Advertisment

‘ପରୀ’ ପୋଷାକରେ ସିମେନ୍‌ ଦାଗ!

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ର କୁନିଝିଅ ‘ପରୀ’ ଡ୍ରେସ୍‌ରେ ସିମେନ୍ ଦାଗ‌ ଲାଗିଥିବା ଅଭିଯୋଗ ହୋଇଛି। ‘ପରୀ’ ହତ୍ୟା ମାମଲାକୁ ନେଇ ଆଜି SIT ପକ୍ଷରୁ ବନ୍ଦ ଲଫାପାରେ ଦାଖଲ ହୋଇଥିବା ରିପୋର୍ଟରେ ଏପରି ଚାଞ୍ଚଲ୍ୟକର ତଥ୍ୟ ଥିବା ସୂଚନା ମିଳିଛି। ଏପରିକି ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ଜଣାପଡ଼ିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହତ୍ୟା ପୂର୍ବରୁ ପୀଡ଼ିତାର ଶରୀର ଉଲଗ୍ନ ଥିଲା। ସାଇଣ୍ଟିଫିକ […]

‘ପରୀ’ ପୋଷାକରେ ସିମେନ୍‌ ଦାଗ!

pari

Advertisment

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ର କୁନିଝିଅ ‘ପରୀ’ ଡ୍ରେସ୍‌ରେ ସିମେନ୍ ଦାଗ‌ ଲାଗିଥିବା ଅଭିଯୋଗ ହୋଇଛି। ‘ପରୀ’ ହତ୍ୟା ମାମଲାକୁ ନେଇ ଆଜି SIT ପକ୍ଷରୁ ବନ୍ଦ ଲଫାପାରେ ଦାଖଲ ହୋଇଥିବା ରିପୋର୍ଟରେ ଏପରି ଚାଞ୍ଚଲ୍ୟକର ତଥ୍ୟ ଥିବା ସୂଚନା ମିଳିଛି। ଏପରିକି ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ଜଣାପଡ଼ିଛି।

Advertisment

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହତ୍ୟା ପୂର୍ବରୁ ପୀଡ଼ିତାର ଶରୀର ଉଲଗ୍ନ ଥିଲା। ସାଇଣ୍ଟିଫିକ ପରୀକ୍ଷଣରୁ ପୀଡ଼ିତା ପୋଷାକରୁ ସିମେନ୍‌ର ଦାଗ ମିଳିଥିଲା। ତେଣୁ ଏସ୍‌ଆଇଟି ପକ୍ଷରୁ ହାଇକୋର୍ଟରେ ଦାଖଲ ଷ୍ଟାଟସ୍‌ ରିପୋର୍ଟରେ ହତ୍ୟା ପୂର୍ବରୁ ଦୁଷ୍କର୍ମ କରାଯାଇଥିବା ସୂଚନା ମିଳିଛି। ସେହି ଗାଁର କେହି ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇଥାଇପାରେ ବୋଲି କୁହାଯାଉଛି। ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ଏସ୍‌ଆଇଟି ତଦନ୍ତରୁ ଏସବୁ ଆସିଛି, ଅଭିଯୁକ୍ତକୁ ଗିରଫ କରାଯାଉ ନାହିଁ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପରୀର ପରିବାର। ଏଥିସହ ହତ୍ୟା ପଛରେ ବାବୁଲି ନାୟକ ଓ ଅଙ୍ଗ ତସ୍କରୀ ରାକେଟ ଥିବା ଦୋହରାଇ ଏସ୍‌ଆଇଟି ତଦନ୍ତରେ ଅଭିଯୁକ୍ତ ଧରା ନପଡ଼ିଲେ ମାମଲାର ତଦନ୍ତ ସିବିଆଇ କରୁ ବୋଲି ପରୀର ବାପା ଦାବି କରିଛନ୍ତି।

ଜୁଲାଇ ୧୪ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିଲା ପରୀ। ଏହି ସମୟରେ ସେ ହଠାତ ନିଖୋଜ ହୋଇ ଯାଇଥିଲେ। ତା’ର ୯ ଦିନ ପରେ ଅର୍ଥାତ ଜୁଲାଇ ୨୩ ତାରିଖରେ ଘର ବାଡିପଟୁ ଏକ ବସ୍ତାରେ ବନ୍ଧା ଥିବା ଅବସ୍ଥାରେ ପରୀର ହାଡ଼ ଉଦ୍ଧାର କରିଥିଲା ପୁଲିସ। ତେବେ ଏଠି ପ୍ରଶ୍ନ ଉଠୁଛି, ଘଟଣାର ୫ ମାସ ପରେ ଏସ୍‌ଆଇଟି ହାତରେ ଲାଗିଥିବା ଏ ତଥ୍ୟ ତଦନ୍ତର କେଉଁ ପର୍ଯ୍ୟାୟରେ ଜଣାପଡ଼ିଲା? ମୃତଦେହର ବ୍ୟବଚ୍ଛେଦ ଓ ଫରେନ୍‌ସିକ ଯାଞ୍ଚ ସମୟରେ ଏହି ତଥ୍ୟ ସାମ୍ନାକୁ ଆସିଥିଲା ତ ? ଯଦି ଆସିଥିଲା, ତାହାହେଲେ କାହିଁକି ପୁଲିସ ସାମ୍ନାକୁ ଆଣୁ ନଥିଲା? ଏହା ପଛର କଣ କାରଣ ହୋଇପାରେ? ଦୁଷ୍କର୍ମ ଦିଗକୁ ଚପାଇ ଦିଆଯିବାର ଉଦ୍ୟମ ହୋଇନଥିଲା ତ ? ଏବେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଅନେକ କୁହେଳିକା ସୃଷ୍ଟି କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe