Advertisment

ପରୀ ନିଆଁରୁ ଫିଟୁଛି ଗୁମର: ହତ୍ୟାକାରୀ ନିଜ ଗାଁର !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ପରୀ ଅପହରଣ ଓ ହତ୍ୟା ଘଟଣା ରାଜ୍ୟବ୍ୟାପି ତୋମ୍ଭିତୋଫାନ ସୃଷ୍ଟି କରିଥିବା ବେଳେ ଏହାର ଗୁମର ଫିଟିବାରେ ଲାଗିଛି। ପରୀକୁ ନ୍ୟାୟ ଦାବିରେ ବିରୋଧୀ ଦଳ ପକ୍ଷରୁ ଆନ୍ଦୋଳନ ଜାରି ରଖିଥିବା ବେଳେ ଘଟଣାର ୪ ମାସ ପରେ ଏସ୍‌ଆଇଟି ହାତରେ ଲାଗିଛି ସୁରାକ୍। ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଏସଆଇଟି ପକ୍ଷରୁ ହାଇକୋର୍ଟକୁ ଅବଗତ କରାଯାଇଥିବା ସୂଚନା ମିଳିଛି। ଆଜି ବନ୍ଦ ଲଫାପା ଭିତରେ  ଦାଖଲ  ହୋଇଥିବା ରିପୋର୍ଟରେ […]

ଅଦ୍ୟତନ ହୋଇଛି
ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

rape

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ପରୀ ଅପହରଣ ଓ ହତ୍ୟା ଘଟଣା ରାଜ୍ୟବ୍ୟାପି ତୋମ୍ଭିତୋଫାନ ସୃଷ୍ଟି କରିଥିବା ବେଳେ ଏହାର ଗୁମର ଫିଟିବାରେ ଲାଗିଛି। ପରୀକୁ ନ୍ୟାୟ ଦାବିରେ ବିରୋଧୀ ଦଳ ପକ୍ଷରୁ ଆନ୍ଦୋଳନ ଜାରି ରଖିଥିବା ବେଳେ ଘଟଣାର ୪ ମାସ ପରେ ଏସ୍‌ଆଇଟି ହାତରେ ଲାଗିଛି ସୁରାକ୍। ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଏସଆଇଟି ପକ୍ଷରୁ ହାଇକୋର୍ଟକୁ ଅବଗତ କରାଯାଇଥିବା ସୂଚନା ମିଳିଛି।

Advertisment

ଆଜି ବନ୍ଦ ଲଫାପା ଭିତରେ  ଦାଖଲ  ହୋଇଥିବା ରିପୋର୍ଟରେ ଏମିତି ଚାଞ୍ଚଲ୍ୟକର ତଥ୍ୟ ଥିବା ସୂଚନା ମିଳିଛି। କେବଳ ସେତିକି ନୁହଁ ଦୁଷ୍କର୍ମକାରୀ ମଧ୍ୟ ସେହି ନୟାଗଡ଼ ଯଦୁପୁରର ବୋଲି ସୂଚନା ମିଳିଛି। ହତ୍ୟା ପୂର୍ବରୁ ପରୀ ସହ ଦୁଷ୍କର୍ମ କରାଯାଇଥିଲା।  ହତ୍ୟାର ମୂଳ କାରଣ ଦୁଷ୍କର୍ମ ବୋଲି ରିପୋର୍ଟରେ ଉଲ୍ଲେଖ  ଥିବା ସୂଚନା ମିଳିଛି।  ଆଜି ହାଇକୋର୍ଟରେ ପରୀ ମୃତ୍ୟୁ ମାମଲା ଷ୍ଟାଟସ୍ ରିପୋର୍ଟ ଦାଖଲ କରିଥିଲା SIT। ତଦନ୍ତ ଅଗ୍ରଗତି ନେଇ ମୁଦ୍ଦା ଲଫାପାରେ SIT ରିପୋର୍ଟ ଦେଇଥିବା ବେଳେ ରିପୋର୍ଟକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଆସନ୍ତା ୨୪ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସୂଚନାଯୋଗ୍ୟ, ୪ ମାସ ତଳେ ୫ ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। କିନ୍ତୁ ହତ୍ୟାକାରୀ ଧରା ନପଡ଼ିବାରୁ କିଛିଦିନ ତଳେ ବିଧାନସଭା ଆଗରେ ପରୀର ବାପା-ମା ଆତ୍ମାହୁତି ଉଦ୍ୟମ କରିଥିଲେ। ଯାହା ପରେ ପରୀ ଘଟଣା ସାମ୍ନାକୁ ଆସିଥିଲା। ପରୀର ବାପା-ମା’ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିକୁ ଏଥିପାଇଁ ଦାୟୀ କରିଥିଲେ। ମାମଲା ଜୋର୍ ଧରିବା ପରେ ମୁଖ୍ୟମନ୍ତ୍ରୀ ଶେଷରେ କ୍ରାଇମବ୍ରାଞ୍ଚ SIT ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏହି ଘଟଣାରେ ନୟାଗଡ଼ ଥାନା IIC ରୀତାରାଣୀ ସାହୁଙ୍କୁ ସସ୍‌ପେଣ୍ଡ କରାଯାଇଥିବା ବେଳେ SDPO ନିରଞ୍ଜନ ପାଢ଼ୀଙ୍କୁ କନ୍ଧମାଳ DSP ଭାବେ ବଦଳି କରାଯାଇଛି। ପରୀ ହତ୍ୟା ଘଟଣାକୁ ନେଇ ବିବାଦରେ ଥିଲେ ଉଭୟ ଅଧିକାରୀ। ପରୀ ମାଆକୁ ଆଇଆଇସି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଦୁର୍ବ୍ୟବହାର ନେଇ ଅଭିଯୋଗ କରିଥିଲେ ପରୀର ମା।

Advertisment

ଆଗକୁ ପଢ଼ନ୍ତୁ : ପୌର ନିର୍ବାଚନ ପୂର୍ବରୁ ସ୍ୱତନ୍ତ୍ର ପାହ୍ୟା କଥା ଉଠାଇ କେନ୍ଦ୍ରକୁ ଘେରିଲେ ନବୀନ

Nayagarh Pari Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe