାପାମା’ ମଧ୍ୟ ଏହାକୁ ଗ୍ରହଣ କରୁ ନାହାନ୍ତି। କିନ୍ତୁ ଏହାରି ଭିତରେ ପୁଣି ନୂଆ ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। […]

ଅଦ୍ୟତନ ହୋଇଛି
ଆମେ ଆଶ୍ଚର୍ଯ୍ୟ ହୋଇ ପଚାରିଲୁ ଶବ ସହ କାହିଁକି ? ସେ କହିଲା....

arun-bothra

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ ଯଦୁପୁର ନାବାଳିକା ପରୀ ହତ୍ୟା ମାମଲାକୁ ନେଇ ରାଜ୍ୟରେ ଥମୁନି ଚର୍ଚ୍ଚା । ଅଭିଯୁକ୍ତ ସରୋଜ ସେଠୀକୁ ଏସଆଇଟ ଗିରଫ କରିବା ପରେ ରାଜ୍ୟରେ ଏହି ମାମଲାକୁ ନେଇ ନେଇ ଚର୍ଚ୍ଚା ଜୋର ଧରିଛି  ଓ ତାକୁ ଅଭିଯୁକ୍ତ ମାନିବାକୁ ଅଧିକାଂଶ ରାଜି ନୁହନ୍ତି। ଏପରିକି ପରୀର ବାପାମା’ ମଧ୍ୟ ଏହାକୁ ଗ୍ରହଣ କରୁ ନାହାନ୍ତି। କିନ୍ତୁ ଏହାରି ଭିତରେ ପୁଣି ନୂଆ ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା।

Advertisment

ସେ କହିଛନ୍ତି, ମୁଁ ଯେତିକି ସରୋଜ ବିଷୟରେ ଜାଣିଥିଲି, ତା'ଠାରୁ ବେଶୀ ସେ ମୋ ବିଷୟରେ ଜାଣିଥିଲା। ସେ ମୋ ବିଷୟରେ ଗୁଗୁଲରେ ତଥ୍ୟ ସଂଗ୍ରହ କରିଥିଲା। କେବଳ ସେତିକି ନୁହେଁ ସରୋଜ ପୁଲିସର ତଦନ୍ତକୁ ଟ୍ରାକିଂ କରୁଥିଲା। ଏସଆଇଟି ତଦନ୍ତ ନେଇ ନିୟମିତ ନ୍ୟୁଜ ମଧ୍ୟ ଦେଖୁଥିଲା।

୨୨ ତାରିଖ ବିଳମ୍ବିତ ରାତିରେ ପୋଖରୀରୁ ଲେଗିନ୍ସ ମିଳବା ପରେ ପରୀର ବାକି ହାଡ କୁଆଡେ ଗଲା ପ୍ରଶ୍ନରେ ଆଜି ଅରୁଣ ବୋଥ୍ରା ଉତ୍ତର ଦେଇଛନ୍ତି । ସେ କହିଛନ୍ତି, ପରୀର କୌଣସି ଗୋଟିଏ ବି ହାଡ଼ ଗାଏବ ହୋଇନାହିଁ। ପୋଷ୍ଟମର୍ଟମ ରିପୋର୍ଟରେ କୌଣସି ହାଡ ମିଳି ନଥିବା କୁହାଯାଇନି । ବିଶେଷଜ୍ଞ ଡାକ୍ତରମୋନେ ହାଡ ମିଳି ନଥିବା ନେଇ କିଛି କହିନାହାନ୍ତି। ଦେହାବଶେଷ ମିଳିବା ପରେ ଶବ ଚିହ୍ନଟ ପାଇଁ ଡିଏନଏ କରାଯାଇଥିଲା । ଡିଏନଏ ଟେଷ୍ଟ ପାଇଁ ଡାକ୍ତରମାନେ କିଛି ହାଡ ମଧ୍ୟ ପଠାଇଥିଲେ ବୋଲି ଅରୁଣ କହିଛନ୍ତି।

Advertisment

ଡଗ୍‌ ସ୍କ୍ବାଡ କାହିଁକି ଗନ୍ଧ ବାରିପାରିଲା ନାହିଁ ପ୍ରଶ୍ନରେ ମଧ୍ୟ ଉତ୍ତର ରଖିଛନ୍ତି ଏସଆଇଟି ମୁଖ୍ୟ । ସେ କହିଛନ୍ତି, ଡଗ୍‌ ସ୍କ୍ବାଡ଼ ବିଷୟରେ ପଚାରିଲେ ମୁଁ କିଛି କହିପାରିବି ନାହିଁ । ଡଗ୍‌ ସ୍କ୍ବାଡ ବ୍ୟବହାର କରାଯାଇନାହିଁ ବୋଲି ଅରୁଣ ସଫା ସଫା ମନା କରିଛନ୍ତି।

ଅରୁଣ ଆହୁରି କହିଛନ୍ତି ଯେ, ସରୋଜଙ୍କ ପରିବାରର ଲୋକ ମଧ୍ୟରୁ କେହି ନା କେହି ଏହି ଘଟଣା ବିଷୟରେ ନିଶ୍ଚିତ ଜାଣିଛନ୍ତି। ଏନେଇ ତଦନ୍ତ ଜାରି ରହିଛି ।

ପୋଖରୀରୁ ଲେଗିଙ୍ଗସ ମିଳିବା ପରେ ଗତକାଲି ନୟାଗଡା ଯଦୁପୁର ଗସ୍ତରେ ଯାଇଥିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ସେଠାକୁ ଯାଇ ଓଡ୍ରାଫ ଟିମ ଏବଂ ଅଗ୍ନିଶମବାହୀନି ସହ ଆଲୋଚନା କରିଥିଲେ। ଓଡ୍ରାଫ ଟିମ ଘଣ୍ଟା ଘଣ୍ଟା ଧରି ପୋଖରୀ ଘାଣ୍ଟିଥିଲା।  ପରେ ଗତକାଲି ବିଳମ୍ବିତ ରାତିରେ ସରୋଜର ଘରୁ ଏକ ଟିଣ ଡବାରୁ ଗାମୁଛା ଜବତ କରିଥିଲା ଏସଆଇଟି । ଏଥିରେ ହିଁ ପରୀକୁ ସେ ତଣ୍ଟି ଚିପି ହତ୍ୟା କରିଥିବା ନେଇ ଏସଆଇଟି ସେନ୍ଦହ କରିଥିଲା । ପରେ ସେଥିରେ ତା’ ନାକରୁ ବାହାରିଥିବା ରକ୍ତ ପୋଛା ଯାଇଥିଲା।

ଅଧିକ ପଢନ୍ତୁ : ‘ଗାମୁଛା ଦେବ ବଡ଼ ପ୍ରମାଣ’

SIT Investigation Pari Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe