Advertisment

କାଳିଜାଇ ପୀଠର ଉନ୍ନତିକରଣ ପ୍ରକଳ୍ପ ଉଦଘାଟନକୁ ନେଇ ବିବାଦ

ପୁରୀ (ଓଡ଼ିଶା ରିପୋର୍ଟ): ଚିଲିକାର କାଳିଜାଇ ପୀଠର ଉନ୍ନତିକରଣ ପ୍ରକଳ୍ପ ଉଦଘାଟନକୁ ନେଇ ବିବାଦ ଦେଖା ଦେଇଛି। ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପୂର୍ବରୁ ଏହାକୁ ତରବରିଆ ଭାବେ ଉଦଘାଟନ କରାଯାଇଥିବା ଅଭିଯୋଗ କରିଛନ୍ତି ପାରିକୁଦ ଗଡ଼ ରାଜା ସନ୍ତୋଷ ଦେଓ। ଏହାସହ ଉଦଘାଟନ କର୍ଯ୍ୟକ୍ରମକୁ ତାଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ ଏହାକୁ ନେଇ ରାଜା ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସେ କହିଛନ୍ତି। ସେପଟେ ବାକିଥିବା କାମକୁ […]

author-image
Rakesh Mallick
କାଳିଜାଇ ପୀଠର ଉନ୍ନତିକରଣ ପ୍ରକଳ୍ପ ଉଦଘାଟନକୁ ନେଇ ବିବାଦ

chilika

ପୁରୀ (ଓଡ଼ିଶା ରିପୋର୍ଟ): ଚିଲିକାର କାଳିଜାଇ ପୀଠର ଉନ୍ନତିକରଣ ପ୍ରକଳ୍ପ ଉଦଘାଟନକୁ ନେଇ ବିବାଦ ଦେଖା ଦେଇଛି। ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପୂର୍ବରୁ ଏହାକୁ ତରବରିଆ ଭାବେ ଉଦଘାଟନ କରାଯାଇଥିବା ଅଭିଯୋଗ କରିଛନ୍ତି ପାରିକୁଦ ଗଡ଼ ରାଜା ସନ୍ତୋଷ ଦେଓ।

Advertisment

ଏହାସହ ଉଦଘାଟନ କର୍ଯ୍ୟକ୍ରମକୁ ତାଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ ଏହାକୁ ନେଇ ରାଜା ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସେ କହିଛନ୍ତି।

ସେପଟେ ବାକିଥିବା କାମକୁ ଖୁବଶୀଘ୍ର ଶେଷ କରାଯିବ ବୋଲି ଅତିରିକ୍ତ ଶାସନ ସଚିବ ସୁରେମ ମହାପାତ୍ର କହିଛନ୍ତି।

Advertisment

କାଳିଜାଇ ପୀଠରେ ପର୍ଯ୍ୟଟକଙ୍କ ସୁବିଧା ଲାଗି ଏଠାରେ ସିଡିଏ ପକ୍ଷରୁ ୨ କୋଟି ୫୦ ଲକ୍ଷ ଟଙ୍କାରେ ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ୟ କରାଯାଇଛି। ସ୍ଥାନୀୟ ବିଧାୟକ ସଞ୍ଜୟ ଦାସବର୍ମା ଏହି ପ୍ରକଳ୍ପକୁ ଆଜି ଉଦଘାଟନ କରିଥିଲେ। ତେବେ ରାଜାଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ଦେବାକୁ ଶ୍ରୀ ଦାସବର୍ମା ମନା କରିଦେଇଥିଲେ।