Advertisment

ପର୍ଶୁରାମ ଶତପଥୀ ହତ୍ୟାକାଣ୍ଡ: ଦୋଷୀ ଆର୍ତ୍ତତ୍ରାଣ ଓ ପ୍ରସନ୍ନଙ୍କୁ ଆଗୁଆ ଜାମିନ ଦେଲେନି ସୁପ୍ରିମକୋର୍ଟ

ବଲାଙ୍ଗୀର: ବଲାଙ୍ଗୀରର ବହୁ ଚର୍ଚ୍ଚିତ ପର୍ଶୁରାମ ଶତପଥୀ ହତ୍ୟାକାଣ୍ଡ ମାମଲାରେ ୪୧ ବର୍ଷ ପରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆର୍ତ୍ତତ୍ରାଣ ସିଂହଦେଓ ଓ ପ୍ରସନ୍ନ ପାଲଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳି ପାରି ନାହିଁ। ଏ ଦୁଇ ଦୋଷୀ ସୁପ୍ରିମେକାର୍ଟର ଆଗୁଆ ଜାମିନ ଆବେଦନ କରିଥିଲେ। ତେବେ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ। ଏହା ସହିତ ୪ ମାସ ମଧ୍ୟରେ ତଳ କୋର୍ଟରେ ଆତ୍ମସମର୍ପଣ କରିବା ପାଇଁ  ସର୍ବୋଚ୍ଚ ନ୍ୟାୟାଳୟ ଏ ଦୁଇ ଦୋଷୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। […]

ଅଦ୍ୟତନ ହୋଇଛି
ପର୍ଶୁରାମ ଶତପଥୀ ହତ୍ୟାକାଣ୍ଡ: ଦୋଷୀ ଆର୍ତ୍ତତ୍ରାଣ ଓ ପ୍ରସନ୍ନଙ୍କୁ ଆଗୁଆ ଜାମିନ ଦେଲେନି ସୁପ୍ରିମକୋର୍ଟ

parsuramsatapathyhatyakanda

Advertisment

ବଲାଙ୍ଗୀର: ବଲାଙ୍ଗୀରର ବହୁ ଚର୍ଚ୍ଚିତ ପର୍ଶୁରାମ ଶତପଥୀ ହତ୍ୟାକାଣ୍ଡ ମାମଲାରେ ୪୧ ବର୍ଷ ପରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆର୍ତ୍ତତ୍ରାଣ ସିଂହଦେଓ ଓ ପ୍ରସନ୍ନ ପାଲଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳି ପାରି ନାହିଁ। ଏ ଦୁଇ ଦୋଷୀ ସୁପ୍ରିମେକାର୍ଟର ଆଗୁଆ ଜାମିନ ଆବେଦନ କରିଥିଲେ। ତେବେ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ। ଏହା ସହିତ ୪ ମାସ ମଧ୍ୟରେ ତଳ କୋର୍ଟରେ ଆତ୍ମସମର୍ପଣ କରିବା ପାଇଁ  ସର୍ବୋଚ୍ଚ ନ୍ୟାୟାଳୟ ଏ ଦୁଇ ଦୋଷୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତଳ କୋର୍ଟରେ ଆତ୍ମସମର୍ପଣ କଲା ପରେ ଯାଇ ଜାମିନ ଆବେଦନ କରିବାକୁ କୋର୍ଟ ସେମାନଙ୍କୁ କହିଛନ୍ତି। ପୂର୍ବରୁ ହାଇକୋର୍ଟ ମଧ୍ୟ ଏ ଦୁହିଁଙ୍କୁ ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ବଲାଙ୍ଗୀର ପୋଲିସ୍ ଉଭୟ ଆର୍ତ୍ତତ୍ରାଣ ଓ ପ୍ରସନ୍ନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

Advertisment

ହାଇକୋର୍ଟଙ୍କ ରାୟ ହସ୍ତଗତ ହେବା ପରେ ବଲାଙ୍ଗୀର ସେସନ୍ସ କୋର୍ଟ ଆର୍ତ୍ତତ୍ରାଣ ଓ ପ୍ରସନ୍ନଙ୍କ ସମେତ ଧୋବେଇ ପୋଢ଼ଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରିଥିଲେ। ଧୋବେଇ ପୋଢ଼ଙ୍କୁ କୁଳେରବାହାଲ ଗାଁରୁ ଗିରଫ କରିଥିଲା ପୋଲିସ୍। ପୂର୍ବରୁ ସେ ବଲାଙ୍ଗୀର ସୁଦପଡ଼ାରେ ରହୁଥିଲା। ଗିରଫ ପରେ ତାଙ୍କୁ ବଲାଙ୍ଗୀର ଜେଲକୁ ପଠାଇ ଦିଆଯାଇଛି।

ପର୍ଶୁରାମ ଶତପଥୀଙ୍କ ହତ୍ୟା ମାମଲାରେ ମୋଟ ୯ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ପରଲୋକ ହୋଇସାରିଛି। କେବଳ ଏହି ତିନି ଜଣ ଜୀବିତ ଅଛନ୍ତି। ୧୯୭୪ ମସିହା ନଭେମ୍ବର ମାସ ୨୯ ତାରିଖରେ ଏହି ୯ ଜଣ ମିଶି  ଉଦୀୟମାନ ଯୁବ ନେତା ପର୍ଶୁରାମ ଶତପଥୀଙ୍କୁ ଜିପରେ ଚାପି ହତ୍ୟା କରିଥିଲା। ଏହି ମାମଲାରେ ପ୍ରଥମେ ଦୋଷୀମାନେ ତଳ ଓ ହାଇକୋର୍ଟରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ। ତେବେ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଣି ଥରେ ମାମଲାର ଶୁଣାଣି ଆରମ୍ଭ କରିଥିଲେ ହାଇକୋର୍ଟ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe