Advertisment

ପର୍ଶୁରାମ ଶତପଥୀ ହତ୍ୟାକାଣ୍ଡ: ୩ ଦୋଷୀଙ୍କ ବିରୋଧରେ ଗିରଫ ପରୱାନା ଜାରି

ବଲାଙ୍ଗୀର: ବଲାଙ୍ଗୀର ପର୍ଶୁରାମ ଶତପଥୀ ହତ୍ୟାକାଣ୍ଡ ମାମଲାରେ ଦୀର୍ଘ ୪୧ ବର୍ଷ ପରେ ଦୋଷୀ ସାବ୍ୟସ୍ତ ତିନି ଜଣଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଛି। ସେମାନେ ହେଲେ ଅର୍ତ୍ତତ୍ରାଣ ସିଂହଦେଓ ,ପ୍ରସନ୍ନ ପାଲ୍ ଓ ଧୋବେଇ ପୋଢ। ଗତ ୪ ତାରିଖରେ ଓଡିଶା ହାଇକୋର୍ଟରେ ଏମାନେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ହାଇକୋର୍ଟଙ୍କ ଅର୍ଡର କପି ମିଳିବା ପରେ ବଲାଙ୍ଗୀର ସେସନସ୍ କୋର୍ଟ ଆଜି ଏହି ଗିରଫ ପରୱାନା ଜାରି କରିଛନ୍ତି। ଏହି ମାମଲାରେ ୯ଜଣ ଦୋଷୀ […]

author-image
Rakesh Mallick
ପର୍ଶୁରାମ ଶତପଥୀ ହତ୍ୟାକାଣ୍ଡ: ୩ ଦୋଷୀଙ୍କ ବିରୋଧରେ ଗିରଫ ପରୱାନା ଜାରି

bolangir

ବଲାଙ୍ଗୀର: ବଲାଙ୍ଗୀର ପର୍ଶୁରାମ ଶତପଥୀ ହତ୍ୟାକାଣ୍ଡ ମାମଲାରେ ଦୀର୍ଘ ୪୧ ବର୍ଷ ପରେ ଦୋଷୀ ସାବ୍ୟସ୍ତ ତିନି ଜଣଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଛି। ସେମାନେ ହେଲେ ଅର୍ତ୍ତତ୍ରାଣ ସିଂହଦେଓ ,ପ୍ରସନ୍ନ ପାଲ୍ ଓ ଧୋବେଇ ପୋଢ। ଗତ ୪ ତାରିଖରେ ଓଡିଶା ହାଇକୋର୍ଟରେ ଏମାନେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ହାଇକୋର୍ଟଙ୍କ ଅର୍ଡର କପି ମିଳିବା ପରେ ବଲାଙ୍ଗୀର ସେସନସ୍ କୋର୍ଟ ଆଜି ଏହି ଗିରଫ ପରୱାନା ଜାରି କରିଛନ୍ତି। ଏହି ମାମଲାରେ ୯ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ୩ ଜଣ ଜୀବିତ ଅଛନ୍ତି।  ୨୯ ନଭେମ୍ବର ୧୯୭୪ରେ ଘଟିଥିଲା ଏହି ହତ୍ୟାକାଣ୍ଡ। ସେତେବେଳର ଉଦୀୟମାନ ରାଜନେତା ପର୍ଶୁରାମ ଶତପଥୀଙ୍କୁ ଆକ୍ରମଣ କରି ଜିପ୍ ମଡାଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପ୍ରଥମେ ଏକ ସ୍ଥାନୀୟ କୋର୍ଟ ଏବଂ ପରେ ହାଇକୋର୍ଟ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲା। ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ହାଇକୋର୍ଟରେ ମାମଲାର ଶୁଣାଣି ହୋଇଥିଲା।

Advertisment